ଭୁବନେଶ୍ୱର ୨୭।୧୧ : ସହରରେ ଆବାସିକ ବ୍ୟବସାୟୀଙ୍କ ବ୍ୟବସାୟ ପ୍ରତିଷ୍ଠାନ ଭଙ୍ଗା ଯିବନାହିଁ । ଏହି ନିଷ୍ପତ୍ତି ବର୍ତ୍ତମାନ ସରକାରଙ୍କ ଗୃହ ଓ ନଗର ବିଭାଗରେ ଅଛି । ଏ ନେଇ ଏକ ସ୍ୱତନ୍ତ୍ର ନିୟମ ଆଣିବାକୁ ଯୋଜନା କରୁଛି ଗୃହ ଓ ନଗର ଉନ୍ନୟନ ବିଭାଗ ।

ସେହିପରି କିଭଳି ଭାବରେ ଦୋକାନୀ ଓ ବ୍ୟବସାୟୀମାନଙ୍କ ସମସ୍ୟା ହେବନି ଏବଂ ତାଙ୍କ ବ୍ୟବସାୟ ବାଧାପ୍ରାପ୍ତ ହେବ ନାହିଁ, ଏବଂ ସରକାରଙ୍କ ସ୍ୱାର୍ଥ ମଧ୍ୟ ରହିବ ସେ ନେଇ ଆଲୋଚନା ଚାଲିଛି, କିଛି ବ୍ୟବସାୟୀଙ୍କୁ ରେଗୁଲାରାଇଜ ବା ନିୟମିତ କରାଯିବ । ଏହିଭଳି ନିୟମ ଫଳରେ ଦୋକାନୀ ମାନଙ୍କ ଉପରେ ଯେମିତି କିଛି ସମସ୍ୟା ନ ଦେଖା ଯିବ ସେଥିପ୍ରତି ଆମେ ଧ୍ୟାନ ଦେବୁ ବୋଲି କହିଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ । ସୁପ୍ରିମକୋର୍ଟର ଗାଇଡଲାଇନ ଏବଂ ତା ସହ ଓଡିଶା ସରକାରଙ୍କର ନିୟମକୁ ଅନୁସରଣ କରି କିଛି ନିୟମ ସରଳୀକରଣ ହେବ ।

Also Read:-ମହଙ୍ଗା ହେଲା ସୁନା ରେଟ୍, ଆଗକୁ ଆହୁରି ବଢିବ ! ବିଶେଷଜ୍ଞ କହିଲେ...

ତେବେ ଦୋକାନ ଭଙ୍ଗାଯିବ ନାହିଁ କିମ୍ବା ନୂଆ ଦୋକାନ ମଧ୍ୟ ଖୋଲା ଯିବ ନାହିଁ । ନୂଆ ନୀତିନିୟମ ଚୂଡ଼ାନ୍ତ ହୋଇ ଏକ ସମାଧାନର ରାସ୍ତା ନ ବାହାରିବା ପର୍ଯ୍ୟନ୍ତ କାହା ଉପରେ କୌଣସି ପଦକ୍ଷେପ ନିଆଯିବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି ।