୧୫ ବର୍ଷର ଅପେକ୍ଷାର ଅନ୍ତ! ପୁଣି ଏକାଠି ଶାହରୁଖ ଓ କରୀନା । 'ଡ୍ୟାଡି କୁଲ୍' ଗୀତରେ ବେବୋଙ୍କ ହଟ୍ ଅନ୍ଦାଜ୍ ଏବଂ କିଙ୍ଗ୍ ଖାନଙ୍କ ସହ ଜବରଦସ୍ତ କେମେଷ୍ଟ୍ରି ଏବେ ଇଣ୍ଟରନେଟ୍‌ରେ ଛାଇ ଯାଇଛି । ଲାଲ୍ ଗାଉନ୍‌ରେ କରୀନାଙ୍କ ଗ୍ଲାମରସ୍ ଲୁକ୍ ଫ୍ୟାନ୍ସଙ୍କ ହୋସ୍ ଉଡ଼ାଇ ଦେଇଛି। ତେବେ କ'ଣ ରହିଛି ଏହି ଗୀତର ଖାସିୟତ୍, ଆସନ୍ତୁ ଦେଖିବା ।

୧୫ ବର୍ଷ ପରେ ପରଦାରେ ଏକାଠି ନଜର ଆସି ଫ୍ୟାନ୍ସଙ୍କ ହୃଦୟ ଜିତିଛନ୍ତି ବଲିଉଡ୍ର କିଙ୍ଗ୍ ଖାନ୍ ଶାହରୁଖ ଏବଂ ବେବୋ କରୀନା କପୁର । ଶାହରୁଖଙ୍କ ଆଗାମୀ ଫିଲ୍ମ 'କିଙ୍ଗ୍'ର ଗୀତ 'ଡ୍ୟାଡି କୁଲ୍' ରିଲିଜ୍ ହେବା ପରେ ଏବେ ସୋସିଆଲ ମିଡିଆରେ ଏହି ଯୋଡ଼ିକୁ ନେଇ ଜୋରଦାର ଚର୍ଚ୍ଚା ।

ଗୀତରେ କରୀନାଙ୍କ ଗ୍ଲାମରସ୍ ଅନ୍ଦାଜ୍ ଏବଂ ଶାହରୁଖଙ୍କ ସହ ତାଙ୍କର ଦମଦାର କେମେଷ୍ଟ୍ରି ଫ୍ୟାନ୍ସଙ୍କୁ ଦିୱାନା କରିଛି । ଡିପ୍ ନେକ୍ ଲାଲ୍ ଗାଉନ୍, ବୋଲ୍ଡ ମେକଅପ୍ ଆଉ ଷ୍ଟାଇଲିସ୍ ହେୟାରଷ୍ଟାଇଲ୍‌ରେ କରୀନାଙ୍କ ଲୁକ୍ ଏବେ ଚର୍ଚ୍ଚାରେ । ତାଙ୍କର ଏକ୍ସପ୍ରେସନ୍, ହସ ଓ ଆତ୍ମବିଶ୍ୱାସୀ ଅନ୍ଦାଜ୍ ଗୀତକୁ ଆହୁରି ଆକର୍ଷଣୀୟ କରିଛି ।

ଖାସ୍ କଥା ହେଉଛି, ଏହି ଯୋଡ଼ି ଶେଷ ଥର ପାଇଁ ୨୦୧୧ରେ ରିଲିଜ୍ ହୋଇଥିବା ଫିଲ୍ମ 'ରାୱନ୍'ରେ ଏକାଠି ନଜର ଆସିଥିଲେ । ଦୀର୍ଘ ୧୫ ବର୍ଷ ପରେ ପୁଣି ଥରେ ଉଭୟଙ୍କୁ ଏକାଠି ଦେଖି ଫ୍ୟାନ୍ସ ନଷ୍ଟାଲଜିକ୍ ହୋଇପଡ଼ିଛନ୍ତି । ସୋସିଆଲ ମିଡିଆରେ କରୀନାଙ୍କ ରେଟ୍ରୋ ଲୁକ୍ ଓ ଡ୍ୟାନ୍ସ ମୁଭ୍ସକୁ ନେଇ ପ୍ରଶଂସା କରାଯାଉଛି ।

କରୀନାଙ୍କ ଏହି ଅନ୍ଦାଜ୍ ପୁଣି ଥରେ ମନେ ପକାଇ ଦେଇଛି ତାଙ୍କର ପୁରୁଣା ଗ୍ଲାମରସ୍ ଅବତାରକୁ । କେବଳ ପୋଷାକ କିମ୍ବା ଲୁକ୍ ନୁହେଁ, ବରଂ ତାଙ୍କର ସ୍କ୍ରିନ୍ ପ୍ରେଜେନ୍ସ ଓ ଏକ୍ସପ୍ରେସନ୍ ହିଁ ଗୀତର ମୁଖ୍ୟ ଆକର୍ଷଣ ପାଲଟିଛି । ଅନେକ ଫ୍ୟାନ୍ସ ଏହି ଯୋଡ଼ିଙ୍କୁ ପୁଣି ଥରେ ଏକାଠି ବଡ଼ ପରଦାରେ ଦେଖିବାକୁ ଆଶା ରଖିଛନ୍ତି ।

ସେପଟେ ଶାହରୁଖ ଖାନଙ୍କ ଆକ୍ସନ୍ ଥ୍ରୀଲର ଫିଲ୍ମ 'କିଙ୍ଗ୍'କୁ ନେଇ ମଧ୍ୟ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି । ୨୪ ଡିସେମ୍ବର ୨୦୨୬ରେ ଖ୍ରୀଷ୍ଟମାସ ଅବସରରେ ଫିଲ୍ମଟି ବିଶ୍ୱବ୍ୟାପୀ ରିଲିଜ୍ ହେବାର ସୂଚନା ରହିଛି ।

ତେବେ 'ଡ୍ୟାଡି କୁଲ୍'ରେ ଶାହରୁଖ ଓ କରୀନାଙ୍କ ଏହି ରେଟ୍ରୋ କେମେଷ୍ଟ୍ରି ଫ୍ୟାନ୍ସଙ୍କୁ କେତେ ମତୁଆଲା କରୁଛି, ତାହା ସୋସିଆଲ ମିଡିଆର ଚର୍ଚ୍ଚାରୁ ସ୍ପଷ୍ଟ । ଏବେ ସମସ୍ତଙ୍କ ଅପେକ୍ଷା ଫିଲ୍ମ 'କିଙ୍ଗ୍'କୁ ।