ନୂଆଦିଲ୍ଲୀ ୦୧।୧୧; ଗୁଡନ୍ୟୁଜ୍ ଦେଲେ ସାଉଥ ସୁନ୍ଦରୀ ସାମନ୍ଥା ରୁଥ ପ୍ରଭୁ । ଛାଡପତ୍ରର ୪ ବର୍ଷ ପରେ ସାମନ୍ଥା ଦ୍ଵିତୀୟ ବିବାହ କରିଛନ୍ତି । "ଦ ଫ୍ୟାମିଲି ମ୍ୟାନ୍" ନିର୍ଦ୍ଦେଶକ ରାଜ ନିଦିମୋରୁଙ୍କ ସହ ନେଇଛନ୍ତି ସାତଫେରା। ଯାହାର ଫଟୋ ଅଭିନେତ୍ରୀ ନିଜେ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଏହି ପୋଷ୍ଟ ସାମ୍ନାକୁ ଆସିବା ପରେ ତାଙ୍କ ଫ୍ୟାନ୍ସ ଓ ଅନେକ ସେଲିବ୍ରେଟିମାନେ ଶୁଭେଚ୍ଛା ଜଣାଉଛନ୍ତି ।

ରିପୋର୍ଟ ଅନୁଯାୟୀ, ରାଜ ଏବଂ ସାମନ୍ଥା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସାମନ୍ଥା ବିବାହର ସୁନ୍ଦର ସୁନ୍ଦର ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି ୧. ୧୨.୨୦୨୫। ଫଟୋରେ ଉଭୟଙ୍କ ହାତରେ ରିଙ୍ଗ ପିନ୍ଧାଉଥିବା ସହ ହୋମର ଝଲକ ଦେଖିବାକୁ ମିଳିଛି। ଦ୍ଵିତୀୟ ଫଟୋରେ ଲାଲ ଶାଢୀରେ ସାମନ୍ଥା ଖୁବ୍ ସୁନ୍ଦର ଦେଖାଯାଉଥିବା ବେଳେ ରାଜଙ୍କୁ ସିମ୍ପଲ ଧଳା ସେରୱାନୀରେ  ନଜର ଆସିଥିଲେ। ସୂତ୍ରରୁ ଜଣାପଡିଛି ଯେ ବିବାହକୁ ବହୁତ ବ୍ୟକ୍ତିଗତ ରଖାଯାଇଥିଲା । ସାମନ୍ଥା ତାଙ୍କ ବିବାହକୁ ଅଧିକ ଚର୍ଚ୍ଚାରେ ରଖି ନଥିଲେ ଏବଂ ବିନା ଜାକଜକମରେ ​​କରିଥିଲେ । ଉଭୟ ପରିବାରର ପ୍ରାୟ ୩୦ଜଣ ଅତିଥି ବିବାହରେ ଯୋଗ ଦେଇଥିଲେ । ଇଶା ସେଣ୍ଟରର ଲିଙ୍ଗ ଭୈରବୀ ମନ୍ଦିରରେ ସକାଳ ୭ ଟାରେ ଉଭୟଙ୍କ ସାତଫେରା ନେଇଥିବା କୁହାଯାଉଛି ।

ରାଜଙ୍କ ପୂର୍ବ ପତ୍ନୀଙ୍କ ପୋଷ୍ଟ

ରାଜଙ୍କ ପୂର୍ବତନ ପତ୍ନୀ ବିବାହ ସମୟରେ ସୋସିଆଲ ମିଡିଆରେ ଏକ ସିକ୍ରେଟ୍ ପୋଷ୍ଟ କରିଥିଲେ। ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ, ଲେଖିଛନ୍ତି, "ହତାଶ ଲୋକମାନେ ହତାଶ କାମ କରନ୍ତି।" ଏହି ପୋଷ୍ଟ ଆସିବା ପରେ ଖୁବ୍ ଚର୍ଚ୍ଚା ହେଉଛି।

​​​​​​​

କହିବାକୁ ଗଲେ, ସାମନ୍ଥା ପୂର୍ବରୁ ନାଗାର୍ଜୁନଙ୍କ ପୁଅ ନାଗା ଚୈତନ୍ୟଙ୍କୁ ବିବାହ କରିଥିଲେ । ସେମାନଙ୍କ ବୈବାହିକ ଜୀବନ କେବଳ ୪ ବର୍ଷ ଯାଏଁ ତିଷ୍ଠି ଥିଲା । ୨୦୨୧ରେ ଦୁହେଁ ଛାଡପତ୍ର ନେଇଥିଲେ। ଏହା ପରେ ସାମନ୍ଥାଙ୍କୁ ଆଗକୁ ବଢିବା ବହୁତ କଷ୍ଟକର ହୋଇଥିଲା। ଯେଉଁଥିପାଇଁ ସେ ଡିପ୍ରେସନର ଶିକାର ହେଲେ । ସେହି ସମୟରେ ତାଙ୍କ ଜୀବନରେ ନିର୍ମାତା ରାଜ ନିଦିମୋରୁଙ୍କ ଏଣ୍ଟ୍ରି ହୋଇଥିଲା।ଫ୍ୟାମିଲି ମ୍ୟାନ ଶୁଟିଂ ସମୟରେ ଦୁହେଁ ନିକଟତର ହୋଇଥିଲେ । ଦୀର୍ଘ ସମୟ ଧରି ଡେଟିଂ କରିବା ପରେ ନିଜ ରିଲେଶନକୁ ସୋସିଆଲ ମିଡିଆରେ କନଫର୍ମ କରିଥିଲେ । ଡିସେମ୍ଵର ୧ରେ ଦୁହେଁ ପରସ୍ପରର ହାତ ଧରିଛନ୍ତି । ରାଜଙ୍କର ମଧ୍ୟ ଏହା ଦ୍ଵିତୀୟ ବିବାହ ସେ ପୂର୍ବରୁ ଶ୍ୟାମଳୀ ଦେଙ୍କୁ କରିଥିଲେ । ୨୦୨୨ରେ ଦୁହେଁ ଅଲଗା ହୋଇଯାଇଥିଲେ ।