ମାଲକାନଗିରି: ଛତିଶଗଡ ମାଓ ମୁକ୍ତ ହେବା ପରେ ଲାଲ୍ ଗଡରେ ପାଦ ରଖିଲେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଓ ତାଙ୍କ ପରିବାର । ମାଲକାନଗିରି ଛତିଶଗଡ଼ ସିମାନ୍ତ ଦନ୍ତେୱାଡା ଜିଲ୍ଲାର ଛିନ୍ଦନାର ଗାଁରେ ସଚିନ ତେନ୍ଦୁଲକର ଏକ କ୍ରୀଡା ବିପ୍ଳବର ମୂଳଦୁଆ ପକାଇଛନ୍ତି । ସଚିନ ଏବଂ ମାନଦେସି ଫାଉଣ୍ଡେସନ ବନ ଅଞ୍ଚଳର ଯୁବକମାନଙ୍କ ଭବିଷ୍ୟତକୁ ବୃଦ୍ଧି କରିଛି । ସ୍ଥାନୀୟ କ୍ରୀଡା ପ୍ରତିଭା ପାଇଁ ମୌଳିକ କ୍ରୀଡା ସୁବିଧା ଯୋଗାଇବା ପାଇଁ ଫାଉଣ୍ଡେସନ ପ୍ରତିବଦ୍ଧ ।

ଛାତ୍ର ଜୀବନରେ ପ୍ରତିଭା ସହିତ ଶୃଙ୍ଖଳା ଏବଂ କଠିନ ପରିଶ୍ରମ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ତେନ୍ଦୁଲକର କହିଛନ୍ତି । ଛିନ୍ଦନାର ଗାଁର ସ୍ୱାମୀ ଆତ୍ମନନ୍ଦ ହିନ୍ଦୀ ମାଧ୍ୟମ ଉଚ୍ଚ ବିଦ୍ୟାଳୟ ଏକ ଐତିହାସିକ ପରିବର୍ତ୍ତନ ଦେଖିଛି । କ୍ରିକେଟର କିମ୍ବଦନ୍ତୀ ସଚିନ ତେନ୍ଦୁଲକର ଏବଂ ମାନଦେସି ଫାଉଣ୍ଡେସନ ଦ୍ୱାରା ନିର୍ମିତ ବହୁ-କ୍ରୀଡା ଗ୍ରାଉଣ୍ଡର ଉଦଘାଟନ କରିଥିଲେ । ଏହି ଅବସରରେ ସଚିନଙ୍କ ସହ ମାନଦେସି ଫାଉଣ୍ଡେସନର ପ୍ରତିଷ୍ଠାତା ଚେତନା ସିହ୍ନା ମଧ୍ୟ ଉପସ୍ଥିତ ଥିଲେ ।

​​​​​​​Also Read...Sachin Birthday: ମାତ୍ର ୧୬ ବର୍ଷ ବୟସରେ ୧.୫ କିଲୋ ବ୍ୟାଟ୍ ସହ ଓହ୍ଲାଇଥିଲେ ପଡିଆକୁ, ଆଜି ବି ହୁଏ ଚର୍ଚ୍ଚା

କାର୍ଯ୍ୟକ୍ରମ ଆରମ୍ଭରେ ସଚିନ, ସାରା ଓ ସୋନିଆ ଉତ୍ସାହର ସହି ବିଭିନ୍ନ କ୍ରୀଡାରେ ଅଂଶଗ୍ରହଣ କରିଥିଲେ, ଯାହା ଆଦିବାସୀ ପିଲାଙ୍କ ମନବଳ ବୃଦ୍ଧି କରିଥିଲା । ଟଗ୍-ଅଫ୍-ୱାର୍, ଭଲିବଲ୍, ଦୌଡ଼ ଏବଂ ଖୋ-ଖୋ ଭଳି ଆକର୍ଷଣୀୟ ଖେଳ ଆୟୋଜନ କରାଯାଇଥିଲା । ଗ୍ରାଉଣ୍ଡ ଉଦଘାଟନ କରିବା ପରେ ସଚିନ୍ ତେନ୍ଦୁଲକର ଦେଶର ଯୁବ ପ୍ରତିଭାକୁ ଆଗକୁ ବଢ଼ାଇବା ପାଇଁ ତାଙ୍କର ପ୍ରତିବଦ୍ଧତାକୁ ପୁନର୍ବାର ଦୋହରାଇ କହିଥିଲେ ଯେ ଭବିଷ୍ୟତର ଚାମ୍ପିଅନ୍ ସୃଷ୍ଟି କରିବା ପାଇଁ କେବଳ ବ୍ୟକ୍ତିଗତ ଆଗ୍ରହ ଯଥେଷ୍ଟ ନୁହେଁ ତୃଣମୂଳ ସ୍ତରରେ ଆଧୁନିକ ଏବଂ ଦୃଢ଼ କ୍ରୀଡା ସୁବିଧା ଅତ୍ୟନ୍ତ ଜରୁରୀ ।

ସଚିନ୍ ନିଜକୁ କ୍ରିକେଟ୍ ପିଚ୍ ପର୍ଯ୍ୟନ୍ତ ସୀମିତ ରଖି ନଥିଲେ, ବରଂ ଭଲିବଲ୍ ଏବଂ ଅନ୍ୟାନ୍ୟ ଖେଳର ଗୁରୁତ୍ୱ ବିଷୟରେ ମଧ୍ୟ ଆଲୋଚନା କରିଥିଲେ । ଦୁର୍ଗମ ଅଞ୍ଚଳର ୫୦ ଟି ଗାଁରେ ଖେଳ ପଡ଼ିଆ ବିକଶିତ କରାଯାଉଛି । ଯେଉଁ ଠାରେ କ୍ରିକେଟ ସହିତ ଫୁଟବଲ୍ ଏବଂ କବାଡି ଭଳି ଖେଳକୁ ମଧ୍ଯ ପ୍ରୋତ୍ସାହିତ କରାଯିବ । ଛାତ୍ରଛାତ୍ରୀଙ୍କୁ ଖେଳ ଓ ଅଧ୍ୟାୟନ ମଧ୍ୟରେ ସନ୍ତୁଳନ ବଜାୟ ରଖିବାକୁ ଅନୁରୋଧ କରିଥିଲେ । ଏହି ଅବସରରେ ସଚିନ ତେନ୍ଦୁଲକର ଜନ୍ମଦିନକୁ ପାଳନ କରିବା ପାଇଁ ସହ କେକ୍ କାଟିଥିଲେ । 

​​​​​​​