ନୂଆଦିଲ୍ଲୀ, ୮/୧୧ : ଇସ୍ରାଏଲର ପରବର୍ତ୍ତୀ ପ୍ରଧାନମନ୍ତ୍ରୀଙ୍କ ନାମ ରବିବାର ରାଷ୍ଟ୍ରପତି ଇସାକ୍ ହର୍ଜୋଗ ଘୋଷଣା କରିବେ। ସରକାର ଗଠନ ଲାଗି ୬୧ ସାଂସଦଙ୍କ ସମର୍ଥନ ଆବଶ୍ୟକ। ଗାଦି ଆଇଜନକୋଟଙ୍କ ମେଣ୍ଟକୁ ଇତିମଧ୍ଯରେ ୬ଟି ଦଳର ୬୭ ସାଂସଦ ସମର୍ଥନ ଜଣାଇଛନ୍ତି। ତେଣୁ ସମ୍ଭବତଃ ଆଇଜନକୋଟ ଇସ୍ରାଏଲର ନୂଆ ପ୍ରଧାନମନ୍ତ୍ରୀ ହୋଇପାରନ୍ତି।

ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କ ମେଣ୍ଟ ପାଖରେ ମାତ୍ର ୪୬ ସାଂସଦଙ୍କ ସମର୍ଥନ ରହିଛି। ତେଣୁ ରାଷ୍ଟ୍ରପତି ତାଙ୍କୁ ସରକାର ଗଠନ ଲାଗି ସୁଯୋଗ ଦେଇ ନ ପାରନ୍ତି। ଇସ୍ରାଏଲରେ ଏ ପର୍ଯ୍ୟନ୍ତ କୌଣସି ଦଳ ବହୁମତ ହାସଲ କରନାହିଁ । ଫଳରେ ସବୁବେଳେ ମେଣ୍ଟ ସରକାର ହିଁ ଏହି ଦେଶରେ ଗଠନ ହୋଇଥାଏ।

Also Read :- ଦୀପାବଳି ପରେ କମିବ ତାପମାତ୍ରା : ଏହି ସବୁ ଜିଲ୍ଲାରେ ହେବ ବର୍ଷା

ରାଷ୍ଟ୍ରପତି ହର୍ଜୋଗ ସଂସଦକୁ ନିର୍ବାଚିତ ସମସ୍ତ ଦଳର ନେତାଙ୍କ ସହ ଗୁରୁବାର ଆଲୋଚନା କରିଥିଲେ । ସେ କହିଥିଲେ କି ପ୍ରଥମ ନଜରରେ ହିଁ ସାଂସଦମାନଙ୍କ ରାୟ ସ୍ପଷ୍ଟ ଦେଖିବାକୁ ମିଳୁଛି। କିନ୍ତୁ ପୃଥକ୍ ରାଜନୈତିକ ଗୋଷ୍ଠୀ ମଧ୍ୟରେ ଅନେକ ପ୍ରସଙ୍ଗକୁ ନେଇ ସହମତି ସ୍ଥାପନ ହୋଇପାରୁ ନାହିଁ ।

ତାଙ୍କ ଅନୁସାରେ, ଦଳଗୁଡ଼ିକ ପରସ୍ପର ବିରୋଧରେ ଆପତ୍ତି ଉଠାଉଛନ୍ତି । ତେଣୁ କେବଳ ସାଂସଦମାନଙ୍କ ସୁପାରିସ ଆଧାରରେ ସରକାର କିଏ ଗଠନ କରିବ, ତାହା ଧାର୍ଯ୍ୟ କରାଯାଇ ପାରିବ ନାହିଁ । କିଛି ନେତାଙ୍କ ସହ ପୃଥକ୍ ଭାବେ ଆଲୋଚନା କରାଯିବ। ଫଳରେ ସରକାର ଗଠନର ସମ୍ଭାବନା ସ୍ପଷ୍ଟ ହୋଇପାରିବ।