• ଭାରତ ୯୦% ଅଶୋଧିତ ତୈଳ ଓ ୫୦% ପ୍ରକୃତିକ ଗ୍ୟାସ୍ ବିଦେଶରୁ ଆମଦାନୀ କରିଥାଏ
  • ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ଭାରତର ମାଇକ୍ରୋଇକୋନମିକ ଆଉଟଲୁକ୍ ଉପରେ ଚାପ ପକାଇଛି
  • ବ୍ରେଣ୍ଟ କ୍ରୁଡ ଦର ୫୦% ମହଙ୍ଗା ହୋଇଥିବା ବେଳେ ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ୫% ବୃଦ୍ଧି ଦେଖା ଯାଇଛି

ମୁମ୍ବାଇ: ଭାରତୀୟ ଟଙ୍କାର ମୂଲ୍ୟ ହ୍ରାସ ଥମିବାର ନାଁ ନେଉନି। ୧୪ ମେ ଗୁରୁବାର ପୂର୍ବାହ୍ନରେ କରେନ୍ସୀ ମାର୍କେଟ ଖୋଲିବା ମାତ୍ରେ ଟଙ୍କାରେ ବଡ଼ ହ୍ରାସ ଦେଖାଯାଇଛି। ଡଲାର ତୁଳନାରେ ଟଙ୍କା ଆହୁରି ୨୦ ପଇସା କମି ତାର ସର୍ବନିମ୍ନ ସ୍ତରକୁ ପହଞ୍ଚି ଯାଇଛି। ଏଣୁ ଭାରତୀୟ ଟଙ୍କାକୁ ଏସିୟାର ସବୁଠୁ ଖରାପ୍ରଦର୍ଶନକାରୀ ମୁଦ୍ରାର ମାନ୍ୟତା ମିଳିଛି। ଟଙ୍କାର ମୂଲ୍ୟ ହ୍ରାସ ରୋକିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ବିପୁଳ ବ୍ୟୟ କରିସାରିଲେଣି, ହେଲେ ଟଙ୍କା ସମ୍ଭାଳ ପଡୁନି। ଇଣ୍ଟରବ୍ୟାଙ୍କ ଫରେନ ଏକ୍ସଚେଞ୍ଜ ମାର୍କେଟରେ ଟଙ୍କା ୯୫.୭୪ରୁ ଖସି ୯୫.୮୬ ପଇସାକୁ ପହଞ୍ଚି ଯାଇଛି। ଦିନକ ପୂର୍ବରୁ ଟଙ୍କା ୯୫.୮୦ ପଇସାକୁ ପହଞ୍ଚିବା ପରେ ଡଲାର ପିଛା ୯୫.୬୬ ପଇସାରେ କାରବାର ହେଉଥିଲା।

ଟଙ୍କା ମୂଲ୍ୟ ହ୍ରାସର କାରଣ କ’ଣ?
ଭାରତ ୯୦% ଅଶୋଧିତ ତୈଳ ଓ ୫୦% ପ୍ରକୃତିକ ଗ୍ୟାସ୍ ବିଦେଶରୁ ଆମଦାନୀ କରିଥାଏ। ଏଥିରେ ମଧ୍ୟପ୍ରାଚ୍ୟ ଯୁଦ୍ଧ କାରଣରୁ ବୈଶ୍ୱିକ ବଜାରରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ଭାରତର ମାଇକ୍ରୋଇକୋନମିକ ଆଉଟଲୁକ୍ ଉପରେ ଚାପ ପକାଇଛି। ଗ୍ରୋଥ ହ୍ରାସ ହୋଇଥିବା ବେଳେ ମୁଦ୍ରାସ୍ଫୀତି ବଢିଛି। ଏଣୁ ଟଙ୍କା ଉପରେ ଚାପ ବଢିପାରେ। ତେବେ ପୁରା ସପ୍ତାହର କାରବାର ଦେଖିଲେ ଡଲାର ତୁଳନାରେ ଟଙ୍କା ଚଳିତ ସପ୍ତାହରେ ୧.୪% ହ୍ରାସରେ ରହିଛି। ତେବେ ପିଛିଲା ୩ ଦିନରେ ଏହା ସବୁଠୁ କମ୍ ରହିଛି।

ଏଥିରେ ସେୟାର ବଜାର ପରିସ୍ଥିତି କ’ଣ?
ସେୟାର ବଜାର କଥା କହିଲେ ଗୁରୁବାର କାରବାର ଆରମ୍ଭରେ ସେନସେକ୍ସ ୪୨୪.୪୪ ପଏଣ୍ଟକୁ ଚଢି ୭୫୦୩୩.୪୨ ସ୍ତରକୁ ପହଞ୍ଚିଥିଲା। ନିଫ୍ଟି ମଧ୍ୟ ୧୪୧.୯୦ ପଏଣ୍ଟ ବଢି ୨୩୫୫୪.୫୦ସ୍ତରକୁ ପହଞ୍ଚିଛି। ଏଥିରେ ବ୍ରେଣ୍ଟ କ୍ରୁଡ ଦର ୫୦% ମହଙ୍ଗା ହୋଇଥିବା ବେଳେ ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ୫% ବୃଦ୍ଧି ଦେଖା ଯାଇଛି।