ଭୁବନେଶ୍ୱର: ଓ.ଡି.ଏମ୍ ଗ୍ଲୋବାଲ୍ ସ୍କୁଲ୍ରେ ପ୍ରତିଷ୍ଠିତ ରୟାଲ୍ ଆବାକସ୍ ଇଣ୍ଟରନ୍ୟାସନାଲ୍ କ୍ରାଉନ ଅବସରରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରେସ୍ ମିଟ୍ ସଫଳତାର ସହିତ ଆୟୋଜିତ ହୋଇଯାଇଛି। ଓଡିଶାର ତିନୋଟି ପ୍ରମୁଖ ଆବାକସ୍ ସଂସ୍ଥା ବ୍ଲେସ୍‌ଡ  ଆବାକସ୍ ଏକାଡେମୀ (ବେଲପାହାଡ଼), ଅମେଥିଷ୍ଟ ଆବାକସ୍ ଏକାଡେମୀ (ରାଉରକେଲା) ଓ ବ୍ରେନ୍ ମାଷ୍ଟର ଆବାକସ୍ ଇନଷ୍ଟିଟ୍ୟୁଟ୍ (ଭୁବନେଶ୍ୱର) ଯୁଗ୍ମ ଭାବେ ଏହି ଆନ୍ତର୍ଜାତୀୟ ସ୍ତରର ଚ୍ୟାମ୍ପିୟନସିପ୍‌ର ଆୟୋଜନ କରୁଛନ୍ତି।

ଏହି ପ୍ରେସ୍ ମିଟ୍‌ରେ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ, ପ୍ରତିଯୋଗିତା ପ୍ରକ୍ରିୟା ଓ ଛାତ୍ରଛାତ୍ରୀଙ୍କ ମାନସିକ ଗଣନା କୌଶଳ ବିକାଶରେ ଆବାକସ୍ ଶିକ୍ଷାର ଭୂମିକା ସମ୍ବନ୍ଧରେ ସୂଚନା ଦିଆଯାଇଥିଲା। ପ୍ରାୟ ୫୦୦ ଜଣ ଛାତ୍ରଛାତ୍ରୀ ଭାରତର ବିଭିନ୍ନ ରାଜ୍ୟ ସହିତ ବିଦେଶରୁ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ବୋଲି ଆୟୋଜକମାନେ ସୂଚନା ଦେଇଥିଲେ।

ପ୍ରତିଯୋଗିତାରେ ଅଂଶଗ୍ରହଣକାରୀମାନେ କେବଳ ୧୦ ମିନିଟ୍ ମଧ୍ୟରେ ୨୦୦ଟି ପ୍ରଶ୍ନର ସମାଧାନ କରିବେ, ଯାହା ତାଙ୍କର ଗତି, ସଠିକତା ଓ ଏକାଗ୍ରତାକୁ ପରୀକ୍ଷା କରିବ। ଭାରତର ଛାତ୍ରଛାତ୍ରୀଙ୍କ ପାଇଁ ଅଫଲାଇନ୍ ଏବଂ ଆନ୍ତର୍ଜାତୀୟ ପ୍ରତିଯୋଗୀମାନଙ୍କ ପାଇଁ ଅନଲାଇନ୍ ପରୀକ୍ଷା ବ୍ୟବସ୍ଥା ରହିଛି। ଦୁଇଟି ପର୍ଯ୍ୟାୟରେ ଆୟୋଜିତ ଏହି ଚ୍ୟାମ୍ପିୟନସିପ୍ର ପ୍ରଥମ ପର୍ଯ୍ୟାୟରେ ଜାତୀୟ ସ୍ତରର ବିଜେତା ଚୟନ ହେବ ଓ ଦ୍ୱିତୀୟ ପର୍ଯ୍ୟାୟରେ ଲାଇଭ୍ ଗ୍ଲୋବାଲ୍ ରାଉଣ୍ଡ ମାଧ୍ୟମରେ ୱର୍ଲ୍ଡ କପ୍ ହୋଲ୍ଡର ଘୋଷଣା କରାଯିବ।

ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ହେଉଛି ଆବାକସ୍ ଶିକ୍ଷା ପ୍ରତି ସଚେତନତା ସୃଷ୍ଟି, ଛାତ୍ରଛାତ୍ରୀଙ୍କ ମସ୍ତିଷ୍କ ବିକାଶ, ଏକାଗ୍ରତା ଓ ଗାଣିତିକ ଦକ୍ଷତା ବୃଦ୍ଧି କରିବା। ଆୟୋଜକମାନଙ୍କ ମତାନୁସାରେ, ଆବାକସ୍ ଶିକ୍ଷା ଶିଶୁମାନଙ୍କ ସାମଗ୍ରିକ ମାନସିକ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଏ। ଏହି ପ୍ରେସ୍ ମିଟ୍ରେ ଓ .ଡି .ଏମ୍ଏଡ୍ୟୁକେସନାଲ୍ଗ୍ରୁପ୍ରଚେୟାରମ୍ୟାନ୍ଶ୍ରୀ ସତ୍ୟବ୍ରତ ମୀନକେତନ ଓ.ଡି. ଏମ ଗ୍ଲୋବାଲ ସ୍କୁଲର ପ୍ରିନ୍ସିପାଲ ସୁବ୍ରତ କୁମାର ଷଡ଼ଙ୍ଗୀ ଉପସ୍ଥିତ ରହି ପ୍ରେସମିଟର କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

ପ୍ରେସ୍ ମିଟ୍‌ରେ ପ୍ରମୁଖ ଶିକ୍ଷାବିଦ୍ ଆଶ୍ୱିନୀ ପି. କଲୱାନୀ, ବ୍ଲେସ୍ ଆବାକସ୍ ଏକାଡେମୀର ଡାଇରେକ୍ଟର ମେହେକ କଲୱାନୀ, ଅମେଥିଷ୍ଟ ଆବାକସ୍ ଏକାଡେମୀର ସ୍ଥାପକା ସନ୍ଧ୍ୟାରାଣୀ ସାହୁ ଓ ବ୍ରେନ୍ ମାଷ୍ଟର ଏଡ୍ୟୁକେସନାଲ୍ ଟ୍ରଷ୍ଟର ଡାଇରେକ୍ଟର ଲୀଳାବତୀ ମିଶ୍ର ଉପସ୍ଥିତ ଥିଲେ ଓ ଆବାକସ୍ ଶିକ୍ଷାର ଗୁରୁତ୍ୱ ଉପରେ ମତ ପ୍ରକାଶ କରିଥିଲେ।