ରାଉରକେଲା: ଭିଜିଲାନ୍ସ ଜାଲରେ ଅବକାରୀ ଅଧୀକ୍ଷକ । ପାଞ୍ଚ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଧରିଲା ରାଉରକେଲା ଭିଜିଲାନ୍ସ । ଅବକାରୀ ଅଧୀକ୍ଷକ ହେଉଛନ୍ତି ରାଉରକେଲା ଅବକାରୀ କାର୍ଯ୍ୟାଳୟର ଅଧୀକ୍ଷକ ଧନେଶ୍ୱର ବରାଳ।

ସୂଚନା ଅନୁସାରେ, ଧନେଶ୍ବର ନିଜ କାର୍ଯ୍ୟାଳୟ ସମ୍ମୁଖରେ ଜଣେ ଦୋକାନୀଙ୍କ ଠାରୁ ପାଞ୍ଚ ଲକ୍ଷ ଟଙ୍କା ନେଉଥିଲେ । ହେଲେ ଏହି ସମୟରେ ଟଙ୍କା ଭର୍ତ୍ତି ବ୍ୟାଗ୍ ସହ ମାଡ଼ି ବସିଲା ରାଉରକେଲା ଭିଜିଲାନ୍ସ । ତେବେ ବର୍ତ୍ତମାନ ରାଉରକେଲା କାର୍ଯ୍ୟାଳୟରେ ତାଙ୍କୁ ଅଟକ ରଖି ତଦନ୍ତ କରୁଛି ଭିଜିଲାନ୍ସ।

Also Read: ଲାଞ୍ଚ ନେଉଥିଲେ ପୋଲିସ ବାବୁ, ଧରିପକାଇଲା ଭିଜିଲାନ୍ସ

ଅନ୍ୟପଟେ ଅବକାରୀ ଅଧୀକ୍ଷକ ଧନେଶ୍ୱର ବରାଳଙ୍କୁ ଭିଜିଲାନ୍ସ ଧରିବା ପରେ, ଅବକାରୀ କର୍ମଚାରୀମାନେ କାର୍ଯ୍ୟାଳୟରୁ ଛତ୍ରଭଙ୍ଗ କରିଥିବାର ଦେଖିବାକୁ ମିଳିଛି । ଫଳରେ ଏପର୍ଯ୍ୟନ୍ତ ମଧ୍ୟ ଖୋଲା ରହିଛି ଅବକାରୀ କାର୍ଯ୍ୟାଳୟ ।