ଖଲ୍ଲିକୋଟ: ଭିଜିଲାନ୍ସ ଜାଲରେ ପଡ଼ିଲେ ଅସାଧୁ ପୋଲିସ ଅଫିସର । ଜେଲ୍ ପଠାଇଦେବାର ଭୟ ଦେଖାଇ ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଖଲ୍ଲିକୋଟ ଥାନା ଏଏସଆଇ ସୁଜିତ ପାଣିଗ୍ରାହୀ ।

ସୂଚନା ଅନୁସାରେ, ଗୋଟିଏ ମାମଲାରେ ଗିରଫ ନକରିବା ପାଇଁ ଜଣେ ଯୁବକଙ୍କୁ ଗିରଫ ଭୟ ଦେଖାଉଥିଲେ ASI ସୁଜିତ ପାଣିଗ୍ରାହୀ । ଏଥିପାଇଁ ସେ ୧୫ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ତେବେ ଉପାୟ ନପାଇ ସମ୍ପୃକ୍ତ ଯୁବକ ଜଣକ ସିଧା ବ୍ରହ୍ମପୁର ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ।

ଆଉ ପୂର୍ବ ଯୋଜନା ଅନୁସାରେ, ଶୁକ୍ରବାର ଯୁବକଙ୍କ ଠାରୁ ASI ସୁଜିତ ପାଣିଗ୍ରାହୀ ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ବ୍ରହ୍ମପୁର ଭିଜିଲାନ୍ସର ସ୍ୱେଶାଲ ଟିମ୍ ତାଙ୍କୁ କାବୁ କରିଥିଲା । ତେବେ ଭିଜିଲାନ୍ସ ବର୍ତ୍ତମାନ ଖଲ୍ଲିକୋଟ ଥାନା ପରିସରରେ ଭିଜିଲାନ୍ସ ଟିମ୍ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି । ଏଏସଆଇଙ୍କ ସରକାରୀ ବାସଭବନ ଏବଂ ଅନ୍ୟାନ୍ୟ କାଗଜପତ୍ର ମଧ୍ୟ ଯାଞ୍ଚ କରାଯାଉଥିବା ଜଣାପଡ଼ିଛି।