ମୁମ୍ଵାଇ ୧୭।୦୪; ଭାରତରେ ଚା' କେବଳ ଏକ ଲୋକପ୍ରିୟ ପାନୀୟ ନୁହେଁ ବରଂ ଏହା ଏକ ଇମୋସନ । ରାସ୍ତାକଡ଼ରେ ମିଳୁଥିବା ଚା'ଠାରୁ ଆରମ୍ଭ କରି ପଞ୍ଚତାରକା ହୋଟେଲର ଚା' ପର୍ଯ୍ୟନ୍ତ ସବୁର ମଜା ଅଲଗା ଅଛି । ତେବେ ଆପଣ କେବେ ୧ ହଜାର ଟଙ୍କିଆ ଚା' ପିଇଛନ୍ତି କି ତାହା ପୁଣି ଦୁନିଆର ସବୁଠୁ ବିଳାସପୂର୍ଣ୍ଣ ରୋଲ୍ସ ରୟସ କାରରେ ବସି । ଏପରି ଢଙ୍ଗରେ ଚା' ବିକି ଏବେ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚାରେ ଅଛତି ‘ଦିଲକୁ ଭୈୟା ଜି’ ।

 
 
 
 
 
 
 
 
 
 
 
 
 
 
 

A post shared by deluxe (@deluxebhaiyaji)

ଏହି କଣ୍ଟେଣ୍ଟ କ୍ରିଏଟରଙ୍କ ଚା’ ଏବେ ରୋଲ୍ସ ରଏସ ଚା' ଭାବେ ପରିଚିତ ହୋଇଛି । ତେବେ ସବୁଠୁ ଚର୍ଚ୍ଚିତ କଲା ଭଳି କଥା ହେଉଛି ତାଙ୍କ ଚା' ବିକ୍ରି କରିବାର ଢଙ୍ଗ। ସେ ଏକ ରୋଲ୍ସ ରଏସ ଭଡ଼ାରେ ଆଣି ଏହି ବ୍ୟବସାୟ କରୁଛନ୍ତି । ତାଙ୍କର ଏହି ଭିଡିଓ ବେଶ୍ ଭାଇରାଲ ହୋଇଛି। ବ୍ୟକ୍ତି ଜଣକ ଏହି ବିଳାସପୂର୍ଣ୍ଣ ଗାଡ଼ିକୁ ରେଣ୍ଟାଲ ଡିଲରଙ୍କ ଠାରୁ ୧ ଲକ୍ଷ ଟଙ୍କା ଭଡ଼ାରେ ଆଣିଛନ୍ତି । ପରେ ସେ ‘ପ୍ରିମିୟମ ଚା' ବନାଇଛନ୍ତି । ଭାଇରାଲ ଭିଡିଓରେ ଦେଖୁବାକୁ ମିଳିଛି, ସେ ଏକ ନିଆରା ଢଙ୍ଗର ପୋଷ୍ଟର ଲଗାଇଛନ୍ତି। ଭିଆଇପି ଫିଲ୍ ଦେବାକୁ ସେ କାର୍ ଆଗରେ ରେଡ କାର୍ପେଟ।

ବିଛାଇଛନ୍ତି। ପାଖରେ ମହଙ୍ଗା କୁକିଜ ମଧ୍ୟ ରଖୁଛନ୍ତି । ନିଜେ କୌଣସି ସେ ପଞ୍ଚଚାରକା ହୋଟେଲର କୁକ୍ଙ୍କ ଭଳି ପୋଷାକ ପିନ୍ଧିଛନ୍ତି । ପ୍ରତି ଚା' କପର ମୂଲ୍ୟ ୩୦୦ ଟଙ୍କା ରହିଛି । କିନ୍ତୁ ରୋଲ୍ସ ରଏସ ଭିତରେ ବସି ଚା' ପିଇଲେ ସେମାନଙ୍କୁ ୧୦୦୦ ହଜାର ଟଙ୍କା ଦେବାକୁ ପଡ଼ିବ । କେତେ ଜଣ ସତରେ ତାଙ୍କ ଠାରୁ ଚା ଆଣି କାର୍ ଭିତରେ ବସି ପିଉଥିବା ମଧ୍ୟ ଦେଖାଯାଇଛି। ଡ଼ି ଭଡ଼ା ଏବଂ ବୋର୍ଡ ପ୍ରିଣ୍ଟିଂ ଭଳି ଖର୍ଚ୍ଚ ସମେତ ମୋଟ ଖର୍ଚ୍ଚ ୧,୦୮,୦୦ଥିଲା। ଦିନସାରା ଚା ବିକ୍ରି କରି ସେ ୮୮,୪୦୦ ରୋଜଗାର କଲେ। ତାଙ୍କର ପ୍ରାୟ ୧୯ ହଜାର କ୍ଷତି ହୋଇଥିଲା। ହେଲେ ସେ କହିଥିଲେ ଯେ ଏହା କେବଳ ଏକ "ପରୀକ୍ଷା" ଥିଲା ଏବଂ ଲୋକଙ୍କ ମୁହଁରେ ଆନନ୍ଦ ଦେଖି ସେ ସନ୍ତୋଷ ପାଇଲେ।ତାଙ୍କର ଏପରି ମାର୍କେଟିଂ ଦକ୍ଷତାକୁ ବହୁସଂଖ୍ୟାରେ ୟୁଜର୍ସ ପ୍ରଶଂସା କରିଛନ୍ତି।

Also Read- ରାତାରାତି ୟୁଜର୍ସଙ୍କୁ ଝଟକା ଦେଲା YouTube ! ପ୍ରିମିୟମ୍ ପ୍ଲାନର ରେଟ୍‌ ବଢାଇଲା, ଜାଣନ୍ତୁ ନୂଆ ମୂଲ୍ୟ କେତେ