ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା 'ହିଟମ୍ୟାନ୍' ରୋହିତ ଶର୍ମାଙ୍କ ଭବିଷ୍ୟତକୁ ନେଇ ପୁଣି ଥରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି। ସେ କେତେ ଦିନ ଯାଏଁ ଟିମ୍ ଇଣ୍ଡିଆରେ ଖେଳିବେ ଏବଂ ୨୦୨୭ ଦିନିକିଆ ବିଶ୍ୱକପରେ ତାଙ୍କୁ ସୁଯୋଗ ମିଳିବ କି ନାହିଁ, ସେ ନେଇ ବିସିସିଆଇ ବୈଠକରେ ବଡ଼ ନିଷ୍ପତ୍ତି ନିଆଯାଇପାରେ। ଇଂଲଣ୍ଡ ବିପକ୍ଷ ଲର୍ଡସ୍ ଦିନିକିଆରେ ଦମଦାର ଶତକ ହାସଲ କରିବା ସତ୍ତ୍ୱେ ବିଶ୍ୱକପ୍ ଦଳରେ ତାଙ୍କ ସ୍ଥାନ ନିଶ୍ଚିତ ନଥିବା ନେଇ ବିଭିନ୍ନ ରିପୋର୍ଟରୁ ସୂଚନା ମିଳୁଛି।

ଅବସର ସପକ୍ଷରେ ନାହାନ୍ତି ସମସ୍ତ ଚୟନକର୍ତ୍ତା ?

ଭାରତ-ଇଂଲଣ୍ଡ ସିରିଜ୍ ସମୟରେ ରୋହିତଙ୍କ ଅବସର ନେଇ ଗୁଜବ ତୀବ୍ର ହୋଇଥିଲା। ବିସିସିଆଇର କିଛି ବରିଷ୍ଠ ଅଧିକାରୀ ଏବଂ ଚୟନ କମିଟି ମଧ୍ୟରେ ତାଙ୍କ କ୍ୟାରିୟରକୁ ନେଇ ଭିନ୍ନ ଭିନ୍ନ ମତ ରହିଥିବା କୁହାଯାଉଛି। ଲର୍ଡସରେ ଶତକୀୟ ଇନିଂସ ଖେଳିବା ପରେ ମଧ୍ୟ ବିଶ୍ୱକପ୍ ଯୋଜନାରେ ସେ ରହିବେ କି ନାହିଁ, ତାହା ନିଶ୍ଚିତ ନୁହେଁ। ଏହାକୁ ନେଇ କ୍ରିକେଟ୍ ପ୍ରେମୀଙ୍କ ମନରେ ପ୍ରଶ୍ନ ଉଠୁଛି ସତରେ କ’ଣ ଅଧାରେ ଝୁଲୁଛି 'ହିଟମ୍ୟାନ୍'ଙ୍କ କ୍ୟାରିୟର ?

Also Read: ରୋହିତଙ୍କ ଅବସର ପାଇଁ ମୁମ୍ବାଇରେ ବଡ଼ ମିଟିଂ: ହଟାଇବାକୁ ଜିଦ୍ କରୁଛନ୍ତି ଅଗରକର, ହେଲେ ମାନୁନି BCCI !

ଇଂଲଣ୍ଡ ବିପକ୍ଷ ସିରିଜର ପ୍ରଥମ ଦୁଇଟି ମ୍ୟାଚ୍ରେ ରୋହିତ ଯଥାକ୍ରମେ ୧୧ ଓ ୨୬ ରନ୍ କରି ନିରାଶ କରିଥିଲେ, ଯାହା ପାଇଁ ତାଙ୍କୁ କଡ଼ା ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ହେଲେ ତୃତୀୟ ଦିନିକିଆରେ ସେ ୧୩୮ ରନର ଏକ ଚିତ୍ତାକର୍ଷକ ଶତକୀୟ ଇନିଂସ ଖେଳି ସମସ୍ତ ସମାଲୋଚକଙ୍କ ମୁହଁ ବନ୍ଦ କରିଦେଇଥିଲେ।

କ’ଣ କହୁଛି ଶେଷ ୧୦ଟି ଇନିଂସର ରେକର୍ଡ ?

ରୋହିତଙ୍କ ଅବସର ନେବା ଆବଶ୍ୟକ କି ନୁହେଁ, ତାହା ତାଙ୍କର ଶେଷ ୧୦ଟି ଦିନିକିଆ ଇନିଂସର ରେକର୍ଡରୁ ସ୍ପଷ୍ଟ ଅନୁମାନ କରାଯାଇପାରେ।ଶେଷ ୧୦ଟି ଇନିଂସରେ ସେ ୪୫.୪ ହାରାହାରିରେ ମୋଟ ୪୫୪ ରନ୍ ସଂଗ୍ରହ କରିଛନ୍ତି। ଦିନିକିଆ କ୍ରିକେଟରେ ୪୫ରୁ ଅଧିକ ହାରକୁ ବେଶ୍ ଭଲ ବୋଲି ବିବେଚନା କରାଯାଏ। ସେ ପ୍ରାୟ ୧୦୦ ଷ୍ଟ୍ରାଇକ୍ ରେଟରେ ରନ୍ କରିଛନ୍ତି, ଯାହା ଦର୍ଶାଉଛି ଯେ ସେ ପୂର୍ବପରି ଦଳକୁ ଆକ୍ରମଣାତ୍ମକ ଆରମ୍ଭ ଦେବାକୁ ପ୍ରୟାସ କରୁଛନ୍ତି।

Also Read: କେବଳ ବୁମରା ନୁହନ୍ତି, ଟିମ୍ ଇଣ୍ଡିଆରେ ଚୟନ ହୋଇଛନ୍ତି ଏହି ୪ ଆହତ ଖେଳାଳି ! ଉଠିଲା ପ୍ରଶ୍ନ

ଏହି ୧୦ଟି ଇନିଂସରେ ତାଙ୍କର ଗୋଟିଏ ଶତକ ଓ ଦୁଇଟି ଅର୍ଦ୍ଧଶତକ ରହିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଗୋଟିଏ ହେଲେ ବି ମ୍ୟାଚରେ ସେ ଏକକ ଅଙ୍କ ସ୍କୋରରେ ଆଉଟ୍ ହୋଇନାହାନ୍ତି। ଇଂଲଣ୍ଡ ବିପକ୍ଷ ୩ଟି ମ୍ୟାଚ ସେ ୫୮.୩୩ ହାରାହାରିରେ ୧୭୫ ରନ୍ ସଂଗ୍ରହ କରିଛନ୍ତି। ରୋହିତଙ୍କ ଶେଷ ୧୦ଟି ଦିନିକିଆ ସ୍କୋର୍ ହେଉଛି ୭୫, ୨୬, ୨୪, ୧୧, ୧୬, ୪୮, ୭୮, ୧୧, ୨୬, ୧୩୮।

ବିସିସିଆଇ ସହ ଆଲୋଚନା ?

ଏକ ସୂତ୍ରରୁ ଜଣାପଡ଼ିଛି ଯେ, ଲର୍ଡସ୍ ଦିନିକିଆ ପୂର୍ବରୁ ଚୟନକର୍ତ୍ତାମାନେ ରୋହିତଙ୍କୁ ଭବିଷ୍ୟତ ବିଶ୍ୱକପ୍ ଯୋଜନା ବିଷୟରେ ଜଣାଇବା ପରେ ସେ ଅବସର ନେବାକୁ ସମ୍ମତି ଜଣାଇଥିଲେ। ତେବେ ତାଙ୍କର ସମ୍ପ୍ରତି ଫର୍ମକୁ ଦେଖିଲେ ସେ ଏବେ ବି ଦଳ ପାଇଁ ଜଣେ ଗୁରୁତ୍ୱପୂର୍ଣ୍ଣ ଖେଳାଳି ଭାବେ ପ୍ରମାଣିତ ହେଉଛନ୍ତି।