କଣାସ: ଦୁଇ ବ୍ୟବସାୟୀଙ୍କ ମଧ୍ୟରେ ପାଟିତୁଣ୍ଡ ରୋକିବାକୁ ଯାଇ ଆକ୍ରମଣର ଶିକାର ହେଲେ ଡେଲାଙ୍ଗ ଫାଣ୍ଡିରେ କାର୍ଯ୍ୟରତ କନଷ୍ଟେବଳ। ଗୁରୁତର ଅବସ୍ଥାରେ ପ୍ରଥମେ ଡେଲାଙ୍ଗ ଏବଂ ପରେ ଭୁବନେଶ୍ଵର କ୍ୟାପିଟାଲ୍ ହସ୍ପିଟାଲରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣା ଘଟିଛି ପୁରୀ ଜିଲ୍ଲା ଡେଲାଙ୍ଗ ଫାଣ୍ଡି ନିକଟରେ।

ସୂଚନା ଅନୁଯାୟୀ, ଡେଲାଙ୍ଗ ଫାଣ୍ଡି ନିକଟରେ ଦୁଇଜଣ ବ୍ୟବସାୟୀଙ୍କ ମଧ୍ୟରେ କୌଣସି କାରଣକୁ ନେଇ ପାଟିତୁଣ୍ଡ ହେଉଥିଲା। ଏହି ସମୟରେ ଫାଣ୍ଡିରେ ଡ୍ୟୁଟିରେ ଥିବା କନଷ୍ଟେବଳ ମିଥୁନ ସିଂହ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ପାଟିତୁଣ୍ଡରୁ ନିବୃତ୍ତ ରହିବାକୁ କହିଥିଲେ। ତେବେ ଏହି ସମୟରେ ଜଣେ ବ୍ୟବସାୟୀ ହଠାତ୍ ଏକ ଠେଙ୍ଗାରେ କନଷ୍ଟେବଳଙ୍କ ମୁଣ୍ଡକୁ ଆଘାତ କରିଥିଲେ। ଫଳରେ ତାଙ୍କ ମୁଣ୍ଡ ଫାଟି ଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ତୁରନ୍ତ ଡେଲାଙ୍ଗ ଡାକ୍ତରଖାନାକୁ ନିଆଯାଇଥିଲା। ତେବେ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲେ। ବର୍ତ୍ତମାନ ସେଠାରେ ତାଙ୍କର ଚିକିତ୍ସା ଚାଲିଛି।

Also Read: କଥା ଦେଇଥାନ୍ତା ପ୍ରେମିକ, ସାକ୍ଷୀ ରହିଥାନ୍ତା ଝରଣା... ଜଙ୍ଗଲରୁ ମିଳିଲା ଯୁବତୀଙ୍କ ମୃତଦେହ  

ଅନ୍ୟପକ୍ଷରେ, ଘଟଣାକୁ ନେଇ ପୋଲିସ ଦୁଇ ବ୍ୟବସାୟୀଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଆଇନ ରକ୍ଷା କରିବାକୁ ଯାଇ ଜଣେ ପୋଲିସ କର୍ମଚାରୀ ଆକ୍ରମଣର ଶିକାର ହେବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।