ନୂଆଦିଲ୍ଲୀ:ମଧ୍ୟବିତ୍ତ ଏବଂ ଉଚ୍ଚ ମଧ୍ୟବିତ୍ତ ଲୋକଙ୍କୁ ଇଲେକ୍ଟ୍ରିକ ଗାଡ଼ି ପାଇଁ ପ୍ରୋତ୍ସାହିତ କରିବା, ଇଲେକ୍ଟ୍ରିକ କାର ଉପରୁ ରୋଡ ଟ୍ୟାକ୍ସ ଏବଂ ରେଜିଷ୍ଟ୍ରେସନ ଫି’ ଛାଡ଼ ଭଳି ଯୋଜନା ସହ ଦିଲ୍ଲୀ ସରକାର ଇଭି ପଲିସି ୨୦୨୬-୨୦୩୦କୁ ଡ୍ରାଫ୍ଟ କରିଛନ୍ତି। ପ୍ରସ୍ତାବିତ ଇଭି ନୀତିରେ ଇଲେକ୍ଟ୍ରିକ ଗାଡ଼ିକୁ ପ୍ରୋତ୍ସାହନ ଦେବା ପାଇଁ ବଡ଼ ବ୍ୟବସ୍ଥା ରଖାଯାଇଥିବା ବେଳେ ଏହା ଲାଗୁ ହେଲେ ଦିଲ୍ଲୀ ବାୟୁମାନ ମଧ୍ୟ ଅନେକାଂଶରେ କମିବା ନେଇ ଆଶା ରଖାଯାଇଛି।

୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଇଲେକ୍ଟ୍ରିକ କାର୍ ଉପରୁ ରୋଡ ଟ୍ୟାକ୍ସ ଫ୍ରି

ଡ୍ରାଫ୍ଟ ଅନୁସାରେ ୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଇଲେକ୍ଟ୍ରିକ କାର ଉପରେ ରୋଡ ଟ୍ୟାକ୍ସ ଏବଂ ରେଜିଷ୍ଟ୍ରେସନ ଫି’ ରେ ୧୦୦ ପ୍ରତିଶତ ଛାଡ଼ ଦେବା ପ୍ରସ୍ତାବ ରହିଛି। ଏହି ଛାଡ଼ ୨୦୩୦ ପର୍ଯ୍ୟନ୍ତ ଲାଗୁ ରହିପାରେ। ସରକାରଙ୍କ ଉଦ୍ଦେଶ୍ୟ ମଧ୍ୟବିତ୍ତ ଏବଂ ଉଚ୍ଚ ମଧ୍ୟବିତ୍ତ ଲୋକଙ୍କୁ ଇଲେକ୍ଟ୍ରିକ ଗାଡ଼ି ପାଇଁ ପ୍ରୋତ୍ସାହିତ କରିବା ଏବଂ ପାସେଞ୍ଜର କାର୍ ସେଗମେଣ୍ଟରେ ଇଭି ଭାଗିଦାରୀ ବଢ଼ିବ।

ଅବଶ୍ୟ ୩୦ ଲକ୍ଷ ଟଙ୍କାର ଅଧିକ ଦାମ୍‌ର ଇଲେକ୍ଟ୍ରିକ କାରକୁ ଏହି ଛାଡ଼ର ଲାଭ ମିଳିବ ନାହିଁ। ସେହିଭଳି ଷ୍ଟ୍ରଙ୍ଗ ହାଇବ୍ରିଡ୍ ଗାଡ଼ି ଉପରେ ରୋଡ ଟ୍ୟାକ୍ସ ଏବଂ ରେଜିଷ୍ଟ୍ରେସନ ଚାର୍ଜରେ ୫୦ ପ୍ରତିଶତ ଛାଡ଼ ଦେବାର ପ୍ରସ୍ତାବ ମଧ୍ୟ ଡ୍ରାଫ୍ଟରେ ସାମିଲ।

Also Read: ୧୦ବର୍ଷରେ ୧୨ହଜାର ଗୁଣା ବଢିଛି UPI ନେଣଦେଣ ଭଲ୍ୟୁମ, ମୂଲ୍ୟ ୪୦୦୦ ଗୁଣାରୁ ବି ଅଧିକ

୨୦୨୭ରୁ ଥ୍ରି- ହ୍ବିଲର ନିୟମରେ ପରିବର୍ତ୍ତନ ପାଇଁ ପ୍ରସ୍ତୁତି

ଡ୍ରାଫ୍ଟ ନୀତି ଅନୁସାରେ ୨୦୨୭ ଜାନୁଆରୀ ୧ରୁ ଦିଲ୍ଲୀରେ କେବଳ ଇଲେକ୍ଟ୍ରିକ ଥ୍ରୀ-ହ୍ବିଲର ହିଁ ରେଜିଷ୍ଟ୍ରେସନ ହେବ। ଯାହାର ସିଧା ପ୍ରଭାବ ଅଟୋ- ରିକ୍ସା ଏବଂ ଛୋଟ କମର୍ସିଆଲ ଗାଡ଼ି ଉପରେ ପଡ଼ିବ। କାରଣ ଏହି ଗାଡ଼ି ସବୁ ଶ୍ରେଣୀର ଲୋକଙ୍କୁ ଯୋଡ଼ିବାରେ ବଡ଼ ଭୂମିକା ନେଉଛନ୍ତି।

ଏହା ସହ ଏହି ନୀତିରେ ଦୁଇ ଚକିଆ ଯାନକୁ ମଧ୍ୟ ଧୀରେ ଧୀରେ ଇଲେକ୍ଟ୍ରିକ ମଡେଲ ଆଡ଼କୁ ନେବାର ସଙ୍କେତ ଦିଆଯାଇଛି। ଅବଶ୍ୟ ସରକାର ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ବର୍ତ୍ତମାନ ପେଟ୍ରୋଲ- ଡିଜେଲ ଗାଡ଼ି ଉପରେ ତୁରନ୍ତ ପ୍ରତିବନ୍ଧକ ଲଗାଯିବନି। ଏହାର ଉଦ୍ଦେଶ୍ୟ ପରିବର୍ତ୍ତନକୁ ଧୀରେ ଧୀରେ ବ୍ୟବସ୍ଥିତ ଢଙ୍ଗରେ ଲାଗୁ କରିବା। ଯାହାଦ୍ବାରା ଲୋକଙ୍କ ସହ ବ୍ୟବସାୟ ଉଭୟ ଉପରେ ହଠାତ୍ ଚାପ ନପଡ଼ିବ।

ଇଭି ଇକୋସିଷ୍ଟମ ଏବଂ ଇନଫ୍ରାଷ୍ଟକଚରକୁ ପ୍ରୋତ୍ସାହନ

ନୀତି ଅନୁସାରେ ସାର୍ବଜନୀନ ଏବଂ ଚାର୍ଜିଂ ନେଟଓ୍ବର୍କକୁ ଦ୍ରୁତ ଭାବରେ ବୃଦ୍ଧି ଉପରେ ଜୋର ଦିଆଯାଇଛି। ଯେପରି ଇଭି ବ୍ୟବହାରକାରୀଙ୍କୁ ଚାର୍ଜିଂକୁ ନେଇ କୌଣସି ପ୍ରକାର ଅସୁବିଧାର ସାମନା କରିବାକୁ ନପଡ଼େ।ଏହା ସହ ଏକ ମଜଭୁତ ଇଭି ସପ୍ଲାଏ ଚେନ ବିକଶିତ କରିବା ଯୋଜନା ମଧ୍ୟ ସାମିଲ ରହିଛି। ଏଥିରେ ବ୍ୟାଟେରୀ ମରାମତି, ରିସାଇକେଲିଂ ଏପଂ ପୁରୁଣା ପାର୍ଟସର ରିକଭରି ଭଳି ବ୍ୟବସ୍ଥାକୁ ବ୍ୟବସ୍ଥିତ କରିବା ଉପାୟ ବିକଶିତ କରିବା ଉପରେ ଧ୍ୟାନ ଦିଆଯାଇଛି। ସରକାରଙ୍କ ଉଦ୍ଦେଶ୍ୟ ଇଭି ସେକ୍ଟର ପାଇଁ ସପୋର୍ଟିଂ ଇକୋସିଷ୍ଟମ ପ୍ରସ୍ତୁତ କରିବା।

Also Read: ବ୍ୟାଙ୍କଠୁ ସେୟାର ବଜାର...ପଡି ରହିଛି ୨.୨ ଲକ୍ଷ କୋଟି ଟଙ୍କା, ହେଲେ ନେଉ ନାହାଁନ୍ତି କେହି, କାହିଁକି ?

ବାୟୁ ଗୁଣବତ୍ତାରେ ସୁଧାର ପାଇଁ କେନ୍ଦ୍ରର ପ୍ରସ୍ତାବ

ଏହି ନୀତି ରାଜଧାନୀ ଏବଂ ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ର (NCR)ରେ ବାୟୁ ଗୁଣବତ୍ତା ସୁଧାର ଦିଗରେ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ବୋଲି କୁହାଯାଉଛି। ତେବେ ଏହି ପ୍ରସ୍ତାବ ଉପରେ ଲୋକଙ୍କୁ ଆଗାମୀ ୩୦ ଦିନ ପର୍ଯ୍ୟନ୍ତ ପରାମର୍ଶ ଏବଂ ଆପତ୍ତି ପଠାଇବାକୁ କୁହାଯାଇଛି। ଏହା ପରେ ସରକାର ମତ ଆଧାରରେ ବିଚାର କରି ଶେଷରେ ନୀତି ଲାଗୁ କରିବେ।