ନୂଆଦିଲ୍ଲୀ, ୧୦/୦୪ : ପଡିଛି କୋଟି କୋଟି ଟଙ୍କା । ହେଲେ କେହି ନାହାଁନ୍ତି ଦାବିଦାର । ଅର୍ଥାତ ଏତେ ଟଙ୍କା ନେବାକୁ କେହି ନାହାଁନ୍ତି । ସେୟାର ମାର୍କେଟ୍ ସବିଭିନ୍ନ ବ୍ୟାଙ୍କରେ ଏମିତି ଅନେକ ଅର୍ଥ ପଡି ରହିଛି ।

ଭାରତୀୟଙ୍କୁ ପସନ୍ଦ ନିବେଶ । ବ୍ୟାଙ୍କ ହେଉ କିମ୍ବା ସେୟାର ମାର୍କେଟ୍, ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ଅନେକ ବ୍ୟକ୍ତି ଟଙ୍କା ନିବେଶ କରନ୍ତି । ଏବେ ସେୟାର ମାର୍କେଟ୍ ଏବଂ ବ୍ୟାଙ୍କରେ ପ୍ରାୟ .୨ ଲକ୍ଷ କୋଟି ଟଙ୍କା ପଡି ରହିଥିବା ସୂଚନା ମିଳିଛି । ଏକ ମାଗାଜିନରେ ଏନେଇ ରିପୋର୍ଟ ପ୍ରକାଶ ପାଇଛି ।

ରିପୋର୍ଟ ଅନୁସାରେ,୨୦୨୫ ଡିସେମ୍ବର ସୁଦ୍ଧା ବିଭିନ୍ନ ବ୍ୟାଙ୍କରେ ୮୯୦୦୦ କୋଟି ଟଙ୍କାର ଏପରି ଅର୍ଥ ରହିଛି ଯାହାର କେହି ଦାବିଦାର ନାହାଁନ୍ତି । ସେହିପରି ୧୬୭୧ଟି ବିଭିନ୍ନ କମ୍ପାନୀର ସେୟାରରେ ମଧ୍ୟ ଅନେକ ଟଙ୍କା ଫସି ରହିଛି । ଏଥିରେ ଇପିଏଏଫ ସେକ୍ଟରର କିଛି ଅର୍ଥ ମଧ୍ୟ ରହିଛି । ଏସବୁକୁ ମିଶାଇଲେ ପ୍ରାୟ .ଲକ୍ଷ କୋଟି ଟଙ୍କା ହେବ । କିନ୍ତୁ ଏସବୁ ଅର୍ଥର ମୂଲ୍ୟ ଧିରେ ଧିରେ କମିବାରେ ଲାଗିଛି । ଡଲାର ଶକ୍ତିଶାଳୀ ହେବା ସହ ଦରଦାମ୍ ବୃଦ୍ଧି ପାଇଁ ଦାବିଦାର ନଥିବା ଟଙ୍କାର ମୂଲ୍ୟ ହ୍ରାସ ପାଉଛି ।

.୨ ଲକ୍ଷ କୋଟି ମଧ୍ୟରୁ ୯୭୫୪୫ କୋଟି ଟଙ୍କାର ବ୍ୟାଙ୍କ୍ ଡିପୋଜିଟ୍ ରହିଛି । ଯାହାର କେହି ଦାବିଦାର ନାହାଁନ୍ତି । ଏହା ଆପେଆପେ ଆରବିଆଇର ଡିଇଏ ଫଣ୍ଡ୍ କୁ ଚାଲିଯିବ । ଇକ୍ୟୁଟି ସେୟାର୍ସରେ ମଧ୍ୟ ୮୯୦୦୪ କୋଟି ଟଙ୍କା ରହିଛି । ବୀମାରେ ୨୦୦୬୨ କୋଟି ଟଙ୍କା ପଡି ରହିଥିବା ବେଳେ ଇପିଏଫରେ ୧୦୯୧୫ କୋଟି ଟଙ୍କା ପଡି ରହିଛି । ୩୮ ପ୍ରତିଶତ ଇପିଏଫ ଆକାଉଣ୍ଟ ବର୍ଷ ବର୍ଷ ଧରି ନିଷ୍କ୍ରିୟ ରହିଛି । ସେହିପରି ମ୍ୟୁଚୁଆଲ ଫଣ୍ଡରେ ପଡି ରହିଥିବା ୩୪୫୨ କୋଟି ଟଙ୍କାର କେହି ଦାବିଦାର ନାହାଁନ୍ତି ।

କ'ଣ ହୋଇପାରେ କାରଣ

ନିବେଶ କରିବା ବେଳେ ଅନେକ ବ୍ୟକ୍ତି ଜରୁରୀ କାମ କରିବା ଭୁଲି ଯାଆନ୍ତି । କେହି କେହି ନୋମିନିଙ୍କ ନାଁ ଯୋଡି ନଥାନ୍ତି । ସମୟ ସହ ଏହାକୁ ଅପଡେଟ୍ କରାଯାଇନଥାଏ । ନିବେଶ ବେଳେ ପରିବାରର ତଥ୍ୟ ଅନେକ ବ୍ୟକ୍ତି ଦାଖଲ କରିନଥାନ୍ତି । ଆଉ କିଛି ବ୍ୟକ୍ତି ଟଙ୍କା କିପରି କ୍ଲେମ୍ କରାଯିବ ତାହା ମଧ୍ୟ ଜାଣି ନଥାନ୍ତି । ଫଳରେ କିଛି ଅଘଟଣ ହେଲେ ବର୍ଷ ବର୍ଷ ଧରି ଟଙ୍କା ସେମିତି ପଡିରହିଥାଏ ।