ଆଠଗଡ଼ ୨୬।୯: ସାପୁଆ ନଦୀରେ ବନ୍ୟା ଆସିବା ଫଳରେ ଆଠଗଡ଼ କନ୍ତୋଲ ଠାରେ ପୂର୍ବରୁ ହୋଇଥିବା ଘାଇ ଦେଇ ପଶିଛି ବନ୍ୟାଜଳ । ଫଳରେ କନ୍ତୋଲର ୧୨ ଓ ୧୩ ନମ୍ବର ୱାର୍ଡରେ ବନ୍ୟାଜଳ ପ୍ରବେଶ କରିଛି । ସେହିପରି ପୁରୁଣା କଟକ-ସମ୍ବଲପୁର ରାସ୍ତାର କନ୍ତୋଲ ଠାରେ ରାସ୍ତା ଉପରେ ବନ୍ୟାଜଳ ପ୍ରବାହିତ ହେବାରୁ ଯାତାୟାତ ପ୍ରଭାବିତ ହୋଇଛି । ରାସ୍ତା ଉପରେ ଅଧିକ ପାଣି ଚାଲୁଥିବାରୁ ଯାନବାହନ ଚଳାଚଳରେ ସମସ୍ୟା ଦେଖାଦେଇଛି ।

Also Read:- କାଏମା ବ୍ରିଜ୍‌ରୁ କେଲୁଅ ନଦୀକୁ ଡେଇଁଲେ ଯୁବକ, ମିଳୁନି ପତ୍ତା

ଅନ୍ୟପଟେ ପୁରୁଣା କଟକ-ସମ୍ବଲପୁର ରାସ୍ତାର ଚମ୍ପାପୁର ଗଡ଼ା ଠାରେ ମଧ୍ୟ ରାସ୍ତା ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି । ଫଳରେ ଏହି ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଛି । ବନ୍ୟାଜଳ ଯୋଗୁଁ କନ୍ତୋଲ ଅଞ୍ଚଳର ଲୋକଙ୍କ ଜନଜୀବନ ପ୍ରଭାବିତ ହୋଇଥିବା ବେଳେ, ରାସ୍ତା ଉପରେ ପାଣି ଚାଲୁଥିବାରୁ ଯାତାୟାତ ନେଇ ସମସ୍ୟା ଦେଖାଦେଇଛି ।

Watch Video: