ଚଣ୍ଡିଖୋଲ ୨୬।୯: ବ୍ରିଜ୍ ଉପରୁ ନଦୀକୁ ଡେଇଁ ପଡ଼ିଲେ ଯୁବକ । ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଧୀନ କାଏମା ବ୍ରିଜ ଉପରୁ କେଲୁଅ ନଦୀକୁ ଜଣେ ଯୁବକ ଡେଇଁପଡ଼ିଥିବା ଅଭିଯୋଗ ହୋଇଛି। ନିଖୋଜ ଯୁବକ ଜଣକ ଚଇନିହୁଡା ଗ୍ରାମର ଅଜୟ ତରାଇ ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଶୁକ୍ରବାର ରାତିରେ ଅଜୟ ହଠାତ କାଏମା ବ୍ରିଜ୍ ନିକଟରେ ପହଞ୍ଚି ନଦୀକୁ ଡେଇଁପଡ଼ିଥିଲେ । ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଲୋକେ ଧର୍ମଶାଳା ଥାନା ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଟିମ୍ ପହଞ୍ଚି ନଦୀରେ ଖୋଜାଖୋଜି ଆରମ୍ଭ କରିଛି । ତେବେ ଏ ପର୍ଯ୍ୟନ୍ତ ଯୁବକଙ୍କ ପତ୍ତା ମିଳିନାହିଁ ।

Also Read:- ସେଲ୍ଫି ନେବା ହେଲା କାଳ, ଫଟୋ ଉଠାଇବା ବେଳେ ନଦୀରେ ଖସିପଡିଲେ ମହିଳା

ତେବେ କେଉଁ କାରଣରୁ ଯୁବକ ଜଣକ ନଦୀକୁ ଡେଇଁପଡ଼ିଲେ ସେ ନେଇ ଧର୍ମଶାଳା ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି ।

Watch Video: