ନୂଆଦିଲ୍ଲୀ: IPL ୨୦୨୩ରେ ଗୁଜରାଟ ବିପକ୍ଷ ମ୍ୟାଚରେ ନିଜର ପ୍ରଦର୍ଶନ ଯୋଗୁ ରାତାରାତି ଷ୍ଟାର ପାଲଟି ଯାଇଥିଲେ ଭାରତୀୟ କ୍ରିକେଟର ରିଙ୍କୁ ସଂହ। ଏହି ମ୍ୟାଚରେ ସେ ୟଶ ଦୟାଲଙ୍କ ଓଭରର ଲଗାତାର ୫ଟି ଛକା ମାରି କେକେଆରକୁ ଏକ ସ୍ମରଣୀୟ ବିଜୟ ଦେଇଥିଲେ। ସେବେଠାରୁ ରିଙ୍କୁ ଆଉ ପଛକୁ ଫେରିନାହାଁନ୍ତି। ହେଲେ ଏବେ ରିଙ୍କୁ ସିଂହଙ୍କ ଖୁସି ପୁଣି ଦୁଇଗୁଣା ହୋଇଛି । କାରଣ ନିକଟରେ ଆଇପିଏଲ ୨୦୨୬ରେ KKRର ଉପନାଧିକ ଦାୟିତ୍ବ ମିଳିଥିବା ବେଳେ, ଏବେ ତାଙ୍କୁ ମିଳିଛି ସରକାର ଚାକିରି। ଉତ୍ତର ପ୍ରଦେଶ ସରକାର ତାଙ୍କୁ ରାଜ୍ୟରେ ଆଞ୍ଚଳିକ କ୍ରୀଡ଼ା ଅଧିକାରୀ ଭାବରେ ନିଯୁକ୍ତ କରିଛନ୍ତି। ଖୋଦ୍ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କୁ ନିଯୁକ୍ତି ପତ୍ର ଦେଇଛନ୍ତି।

ଖାଲି ସେତିକି ନୁହେଁ ରିଙ୍କୁ ସିଂହଙ୍କ ସମେତ ଉତ୍ତର ପ୍ରଦେଶ ସରକାର, ଅନ୍ତର୍ଜାତୀୟ ସ୍ତରରେ ଖେଳି ଭାରତ ପାଇଁ ପଦକ ଜିତିଥିବା ଆହୁରି ୬ ଜଣ ଖେଳାଳିଙ୍କୁ ମଧ୍ୟ ସରକାରୀ ଚାକିରିରେ ଅବସ୍ଥାପିତ କରିଛନ୍ତି। ସେମାନଙ୍କ ମଧ୍ୟରେ ହକି ଖେଳାଳି ରାଜକୁମାର ପାଲ୍, ଜାଭେଲିନ ଥ୍ରୋଓର ଅଜିତ ସିଂହହ, ଧାବିକା ସିମରନ ଏବଂ ପାରାଅଲିମ୍ପିକ ଗୋଲ୍ଡ ମେଡାଲିଷ୍ଟ ପ୍ରବୀଣ କୁମାର।

କେଉଁ କାମ କରିବେ ରିଙ୍କୁ ସିଂହ ? କେତେ ପାଇବେ ଦରମା ?

ଆଞ୍ଚଳିକ କ୍ରୀଡ଼ା ଅଧିକାରୀ ଏକ କ୍ଲାସ-୨ ଗେଜେଟେଡ ଅଫିସର। ରାଜ୍ୟରେ କ୍ରୀଡ଼ାର ପ୍ରଚାର ପ୍ରସାର, ଖେଳ ପଡ଼ିଆର ରକ୍ଷଣାବେକ୍ଷଣର ନିରୀକ୍ଷଣ ଏବଂ ନୂଆ ପ୍ରତିଭାଙ୍କୁ ଚିହ୍ନଟ ଏବଂ ପ୍ରୋତ୍ସାହିତ କରିବା ସେମାନଙ୍କ ଦାୟିତ୍ବ । ସେହିଭଳି ଉତ୍ତର ପ୍ରଦେଶର ଜଣେ ଆଞ୍ଚଳିକ କ୍ରୀଡ଼ା ଅଧିକାରୀଙ୍କୁ ୭୦ ହଜାରରୁ ୯୦ ହଜାର ପର୍ଯ୍ୟନ୍ତ ଦରମା ମିଳିଥାଏ। ରିଙ୍କୁ ସିଂହଙ୍କୁ ମଧ୍ୟ ଏହି ଦରମା ମିଳିବ।

Also Read: Mumbai Indians Ipl: ରୋହିତ ଶର୍ମାଙ୍କୁ ଦେଖି ଚମକିଗଲେ ମାଲିକାଣୀ, ଭିଡିଓ ଭାଇରାଲ....

ଭାରତୀୟ କ୍ରିକେଟ ଟିମ୍‌ର ଜଣେ ଷ୍ଟାର ଫିନିଶର

ରିଙ୍କୁ ଭାରତୀୟ କ୍ରିକେଟ ଟିମ୍‌ର ଜଣେ ଷ୍ଟାର ଫିନିଶର ମଧ୍ୟ ରହିସାରିଛନ୍ତି । ଭାରତୀୟ ଟିମରେ ରହି ଏସିଆନ ଗେମ୍ସରେ ଗୋଲ୍ଡ ମେଡାଲ, ଏସିଆ କପ୍ ମଧ୍ୟ ଜିତିଛନ୍ତି। ଆଉ ନିକଟରେ ଶେଷ ହୋଇଥିବା ଟି୨୦ ଓ୍ବାର୍ଲ୍ଡ କପ୍‌ ମଧ୍ୟ ଅଂଶ ରହିଥିଲେ ରିଙ୍କୁ।