ମୁମ୍ୱାଇ: ରାତି ପାହିଲେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୬ । ଦମ୍ ଦେଖାଇବାକୁ ତୟାର ସବୁ ଦଳ । ନେଟ୍ସରେ ଚାଲିଛି ଜୋରଦାର ତୟାରି । ମୁମ୍ୱାଇ ବି ଜୋରଦାର ଚଲାଇଛି ପ୍ରସ୍ତୁତି । ତେବେ ମ୍ୟାଚ୍ ପୂର୍ବରୁ ସମସ୍ତଙ୍କୁ ଚକିତ କରିଛି ଟିମ୍ ଇଣ୍ଡିଆ ପୂର୍ବତନ ଅଧିନାୟକ ରୋହିତ ଶର୍ମାଙ୍କ ଫିଟନେସ୍ । ଖାସ୍ କରି ମାଲିକାଣୀଙ୍କୁ ବି ପକାଇଛି ହରଡଘଣାରେ ।

ଚିହ୍ନିପାରିଲେନି ନିତା:

କହିବାକୁ ଗଲେ ଖେଳାଳିମାନଙ୍କୁ ଭେଟିବା ପାଇଁ ମୁମ୍ବାଇ ଇଣ୍ଡିଆନ୍ସ (MI) ଶିବିରକୁ ଆସିଥିଲେ ନୀତା ଅମ୍ବାନୀ । ହେଲେ ରୋହିତଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ମୁମ୍ବାଇ ଇଣ୍ଡିଆନ୍ସର ମାଲିକାଣୀ ନୀତା ଅମ୍ବାନୀ କହିଥିଲେ, "ହେ ଭଗବାନ, ରୋହିତ, ମୁଁ ତୁମକୁ ଚିହ୍ନିପାରିଲି ନାହିଁ । ତୁମେ ପୁରା କମ୍ ବୟସ ପିଲାଙ୍କ ପରି ଲାଗୁଛ । ମୁମ୍ବାଇ ଇଣ୍ଡିଆନ୍ସର ଅଫିସିଆଲ୍ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ସେୟାର କରାଯାଇଥିବା ଏକ ଭିଡିଓରେ ରୋହିତ ଶର୍ମାଙ୍କ ପରିବର୍ତ୍ତିତ ରୂପ ସ୍ପଷ୍ଟ ଭାବରେ ଦେଖାଯାଉଛି । ଯେଉଁଥିରେ ସେ ପୂର୍ବ ଅପେକ୍ଷା ଅଧିକ ଫିଟ୍, ସ୍ଲିମ୍ ଦେଖାଯାଉଛନ୍ତି ।

 

ରୋହିତଙ୍କ ଲକ୍ଷ୍ୟ ୨୦୨୭ ବିଶ୍ୱକପ୍:

କହିବାକୁ ଗଲେ ଟେଷ୍ଟ କ୍ରିକେଟରୁ ଅବସର ନେବା ପରେ, ରୋହିତ ୨୦୨୭ ODI ବିଶ୍ୱକପ୍ ଖେଳିବା ଲକ୍ଷ୍ୟରେ ଅଛନ୍ତି । ତାଙ୍କର ଲକ୍ଷ୍ୟ ବିଶ୍ୱକପ୍ ହାସଲ । ସେଥିପାଇଁ ସେ ଏବେ ତାଙ୍କ ଫିଟନେସ୍ ଉପରେ ଅଧିକ ଧ୍ୟାନ ଦେଉଛନ୍ତି । ପ୍ରକୃତରେ, ୨୦୨୩ ODI ବିଶ୍ୱକପ୍ ଫାଇନାଲରେ ପରାଜୟ ପରେ, ରୋହିତ ଶର୍ମା ନିଜକୁ ସମ୍ପୂର୍ଣ୍ଣ ଭାବରେ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଥିଲେ। ଗତ କିଛି ମାସ ଧରି, ସେ ତାଙ୍କ ଫିଟନେସ୍ ଓ ତାଙ୍କ ଖେଳ ଉଭୟ ଉପରେ ବହୁତ କାମ କରିଛନ୍ତି । ଯାହାର ଫଳାଫଳ ଏବେ ସ୍ପଷ୍ଟ ଭାବରେ ଦେଖାଯାଉଛି।

Also Read...Happy Birthday Suryavanshi: ଖୋଲିଲା ଟିମ୍ ଇଣ୍ଡିଆ ବାଟ, ଜନ୍ମଦିନରେ ମିଳିବ ବଡ଼ ଉପହାର

ODIରେ ଜବରଦସ୍ତ ରେକର୍ଡ:

ODI କ୍ରିକେଟରେ ରୋହିତ ଶର୍ମାଙ୍କ ପ୍ରଦର୍ଶନ ଉତ୍କୃଷ୍ଟ ହୋଇଛି। ଗତ ବର୍ଷ, ଅଷ୍ଟ୍ରେଲିଆ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜରେ, ସେ ଏକ ଶତକ ଏବଂ ଏକ ଅର୍ଦ୍ଧଶତକ ସହିତ 202 ରନ କରିଥିଲେ। ତାଙ୍କ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ, ରୋହିତ ସିରିଜର ଶ୍ରେଷ୍ଠ ଖେଳାଳି ପୁରସ୍କାର ଜିତିଥିଲେ। ତଥାପି, IPLରେ ଗତ କିଛି ବର୍ଷ ରୋହିତ ଶର୍ମାଙ୍କ ପାଇଁ ସେତେ ଚମତ୍କାର ହୋଇନାହିଁ। ଲିଗରେ ଦ୍ୱିତୀୟ ସର୍ବାଧିକ ରନ ସ୍କୋରର (୨୭୨ ମ୍ୟାଚରେ ୭୦୪୬ ରନ) ହେବା ସତ୍ତ୍ୱେ, ସେ ସାମ୍ପ୍ରତିକ ଋତୁରେ ତାଙ୍କର ମାର୍କି ପ୍ଲେୟାର ମାନ୍ୟତାରେ ପହଞ୍ଚି ପାରିନାହାଁନ୍ତି।

କେତେ ଆଭରେଜ୍‌ରେ କେତେ ରନ୍?

ରୋହିତ ଶର୍ମା ଶେଷ ଥର ପାଇଁ ୨୦୧୬ IPL ସିଜିନରେ ୪୫୦ରୁ ଅଧିକ ରନ କରିଥିଲେ। ତାଙ୍କର ସର୍ବୋତ୍ତମ IPL ସିଜିନ ୨୦୧୩ ଥିଲା । ଯେତେବେଳେ ସେ ୫୩୮ ରନ କରିଥିଲେ। ୨୦୧୬ ପରେ, ସେ IPL ସିଜିନରେ କେବଳ ତିନି ଥର ୪୦୦+ ରନ ହାସଲ କରିଛନ୍ତି । ଗତ ନଅଟି IPL ସିଜିନରେ, ରୋହିତ ଶର୍ମା ୧୨୯ ଇନିଂସରେ ୩୧୭୨ ରନ କରିଛନ୍ତି । ଯାହାର ହାରାହାରି ୨୬.୦୦ ଅଟେ। ଏହି ସମୟ ମଧ୍ୟରେ, ସେ କେବଳ ଗୋଟିଏ ଶତକ ଏବଂ ୧୮ ଅର୍ଦ୍ଧଶତକ ହାସଲ କରିଛନ୍ତି।

ଗତ ସିଜିନରେ, ସେ ୧୫ ଇନିଂସରେ ୪୧୮ ରନ କରିଥିଲେ, ଯେଉଁଥିରେ ଚାରୋଟି ଅର୍ଦ୍ଧଶତକ ଥିଲା। ତାଙ୍କର ହାରାହାରି ୨୯.୮୫ ଏବଂ ତାଙ୍କର ଷ୍ଟ୍ରାଇକ୍ ରେଟ୍ ୧୪୯.୨୮ ଥିଲା। ଆଇପିଏଲରେ ଗତ କିଛି ବର୍ଷ ଆଶା ଅନୁଯାୟୀ ହୋଇନାହିଁ, କିନ୍ତୁ ଏଥର ପ୍ରଶଂସକମାନେ "ହିଟ୍ ମ୍ୟାନ୍"ଙ୍କଠାରୁ ଏକ ବଡ଼ ଧମାକା ଆଶା କରୁଛନ୍ତି। ଏବେ ପ୍ରଶ୍ନ ହେଉଛି: ଏହି ଫିଟ୍ ନୂତନ ଅବତାରରେ ରୋହିତ ଶର୍ମା କ'ଣ ୨୦୨୬ ଆଇପିଏଲରେ ତାଙ୍କର ପୁରୁଣା ଫର୍ମକୁ ଫେରିପାରିବେ? ଏଥର ପ୍ରଶଂସକମାନେ ତାଙ୍କର ପ୍ରତ୍ୟେକ ସଟ୍ ଦେଖାପାରିବେ ଏମିତି ଅନେକ ପ୍ରଶ୍ନ ।