ବର୍ଲିନ,|୦୬ଜର୍ମାନୀ ସରକାର ପେନସନ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି । ପ୍ରସ୍ତାବ ଅନୁସାରେ ଅବସର ବୟସ ବର୍ତ୍ତମାନ ୬୭ ବର୍ଷ ରହିଥିଲା ବେଳେ ତାକୁ ୭୦କୁ ବୃଦ୍ଧି କରାଯିବ। ଏଥିସହ ୪୫ ବର୍ଷ ପର୍ଯ୍ୟନ୍ତ ପେନସନ ଫଣ୍ଡକୁ ଯୋଗଦାନ କରିଥିବା କର୍ମଚାରୀଙ୍କୁ ମିଳୁଥିବା ଆଗୁଆ ଅବସର ସୁବିଧାକୁ ହଟାଇ ଦିଆଯିବ।

ଜର୍ମାନୀ ଗଣମାଧ୍ୟମର ସୂଚନା ଅନୁସାରେ ଚାନସେଲର ଫ୍ରେଡରିକ ମର୍ଜ ଓ ଶ୍ରମମନ୍ତ୍ରୀ ବାର୍ବିଲ ବାସଙ୍କ ଦ୍ବାରା ଗଠିତ କମିଶନ ସରକାରଙ୍କୁ ମଙ୍ଗଳବାର ରିପୋର୍ଟ ପ୍ରଦାନ କରିବେ। କମିଶନ ‘ପେନସନ ଆଟ୍ ୬୩ ଭଳି ଲୋକପ୍ରିୟ ଯୋଜନାକୁ ଶେଷ କରିବାକୁ ସୁପାରିସ କରିଛନ୍ତି। ଏହି ଯୋଜନାରେ ୪୫ ବର୍ଷ କାମ କରିଥିବା କର୍ମଚାରୀ ଆଗୁଆ ଅବସର ନେବା ପରେ ତାଙ୍କର ସବୁ ଅର୍ଥ ମିଳୁଥିଲା।

Also Read :-ଆନ୍ଧ୍ରପ୍ରଦେଶର ଏକ ପରିବାର, ଯେଉଁଠି ଛଅ ପିଢ଼ିରୁ ଚାଲିଛି ଯୌଥ ପରମ୍ପରା

ଆସନ୍ତା ଜୁଲାଇରେ ସଂସଦ ସଦର ଅବକାଶ ପୂର୍ବରୁ ଏହି ପ୍ରସ୍ତାବକୁ ମଞ୍ଜୁରି ଆଣିବା ଲାଗି ଉଦ୍ଯମ କରାଯାଉଛି। ଜର୍ମାନୀରେ ବୟସ୍କ ଲୋକଙ୍କ ସଂଖ୍ୟା ବଢ଼ିବା ଏବଂ ବା ବହୁ ସଂଖ୍ୟାରେ ଲୋକ ଅବସର ନେଉଥିବାରୁ ପେନସନ ବ୍ୟବସ୍ଥା ଉପରେ ଚାପ ବଢ଼ିବାରେ ଲାଗିଛି । ତେଣୁ ସରକାର ଏଭଳି ଯୋଜନା କରିବାକୁ ଯାଉଛନ୍ତି।