ନୂଆଦିଲ୍ଲୀ ୨୪।୦୩; ବର୍ତ୍ତମାନ ଆମ୍ବ ଖାଇବାର ମଜା ଏକ ନିଆରା ଉପାୟରେ ନେଇପାରିବେ। 'ରେଣ୍ଟ ଏ ଟ୍ରି' ମଡେଲ ମାଧ୍ୟମରେ ଆମ୍ବ ଗଛକୁ ଲୋକେ ଭଡା ସୂତ୍ରରେ ନେଇପାରିବେ । କୋଚିର ଏକ ଷ୍ଟାର୍ଟଅପ୍ ଏହି ସୁଯୋଗ ପ୍ରଦାନ କରୁଛି । ଏଭଳି ଏକ ପରିକଳ୍ପନା ସହରବାସୀଙ୍କୁ ଆକୃଷ୍ଟ କରିପାରିଛି। ତେବେ ଏହି ପ୍ଲାଟଫର୍ମର ବ୍ୟବହାର କରିବା ଖୁବ୍ ସହଜ। ଗ୍ରାହକ ଅନଲାଇନ୍ ବଗିଚା ଗୁଡ଼ିକୁ ଦେଖି ନିଜ ପସନ୍ଦର ଆମ୍ବଗଛକୁ ବାଛିପାରିବେ । ତେବେ ଗୋଟିଏ ସିଜିନ୍ ପାଇଁ ଗଛକୁ ଭଡ଼ାରେ ନେବାର ଦାମ୍ ୧୦ ହଜାର ଟଙ୍କାରୁ ଆରମ୍ଭ ହୋଇଥାଏ ।

ଗଛକୁ ଭଡ଼ା ନେବା ପ୍ରତିବଦଳରେ ସେହି ଗଛରେ ଫଳିଥିବା ସମସ୍ତ ଆମ୍ବ ସେହି ଗ୍ରାହକର ହିଁ ହେବ। ଅନ୍ୟପଟେ ଗଛର ଦେଖାଶୁଣା ଠୁ ଆରମ୍ଭ କରି ଆମ୍ବ ତୋଳିବାର କାମ ଚାଷୀର କରିବ । ମହାରାଷ୍ଟ୍ର, ତାମିଲନାଡ଼ୁ, କେରଳରେ ଏହି ଆମ୍ବ ବଗିଚା ସବୁ ରହିଛି। ଆମ୍ବ ସମ୍ପୂର୍ଣ ପାଚିଗଲେ, ତାହାକୁ ତୋଳାଯାଏ ଏବଂ ଯତ୍ନର ସହକାରେ ପ୍ୟାକ୍ କରାଯାଇ ଗ୍ରାହକଙ୍କ ପାଖକୁ ପଠାଇ ଦିଆଯାଏ I ଏହିପ୍ରକାରେ ଲୋକେ ଚାଷ ନ କରି ମାଲିକ ଭାବେ ନିଜର ଗଛ ଥିବା ଅନୁଭବ କରିପାରିବେ । ଏହି ମଡେଲ ସହରରେ ରହୁଥିବା ଲୋକଙ୍କୁ ପ୍ରକୃତିର ନିକଟତର କରାଉଛି I

ସାମାଜିକ ଗଣମାଧ୍ୟମରେ ଏହି ଚିନ୍ତାଧାରାକୁ ନେଇ ଲୋକଙ୍କଠାରେ ଉତ୍ସାହ ଦେଖିବାକୁ ମିଳୁଛି। ଏହା ଉଭୟ ଗ୍ରାହକ ଓ ଚାଷୀଙ୍କ ପାଇଁ ଲାଭକାରୀ ବୋଲି କୁହାଯାଉଛି। ଅନ୍ୟପଟେ ବର୍ତ୍ତମାନ ଭାରତରେ ‘ଫାର୍ମ ଟୁ ଟେବୁଲ' ଟ୍ରେଣ୍ଡର ଲୋକପ୍ରିୟତା ବଢୁଛି। ଲୋକେ ଏବେ ଜାଣିବାକୁ ଚାହୁଁଛନ୍ତି, ସେମାନଙ୍କ ଖାଦ୍ୟ କେଉଁଠାରୁ ଆସୁଛି ଏବଂ କିଭଳି ଚାଷ କରାଯାଉଛି। ଏ ଦୃଷ୍ଟିରୁ ‘ରେଣ୍ଟ ଏ ଟ୍ରି' ଏହି ଚିନ୍ତାଧାରାକୁ ଆଗକୁ ନେଇଛି। ଏହି ମଡେଲ ଖାଦ୍ୟ ଏବଂ ଚାଷକୁ ନେଇ ଥିବା ଦୃଷ୍ଟିକୋଣର ଉପାୟ ବଦଳାଇବାକୁ ଚେଷ୍ଟା କରିଛି।

Also Read-Video: ୟୁଜର୍ସଙ୍କୁ ମିଳୁ ମୋବାଇଲ୍ ଡାଟା ଟ୍ରାନ୍ସଫର ସୁବିଧା...AAP ସାଂସଦ ରାଘବ ଚଢାଙ୍କ ବଡ଼ ଦାବି