ଭୁବନେଶ୍ବର ୨୫।୫: ଆସନ୍ତା ୩ ଦିନ ପାଇଁ ୩ ଜିଲ୍ଲାକୁ ରେଡ୍ ଓ୍ବାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ । ସମ୍ବଲପୁର, ବଲାଙ୍ଗିର, ବୌଦ୍ଧକୁ ରେଡ୍ ଓ୍ବାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ । ଝାରସୁଗୁଡ଼ା, ନୂଆପଡ଼ା, କଳାହାଣ୍ଡି, ବରଗଡ଼ ଓ ସୋନପୁରକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ । ଆସନ୍ତା ୪ ଦିନ ଉପକୂଳରେ ଗୁଳୁଗୁଳି ସହ ପଶ୍ଚିମ ଓଡ଼ିଶାରେ ତାତି ବଢ଼ିବ । ସେହିଭଳି ଆଭ୍ୟନ୍ତରୀଣ  ଓ ପଶ୍ଚିମ ଓଡ଼ିଶାରେ ଦିନ ତାପମାତ୍ରା ୨ରୁ ୪ ଡିଗ୍ରୀ  ବଢିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ୩୦ରୁ କାଳବୈଶାଖୀ ଯୋଗୁ ପାଗ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶକ ମନୋରମା ମହାନ୍ତି ।

ତାତିରେ ଭାଜି ହେଉଛି ସାରା ଓଡ଼ିଶା । ହିଟ୍ ଓ୍ବେଭ ସାଙ୍ଗକୁ ପ୍ରବଳ ଗରମ ଆଉ ଗୁଳୁଗୁଳି । ସତେ ଯେମିତି ଏବେ ତତଲା କଡେଇ ପାଲଟିଛି ଓଡ଼ିଶା । ଉତ୍ତର ପଶ୍ଚିମା ଶୁଷ୍କ ପବନ ବୋହିବା ଯୋଗୁ ଏବେ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ୩ ଦିନ ଯାଏ ତାତିରୁ ତ୍ରାହି ନାହିଁ । ଜଳିବ ପୁରା ଓଡ଼ିଶା । ୩ ଦିନ ଯାଏ ୩ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କଲା ପାଣିପାଗ ବିଭାଗ । ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ୨୬ ଜିଲ୍ଲାରେ ପ୍ରଚଣ୍ଡ ଖରା, ଗରମ ସହ ଉପକୂଳରେ ଗୁଳୁଗୁଳିର ଚେତାବନୀ ରହିଥିବା ବେଳେ ସମ୍ବଲପୁର, ବଲାଙ୍ଗିର ଓ ବୌଦ୍ଧକୁ ରେଡ୍ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ଝାରସୁଗୁଡା ସୋନପୁର କଳାହାଣ୍ଡି ଓ ନୂଆପଡା ୪ ଜିଲ୍ଲାକୁ ଅରେଞ୍ଜ ଓ କନ୍ଧମାଳ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ସମ୍ବଲପୁର ଓ ବଲାଙ୍ଗିରକୁ ଉଷ୍ମ ରାତ୍ରି ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଥିବା ବେଳେ ପଶ୍ଚିମ ଓ ଉପକୂଳ ଜିଲ୍ଲାର ୧୮ ଜିଲ୍ଲାକୁ ଉଷ୍ମ ଓ ଆଦ୍ର ସ୍ଥିତି ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ମଙ୍ଗଳବାର ସମ୍ବଲପୁର, ବଲାଙ୍ଗିର ଓ ବୌଦ୍ଧକୁ ରେଡ୍ ଓ୍ବାର୍ଣ୍ଣିଂ ସହ ଝାରସୁଗୁଡା, ସୋନପୁର, କଳାହାଣ୍ଡି ଓ ନୂଆପଡାର ୪ ଜିଲ୍ଲାକୁ ଅରେଞ୍ଜ ଓ କନ୍ଧମାଳ ଓ ବରଗଡ଼ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ସମ୍ବଲପୁର ଓ ବଲାଙ୍ଗିରକୁ ଉଷ୍ମ ରାତ୍ରି ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଥିବା ବେଳେ ପଶ୍ଚିମ ଓ ଉପକୂଳ ଜିଲ୍ଲାର ୧୭ ଜିଲ୍ଲାକୁ ଉଷ୍ମ ଓ ଆଦ୍ର ସ୍ଥିତି ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

Also Read:- ଦିଲ୍ଲୀ ମୁହାଁଇଛି Sand Storm, ୫୦ କିମି ବେଗରେ ମାଡ଼ି ଆସୁଛି, ସତର୍କତା ଜାରି କଲେ ପାଣିପାଗ ବିଭାଗ

ସକାଳେ ପ୍ରଚଣ୍ଡ ଖରା ଆଉ ଅପରାହ୍ନରେ କାଳବୈଶାଖୀର ସମ୍ଭାବନା ଥିବାବେଳେ ଆସନ୍ତା ୨୪ ଘଣ୍ଟାରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡା, ଗଞ୍ଜାମ, ଗଜପତି, କନ୍ଧମାଳ, ନୟାଗଡ, କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଅନୁଗୁଳ, ଭଦ୍ରକ, ଯାଜପୁର, ବାଲେଶ୍ୱର, ଢେଙ୍କାନାଳ, କେନ୍ଦୁଝର ଓ ମୟୁରଭଞ୍ଜ ଏହି ୨୧ ଜିଲ୍ଲାରେ ବିଜୁଳି ଘଡଘଡି ସହ ୪୦ ରୁ ୬୦ କି.ମି. ଝଟକା ପବନ ବହିବାର ସମ୍ଭାବନାକୁ ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ମଙ୍ଗଳବାର ସମାନ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ ।

ସେପଟେ ଉତ୍ତର ଉପକୂଳ ଓଡ଼ିଶାର ସମୁଦ୍ର ଉପକୂଳବର୍ତ୍ତୀ ଅଂଚଳରେ ୪୦ରୁ ୫୦ ସର୍ବାଧିକ ୬୦ କି.ମି. ପବନ ବହିବାର ସମ୍ଭାବନା ଥିବା ବେଳେ ସମୁଦ୍ର ଆସନ୍ତା ରହିବ । ତେଣୁ ୨୮ ଓ ୨୯ ଦୁଇ ଦିନ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ଅନ୍ୟପଟେ ଗତ ୨୪ ଘଣ୍ଟାରେ ୧୮ ଜିଲ୍ଲାରେ ୪୧ ଡିଗ୍ରୀ ଉପରେ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଟିଟିଲାଗଡ଼ରେ ୪୫.୮ ଡିଗ୍ରୀ ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଛି ।