ପାଟଣା ୩୦।୦୪ : ମାଟି ଖୋଳି ଭଉଣୀର କଙ୍କାଳକୁ ଭାଇ ବ୍ୟାଙ୍କକୁ ଆଣିବା ଘଟଣା । ପ୍ରାଥମିକ ଅନୁସନ୍ଧାନାରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି ଆରଡିସି । ପ୍ରାଥମିକସ୍ତରରେ ଜଣାପଡୁଛି କି ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଅବହେଳା ରହିଛି ବୋଲି ଆରଡିସି କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସିସିଟିଭି ଫୁଟେଜରୁ ବ୍ୟାଙ୍କ କର୍ତ୍ତୃପକ୍ଷ ତାଙ୍କୁ ଫେରାଇଥିବା ଜଣାପଡିଛି । ସିସିଟିଭି ଅଡିଓ ଭର୍ସନ ନ ଥିବାରୁ କଣ କଥାବାର୍ତ୍ତା ହୋଇଛି ଜଣାପଡ଼ୁନି । ୧୧ଟା ୨୬ରେ ବ୍ୟାଙ୍କ ଆସିଲେ, ୧୧ଟା ୫୮ରେ ବ୍ୟାଙ୍କ ଛାଡ଼ିଲେ । ସେହି ସମୟ ଭିତରେ ୪ ଥର ସେ ବ୍ୟାଙ୍କ ଭିତରେ କର୍ମଚାରୀଙ୍କୁ ଭେଟିଛନ୍ତି । ଶେଷରେ ବ୍ୟାଙ୍କ ମ୍ୟାନେଜର ତାଙ୍କୁ ଫେରାଇଛନ୍ତି । ଏହାପରେ ସେ କ୍ଷୁବ୍ଧ ହୋଇ ଯାଇ କଙ୍କାଳ ଆଣି ଆସିଛନ୍ତି। ଯାହା ଘଟିଲା ଅତ୍ୟନ୍ତ ଲଜ୍ଜାଜନକ ଘଟଣା । ଜିତୁ ମୁଣ୍ଡା ଓ ମୃତ ଭଉଣୀ କରଲା ମୁଣ୍ଡାଙ୍କୁ ବ୍ୟାଙ୍କ କର୍ତ୍ତୃପକ୍ଷ ଚିହ୍ନିଛନ୍ତି । ଦୁଇ ଭାଇଭଉଣୀ ପୂର୍ବରୁ ୮ ଥର ଆସି ବ୍ୟାଙ୍କରୁ ଟଙ୍କା ଉଠାଇଛନ୍ତି । ଫେବ୍ରୁଆରୀରେ କଲରା ମୁଣ୍ଡାଙ୍କ ମୃତ୍ୟୁ ସତ୍ତ୍ବେ କାହିଁକି ସାର୍ଟିଫିକେଟ୍ ମିଳିନଥିଲା । ଜିତୁ ମୁଣ୍ଡାଙ୍କର ବ୍ୟାଙ୍କ ସମ୍ପର୍କରେ ଜ୍ଞାନ ରହିଛି । ଏହି ଘଟଣାରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଅବହେଳା ରହିଛି, ନିଶ୍ଚିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ । ସେହିପରି ସବୁ ଜାଣିଲା ପରେ ଶବକୁ ପୋଲିସ ଗାଡ଼ିରେ ନ ନେବା ମଧ୍ୟ ଏକ ଭୁଲ।

Also Read:-Berhampur Businessman Murder : ଟଙ୍କା ପାଇଁ ଟେନ୍‌ସନ୍‌ରେ ଥିଲେ କାଳୁ, ଝିଆରୀ ନିବେଦିତା ଦେଖାଇଲା ଟଙ୍କା ପାଇବାର ରାସ୍ତା

​​​​​​​ସୂଚନାଯୋଗ୍ୟ ଯେ, ଗତ ୨୭ ତାରିଖ ଦିନ କେନ୍ଦୁଝର ଜିଲ୍ଲା ମଲ୍ଲୀପଶି ଗାଁରେ ବ୍ୟାଙ୍କକୁ ଜିତୁ ମୁଣ୍ଡା ନାମକ ଜଣେ ବ୍ୟକ୍ତି ନିଜ ଭଉଣୀର ଗଳିତ ମୃତଦେହ ଧରି ପହଞ୍ଚିଥିଲେ । ବ୍ୟାଙ୍କ କୁଆଡେ ଭଉଣୀର ମୃତ୍ୟୁ ପାଇଁ ପ୍ରମାଣ ମାଗିଥିଲା । ଯାହାଫଳରେ ଭାଇ ମାଟି ଖୋଳି ଭଉଣୀର ଗଳିତ ମୃତଦେହକୁ ଧରି ବ୍ୟାଙ୍କରେ ପହଞ୍ଚିଥିଲା । ଯାହାପରେ ଏହି ଘଟଣା ପୁରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା । ଏପିରିକି ମୁଖ୍ୟମନ୍ତ୍ରୀ ଆରଡିସି ସ୍ତରୀୟ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଆକ୍ସନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଗଣମାଧ୍ୟମରେ ଖବର ବାଜିବା ପରେ ପ୍ରଶାସନ ପକ୍ଷରୁ ତୁରନ୍ତ ଆବଶ୍ୟକ ପ୍ରମାଣପତ୍ର ଜିତୁ ମୁଣ୍ଡାକୁ ଯୋଗାଇ ଦିଆଯାଇଥିଲା ।  ଏହାପରେ ବ୍ୟାଙ୍କ ପକ୍ଷରୁ ୧୯ ହଜାର ୪୨୦ ଟଙ୍କା ଏବଂ ରେଡ୍‌କ୍ରସ ପକ୍ଷରୁ ୨୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଥିଲା । ଏହାବ୍ୟତୀତ ଅନ୍ୟାନ୍ୟ ସଂଗଠନ ପକ୍ଷରୁ ମଧ୍ୟ ସହାୟତାର ରାଶି ବଢାଯାଇଥିଲା । ଏପିରିକି ବିଜେଡି ଏବଂ ବିଧାୟକଙ୍କ ପକ୍ଷରୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ଦେଇଥିଲେ