ନୂଆଦିଲ୍ଲୀ,୨୫ /୦୩: ରାଜସ୍ଥାନ ରୟାଲ୍ସ ପରେ ବିକ୍ରି ହୋଇି ବିରାଟ କୋହଲିଙ୍କ ଟିମ୍ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବା ଆରସିବି । ୧୬ହଜାର କୋଟିରୁ ଅଧିକ ଟଙ୍କାରେ ଆରସିବିକୁ କ୍ରୟ କରିଛନ୍ତି ଆଦିତ୍ୟ ବିର୍ଲା ଗ୍ରୁପ ଓ ଟାଇମ୍ସ ଅଫ୍ ଇଣ୍ଡିଆ ।

ଦୁଇ ଫ୍ରାଞ୍ଚାଇଜ୍ ବିକ୍ରି

ଆଇପିଏଲର ଦୁଇ ଲୋକପ୍ରିୟ ଫ୍ରାଞ୍ଚାଇଜ ରାଜସ୍ଥାନ ରୟାଲ୍ସ (ଆରଆର) ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ବିକ୍ରି ହୋଇଛି । ଆଦିତ୍ୟ ବିର୍ଲା ଗ୍ରୁପ ଓ ଟାଇମ୍ସ ଅଫ୍ ଇଣ୍ଡିଆ ଗ୍ରୁପଙ୍କ ନେତୃତ୍ୱାଧିନ ୪ଜଣିଆ କନସୋର୍ଟିୟମ୍ ୧୬,୭୦୬ କୋଟି ଟଙ୍କା ମୂଲ୍ୟରେ ଆରସିବି ଫ୍ରାଞ୍ଚାଇଜ କିଣିଛନ୍ତି । ସେହିପରି ଆମେରିକାର ପ୍ରତିଷ୍ଠିତ ଉଦ୍ୟୋଗପତି କାଲ ସୋମାନି ୧୫,୩୦୦ କୋଟି ଟଙ୍କା ମୂଲ୍ୟରେ ରାଜସ୍ଥାନ ରୟାଲ୍ସ ଫ୍ରାଞ୍ଚାଇଜ କିଣିଛନ୍ତି ।

​​​​​​​Also Read :-IPL 2026: ଏତିକି କୋଟିରେ ବିକ୍ରି ହୋଇଗଲା Rajasthan Royals, ପାଲଟିଲା IPLର ସବୁଠୁ ମହଙ୍ଗା ଟିମ୍

ଆରସିବି ସବୁଠୁ ଦାମୀ ଫ୍ରାଞ୍ଜାଇଜ୍

ଆରସିବିକୁ କିଣିଥିବା କନସୋର୍ଟିୟମରେ ଆଦିତ୍ୟ ବିର୍ଲା ଗ୍ରୁପ୍ (ଏବିଜି) ଓ ଟାଇମ୍ସ ଅଫ ଇଣ୍ଡିଆ ଗ୍ରୁପ୍ ବ୍ୟତୀତ ଅନ୍ୟ ୨ଟି କମ୍ପାନୀ ଭାବେ ବୋଲ୍ଟ ଭେଞ୍ଚର୍ସ,ବ୍ଲାକ୍ଷ୍ଟୋନ ପର୍ପେଚୁଆଲ ରହିଛନ୍ତି । ବର୍ତ୍ତମାନ ଆରସିବି ଆଇପିଏଲ୍ର ସବୁଠୁ ଦାମୀ ଫ୍ରାଞ୍ଚାଇଜ ହୋଇ ଯାଇଛି । ୨୦୦୮ ମସିହାରେ ୟୁନାଇଟେଡ୍ ସ୍ପିରିଟ୍ସ ଲିମିଟେଡ୍ (ୟୁଏସଏଲ୍) ୪୫୦ କୋଟି ଟଙ୍କାରେ ଆରସିବି ଫ୍ରାଞ୍ଚାଇଜ କିଣିଥିଲା । ଏବିଜି ଗ୍ରୁପର କନସୋର୍ଟିୟମ ଏହି ଅର୍ଥରେ ଉଭୟ ମହିଳା ଓ ପୁରୁଷ ଦଳର ମାଲିକାନା ହାସଲ କରିଛି । ନୂଆ ମାଲିକାନା ସଂରଚନାରେ ଆଦିତ୍ୟ ବିର୍ଲା ଗ୍ରୁପ୍ର ନିର୍ଦ୍ଦେଶକ ରହିଥିବା ଆୟରମନ ବିର୍ଲା ଆରସିବି ଦଳର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ରହିବେ । ସେହିପରି ଟାଇମ୍ସ ଅଫ ଇଣ୍ଡିଆ ଗ୍ରୁପର ମୁଖ୍ୟ ସତ୍ୟନ ଗଜୱାନୀ ଉପାଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ ।

ରାଜସ୍ଥାନକୁ କିଣିଲା ଏହି କମ୍ପାନୀ

ଅନ୍ୟ ଦିଗରେ ଆମେରିକାର ଉଦ୍ୟୋଗପତି କାଲ ସୋମାନି ୨୦୨୧ରୁ ରାଜସ୍ଥାନ ରୟାଲ୍ସରେ ସହ ନିବେଶକ ରହିଛନ୍ତି । ରାଜସ୍ଥାନ ରୟାଲ୍ସର ମୁଖ୍ୟ ମାଲିକ ମନୋଜ ବଡ଼ାଲେ ଗତ ବର୍ଷ ଫ୍ରାଞ୍ଚାଇଜର ଶତ ପ୍ରତିଶତ ସେୟାର ବିକ୍ରି କରିବା ପାଇଁ ବିଡ୍ ଆହ୍ୱାନ କରିଥିଲେ । ସେ ୨୦୦୮ ମସିହାରେ ରାଜସ୍ଥାନ ରୟାଲ୍ସକୁ ୩୨୦କୋଟି ଟଙ୍କା ମୂଲ୍ୟରେ କିଣିଥିଲେ । ସୋମାନି ଇଣ୍ଟ୍ରା-ଏଜ,ଟ୍ରୁୟୋ,ଟ୍ରୁୟୋ.ଏଆଇ ଓ ଏକାଡେମିଆନ୍ ଭଳି କମ୍ପାନୀର ସଂସ୍ଥାପକ ରହିଛନ୍ତି ।

ରବ ୱାଲଟନ ଓ ହାମ୍ପ ପରିବାର ସମର୍ଥିତ କାଲ ସୋମାନିଙ୍କ ନେତୃତ୍ୱାଧୀନ କନସୋର୍ଟିୟମ ଫ୍ରାଞ୍ଚାଇଜ କିଣିବା ପାଇଁ ୧.୬୩ ବିଲିୟନ ଡଲାର ବିଡ୍ (ଭାରତୀୟ ମୁଦ୍ରାରେ ୧୫,୩୦୦ କୋଟି) ଦାଖଲ କରିଥିଲେ । କାଲ ସୋମାନିଙ୍କ ନେତୃତ୍ୱାଧୀନ କନସୋର୍ଟିୟମରେ ରହିଥିବା ୱାଲଟନ ପରିବାର ୱାଲମାର୍ଟର ମାଲିକ ଓ ହାମ୍ପ ପରିବାର ଫୋର୍ଡ ମୋଟୋର୍ସର ମାଲିକ । ୱାଲଟନ ଓ ହାମ୍ପ ପରିବାର ଏନଏଫଏଲରେ ଯଥାକ୍ରମେ ଡେନଭର ବ୍ରଙ୍କୋସ ଓ ଡେଟ୍ରୟଟ ଲାୟନ୍ସ ଭଳି ଦଳ କିଣିଛନ୍ତି ।

ୱାଲଟନ ପରିବାର ୨୦୨୨ରେ ବ୍ରୋଙ୍କୋସକୁ ୪.୫ ବିଲିୟନ ଡଲାର ମୂଲ୍ୟରେ କିଣିଥିଲେ । ସେହିପରି ହାମ୍ପ ପରିବାର ମଧ୍ୟ ୧୯୬୩ ମସିହାରେ ଲାୟନ୍ସ ଦଳକୁ ୪.୫ମିଲିୟନ ଡଲାର ମୂଲ୍ୟରେ କିଣିଥିଲେ । ମଙ୍ଗଳବାର ଏହି ଦଳର ବ୍ରାଣ୍ଡ ଭାଲ୍ୟୁ ୪ବିଲିୟନ ଡଲାରୁ ଅଧିକ ହେବ । ମନୋଜ ବଡ଼ାଲେ ଚୟନ କରିଥିବା କନସୋର୍ଟିମ ନିକଟରେ କ୍ରୀଡ଼ା ଦଳ ପରିଚାଳନା କରିବାର ଦୀର୍ଘ ବର୍ଷର ଅଭିଜ୍ଞତା ରହିଛି ।