RBI MPC: ନୂଆ ଆର୍ଥିକ ବର୍ଷର ପ୍ରଥମ ମୁଦ୍ରା ନୀତି କମିଟି (MPC)ବୈଠକରେ ରେପୋରେଟ ହାର ଅପରିବର୍ତ୍ତିତ ରଖାଯାଇଛି। ରୋପେ ହାରକୁ .୨୫ ପ୍ରତିଶତରେ ଅପରିବର୍ତ୍ତିତ ରଖିଛି ଆର୍‌ବିଆଇ। ବୈଠକ ଶେଷ ହେବା ପରେ ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ଏହି ସୂଚନା ଦେଇଛନ୍ତି। ଏହାର ଅର୍ଥ ହେଉଛି,ଭାରତୀୟଙ୍କ ପାଇଁ ଋଣ ଅଧିକ ମହଙ୍ଗା ହେବ ନାହିଁ। ଋଣ ଉପରେ ଇଏମଆଇ ବଢ଼ିବ ନାହିଁ।

ବୁଧବାର(ଏପ୍ରିଲ ୮) ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ଅଧ୍ୟକ୍ଷତାରେ ଏମପିସି ବୈଠକ ବସିଥିଲା। ୨୦୨୬-୨୭ (FY27) ଆର୍ଥିକ ବର୍ଷର ଏହା ପ୍ରଥମ ଏମ୍‌ପିସି ବୈଠକ ଥିଲା। ଯାହା ୬-୮ ଏପ୍ରିଲ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।
Also Read- India’s Stock Market rise: ଆମେରିକା-ଇରାନ ଯୁଦ୍ଧବିରତି ଘୋଷଣା ପରେ ସେୟାର ମାର୍କେଟ୍ର ହାଇ ଜମ୍ପ, ଖସିଲା ତୈଳ ଦର

ସବୁଠାରୁ ବଡ଼ କଥା ହେଲା ପଶ୍ଚିମ ଏସିଆରେ ଯୁଦ୍ଧ ସମୟରେଏକାଧିକ ଅର୍ଥନୈତିକ ସମସ୍ୟା ସୃଷ୍ଟି ହୋଇଥିଲା। ଏକାଧିକ ଚ୍ୟାଲେଞ୍ଜ ଯଥା- ଅଶୋଧିତ ତୈଳ ମୂଲ୍ୟରେ ତୀବ୍ର ବୃଦ୍ଧି ଏବଂ ଟଙ୍କାର ମୂଲ୍ୟ ହ୍ରାସ ଘଟିଥିଲା। ଏହା ସତ୍ତ୍ୱେ ବି ଆରବିଆଇ ରେପୋ ହାର ୫.୨୫ ପ୍ରତିଶତରେ ବଜାୟ ରଖିବାକୁ ନିଷ୍ପତ୍ତି ନେଇଛି।

ଏହା ପୂର୍ବରୁ ଫେବୃଆରୀରେ ରେପୋ ହାର ଅପରିବର୍ତ୍ତିତ ରହିଥିଲା। ଡିସେମ୍ବର ୨୦୨୫ରେ RBI ଶେଷ ଥର ପାଇଁ ସୁଧ ହାର ୦.୨୫%ହ୍ରାସ କରି ୫.୨୫%କରିଥିଲା।

ଆରବିଆଇ ବ୍ୟାଙ୍କଗୁଡ଼ିକୁ ଯେଉଁ ହାରରେ ଋଣ ଦିଏ ତାହାକୁ ରେପୋ ହାର କୁହାଯାଏ। ଯେତେବେଳେ ଆରବିଆଇ ରେପୋ ହାର ହ୍ରାସ କରେ,ବ୍ୟାଙ୍କଗୁଡ଼ିକ ଏହି ଲାଭ ସେମାନଙ୍କ ଗ୍ରାହକମାନଙ୍କୁ ଦିଅନ୍ତି। ସେମାନେ ବି ଋଣ ଉପରେ ସୁଧା ହ୍ରାସ କରନ୍ତି।

ସୁଧହାର ଅପରିବର୍ତ୍ତି ରଖିବାର କାରଣ

ଆରବିଆଇ ଗଭର୍ଣ୍ଣରଙ୍କ ଅନୁଯାୟୀ,ମୁଦ୍ରାସ୍ଫୀତି ପୁନଃ ଫେରିବାର ଆଶଙ୍କା ଏପର୍ଯ୍ୟନ୍ତ ଟଳି ନାହିଁ। ଖରାପ ପାଗ ଏବଂ ଅଣମୌସୁମୀ ବର୍ଷା ଯୋଗୁ ଫଳ,ପନିପରିବା ଏବଂ ଶସ୍ୟର ମୂଲ୍ୟ ବୃଦ୍ଧି ପାଇବାର ଆଶଙ୍କା ରହିଛି। ଇରାନ-ଇସ୍ରାଏଲ ଯୁଦ୍ଧ ଯୋଗାଣ ଶୃଙ୍ଖଳା ଉପରେ ନକାରାତ୍ମକ ପ୍ରଭାବ ପକାଉଛି।ତେଣୁ ଏଭଳି ପରିସ୍ଥିତିରେ ନିରବ ପରିସ୍ଥିତି ଅନୁଧ୍ୟାନ କରିବା ନୀତି ଉପରେ ଗୁରୁତ୍ୱ ଦେଉଛି ଆରବିଆଇ। 

ଗଭର୍ଣ୍ଣର କହିଛନ୍ତି ବିଶ୍ୱ ବଜାରରେ ଅସ୍ଥିରତାକୁ ଦୃଷ୍ଟିରେ ରଖି,ଆରବିଆଇ କୌଣସି ତରବର ନିଷ୍ପତ୍ତି ନେବାକୁ ଚାହୁଁନାହିଁ। ବ୍ୟାଙ୍କ ବିଶ୍ୱ ଅର୍ଥନୈତିକ ପରିସ୍ଥିତି ଉପରେ ନଜର ରଖିବାକୁ ଚାହୁଁଛି। ଏହି କାରଣରୁ ସୁଧ ହାର ପରିବର୍ତ୍ତନ କରାଯାଇ ନାହିଁ।

Also Read- 
Iran War Impact on Agriculture: ଭାରତରେ ଦେଖାଦେଲା ୟୁରିଆ, ସାର ଓ କୀଟନାଶକ ସଙ୍କଟ, ଖରିଫ୍ ଋତୁରେ ଚାଷୀଙ୍କୁ ମିଳିବ ତ ସାର?

କ’ଣ କହିଲେ ଗଭର୍ଣ୍ଣର

ଭାରତର ସାମଗ୍ରିକ ଅର୍ଥନୈତିକ ସ୍ଥିତି ଦୃଢ଼।
ଇରାନ ଯୁଦ୍ଧ ଯୋଗୁ ପରିସ୍ଥିତି ଆହ୍ୱାନପୂର୍ଣ୍ଣ ରହିଛି।
ବୃଦ୍ଧି ପାଉଥିବା ଇନ୍ଧନ ମୂଲ୍ୟ (ତେଲ ଏବଂ ଗ୍ୟାସ) ବିଶ୍ୱ ଅଭିବୃଦ୍ଧି ପାଇଁ ବିପଦ ସୃଷ୍ଟି କରୁଛି।

ଯୁଦ୍ଧ ଯୋଗୁ ବୃଦ୍ଧି ପାଇଥିବା ଅନିଶ୍ଚିତତା ଅର୍ଥନୈତିକ ଦୃଷ୍ଟିକୋଣକୁ ପ୍ରଭାବିତ କରୁଛି।

RBI MPC: ଅଭିବୃଦ୍ଧି ଆକଳନ

ରେପୋ ହାର ଅପରିବର୍ତ୍ତିତ ରଖିବା ସହିତ ଦେଶରେ ଅଭିବୃଦ୍ଧି ନେଇ ମଧ୍ୟ ଆକଳନ କରିଛି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ। ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା କହିଛନ୍ତି ଯେ ଏହି ବର୍ଷ ପାଇଁ ରିୟଲ ଜିଡିପି ଗ୍ରୋଥ୍ ୬.୯ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି।

ସେପଟେ ବାହ୍ୟ କ୍ଷେତ୍ରରେ ଉପୁଜିଥିବା ନାନା ସମସ୍ୟା ଯୋଗୁ ସାମଗ୍ରୀ ରପ୍ତାନୀ ବାଧାପ୍ରାପ୍ତ ପାଇଛି। ପ୍ରମୁଖ ଜାହାଜ ଚଳାଚଳ ମାର୍ଗରେ ବାଧା ସୃଷ୍ଟି ହେବା, ଅଧିକ ମାଲ ପରିବହନ ଏବଂ ବୀମା ମୂଲ୍ୟ ବୃଦ୍ଧି, ଯୁଦ୍ଧ ଯୋଗୁ ବିଶ୍ୱରେ ଡିମାଣ୍ଡ ହ୍ରାସ ଭଳି ସମସ୍ୟା ସାମଗ୍ରୀ ରପ୍ତାନିକୁ କ୍ଷତି ରହଞ୍ଚାଇପାରେ ବୋଲି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଗଭର୍ଣ୍ଣର କହିଛନ୍ତି।
Also Read- 5kg cylinder without address proof: କେଉଁଠି ମିଳୁଛି ୫ କେଜିଆ ସିଲିଣ୍ଡର ? ଜାଣିବାକୁ ସହଜ ବ୍ୟବସ୍ଥା କରିଦେଲେ ସରକାର

ଗଭର୍ଣ୍ଣର ଆହୁରି କହିଛନ୍ତି “ତଥାପି, ନିକଟରେ ହୋଇଥିବା କିଛି ବାଣିଜ୍ୟ ଚୁକ୍ତିନାମାରୁ କିଛି ବାଣିଜ୍ୟିକ ରପ୍ତାନି ଲାଭବାନ ହୋଇପାରେ। ଏଗୁଡ଼ିକରୁ ଏକାଧିକଙ୍କର ଚୁକ୍ତି ଗତ ବର୍ଷ ସ୍ୱାକ୍ଷରିତ ହୋଇଥିଲା। ଅନ୍ୟଗୁଡ଼ିକ ଏହି ବର୍ଷ କାର୍ଯ୍ୟକ୍ଷମ ହେବାର ଆଶା କରାଯାଉଛି। ତେବେ ସେବା ରପ୍ତାନି(services exports) ସ୍ଥିର ରହିବ ବୋଲି ଆଶା କରାଯାଉଛି।”

RBI ତ୍ରୈମାସିକ ଅଭିବୃଦ୍ଧି ଆକଳନ-Q1 FY27: ୬.୮ ପ୍ରତିଶତ

Q2 FY27: ୬.୭ ପ୍ରତିଶତ
Q3 FY27: ୭ ପ୍ରତିଶତ
Q4 FY27: ୭.୨ ପ୍ରତିଶତ

RBI MPC:ମୁଦ୍ରାସ୍ଫୀତି ପୂର୍ବାନୁମାନ

ଆରବିଆଇ ଆର୍ଥିକ ବର୍ଷ ୨୭ ପାଇଁ ସିପିଆଇ ମୁଦ୍ରାସ୍ଫୀତି ୪.୬ ପ୍ରତିଶତ ରହିବ ବୋଲି ଆକଳନ କରିଛି। ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା କହିଛନ୍ତି, " ଇନ୍ଧନ ମୂଲ୍ୟରେ ତୀବ୍ର ବୃଦ୍ଧି ଏବଂ କଞ୍ଚାମାଲ ଅଭାବ ମୁଦ୍ରାସ୍ଫୀତି ଭୟ ବଢ଼ୁଛି। ଫଳରେ ବିଶ୍ୱ ଅଭିବୃଦ୍ଧି ନିମ୍ନଗାମୀ ହେଉଛି।"

RBI ଗଭର୍ଣ୍ଣର କହିଛନ୍ତି " ଯଦିଓ ପେଟ୍ରୋଲ ଏବଂ ଡିଜେଲର ଖୁଚୁରା ମୂଲ୍ୟ ଏପର୍ଯ୍ୟନ୍ତ ଅପରିବର୍ତ୍ତିତ ରହିଛି , ତେବେ ଯୁଦ୍ଧ ଯୋଗୁ ଏନର୍ଜୀ ମୂଲ୍ୟରେ ସମ୍ପ୍ରତି ବୃଦ୍ଧି ଏକ ବିପଦ ଭାବରେ ଉଭା ହୋଇଛି। ସେହିପରି ରବି ଋତୁରେ ଦୃଢ଼ ଉତ୍ପାଦନ, ପର୍ଯ୍ୟାପ୍ତ ସଂରକ୍ଷଣ ଏବଂ ଖାଦ୍ୟ ଶସ୍ୟର ଉତ୍ତମ ବଫର ଷ୍ଟକ ଯୋଗୁ ନିକଟ ଭବିଷ୍ୟତରେ ଖାଦ୍ୟ ମୂଲ୍ୟ ନିୟନ୍ତ୍ରଣାଧୀନ ରହିପାରେ।"

ତ୍ରୈମାସିକ ମୁଦ୍ରାସ୍ଫୀତି ପୂର୍ବାନୁମାନ ହେଉଛି-
Q1 FY27: ୪ ପ୍ରତିଶତ
Q2 FY27: ୪. ୪ ପ୍ରତିଶତ
Q3 FY27: ୫.୨ ପ୍ରତିଶତ
Q4 FY27: ୪.୭ ପ୍ରତିଶତ