5kg cylinder without address proof​​​​ଗ୍ୟାସ ସଂକଟ ସମୟରେ ସହରରେ ରହି କାମ କରୁଥିବା ପ୍ରବାସୀଙ୍କ ପାଇଁ ସିଲିଣ୍ଡର ମିଳିବା ଦୁଃସାଧ୍ୟ ହୋଇପଡିଲାଣି। ଯଦିଓ ସରକାର ଏନେଇ  ବ୍ୟବସ୍ଥା କରୁଛନ୍ତି, ତେବେ ଗ୍ୟାସ କେଉଁଠି ମିଳୁଛି, ତାହା ଜାଣିବାକୁ ସେମାନେ ଗୁଗଲରେ ସର୍ଚ୍ଚ କରୁଛନ୍ତି। ଯଦି ଆପଣ ବି ଏହି ସମସ୍ୟା ଭୋଗୁଛନ୍ତି ,ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ, ସରକାର ଆପଣଙ୍କ ପାଇଁ ନୂଆ ବ୍ୟବସ୍ଥା କରିଛନ୍ତି। 

ସହରରେ ରହି କାମ କରୁଥିବା ଲୋକଙ୍କ ସହାୟତା ପାଇଁ, ସରକାର କିଛି ନିର୍ଦ୍ଦିଷ୍ଟ HPCL ଆଉଟଲେଟ୍‌ରେ ୧୧ଟି ସ୍ୱତନ୍ତ୍ର ସହାୟତା ଡେସ୍କ ଖୋଲିଛନ୍ତି। ଏହି ଡେସ୍କଗୁଡ଼ିକ ଗ୍ରାହକମାନଙ୍କୁ ନିକଟତମ ବିତରକଙ୍କ ବିଷୟରେ ସୂଚନା ପ୍ରଦାନ କରିବେ। ଫଳରେ ସେମାନଙ୍କୁ ବିନା ଅସୁବିଧାରେ ସିଲିଣ୍ଡର କିଣିବାରେ ସୁବିଧା ହେବ। ସେପଟେ ଗ୍ୟାସ ସଂକଟ ବଢୁଥିବା ବେଳେ ଘରୋଇ ଗ୍ୟାସ ଚାହିଦା ରେକର୍ଡ ସ୍ତରରେ ପହଞ୍ଚିଛି। ଗୋଟିଏ ଦିନରେ ୫.୧ ମିଲିଅନରୁ ଅଧିକ ଘରୋଇ ସିଲିଣ୍ଡର ଡିଷ୍ଟ୍ରିବ୍ୟୁଟ କରାଯାଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମୋଟ ଚାହିଦାର ୯୫% ଏବେ ଅନଲାଇନ୍ ବୁକିଂ ମାଧ୍ୟମରେ ଆସୁଛି।

ଆଇଡି କାର୍ଡ ଦେଖାଅ ୫ କେଜିର ସିଲିଣ୍ଡର ନେଇଯାଅ; ଆସିଲା ନୂଆ ନିୟମ​​​​​​​

ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବଂ ସପ୍ଲାଏ ଚେନ୍ ସମସ୍ୟା ମଧ୍ୟରେ, କେନ୍ଦ୍ର ସରକାର ୫ କେଜିଆ ଏଲପିଜି ସିଲିଣ୍ଡର ବିକ୍ରି ନିୟମକୁ କୋହଳ କରିଛନ୍ତି। ଯେକୌଣସି ବ୍ୟକ୍ତି ଏବେ ବିନା ଆଡ୍ରେସ୍ ପ୍ରୁଫ୍‌ରେ ଛୋଟ ୫ କେଜିଆ ଗ୍ୟାସ ସିଲିଣ୍ଡର କିଣିପାରିବେ। ପେଟ୍ରୋଲିୟମ ମନ୍ତ୍ରଣାଳୟ ଅନୁଯାୟୀ, ଏହି ପଦକ୍ଷେପ ପ୍ରବାସୀ ଶ୍ରମିକ ଏବଂ ସହରରେ ସ୍ଥାୟୀ ଠିକଣା ନଥିବା ଲୋକଙ୍କ ପାଇଁ ନିଆଯାଇଛି। ନୂଆ ନିୟମ ଅନୁସାରେ, ୫ କେଜି ସିଲିଣ୍ଡର କିଣିବାକୁ ହେଲେ ଗ୍ରାହକଙ୍କୁ କୌଣସି ଅଧିକୃତ ବିତରକଙ୍କ ପାଖକୁ ଯାଇ କେବଳ ଫଟୋ ପରିଚୟପତ୍ର ଦେଖାଇ ୫ କେଜିଆ ସିଲିଣ୍ଡର କିଣିବାକୁ ପଡିବ।

Also Read- ଭେଜ୍ ଥାଳି ଦର ସ୍ଥିର, କମିଛି ନନଭେଜ୍, ଆସିଲା ମାର୍ଚ୍ଚ ମାସର ‘ଥାଳି index’

ଏନେଇ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ ୫ କିଲୋଗ୍ରାମର ଫ୍ରି ଟ୍ରେଡ୍ ଏଲପିଜି (FTL) ସିଲିଣ୍ଡର ପାଇଁ ଆଉ ଏକାଧିକ ଡକ୍ୟୁମେଣ୍ଟ ଆବଶ୍ୟକ ନାହିଁ। ଗ୍ରାହକମାନେ ସେମାନଙ୍କର ଆଧାର କାର୍ଡ, ପ୍ୟାନ୍ କାର୍ଡ ଏବଂ ଭୋଟର ପରିଚୟ ପତ୍ର ଭଳି ଡକ୍ୟୁମେଣ୍ଟ ଦେଖାଇ ସିଲିଣ୍ଡର ପାଇପାରିବେ। ଆପଣ ବର୍ଷରେ ଯେତେଥର ଇଚ୍ଛା ତାହାକୁ ରିଫିଲ୍ କରିପାରିବେ।

ସପ୍ଲାଏ ସମସ୍ୟା ଯୋଗୁ ବଢ଼ିଲା ୫ କେଜିଆ ସିଲିଣ୍ଡରର ବିକ୍ରି

ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏନର୍ଜି ଲଜିଷ୍ଟିକ୍ସ ଉପରେ ପ୍ରଭାବ ପଡ଼ିଛି। ତେଣୁ ସରକାର ଛୋଟ ସିଲିଣ୍ଡରର ଉପଲବ୍ଧତା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି।

ସରକାରୀ ତଥ୍ୟ ଅନୁଯାୟୀ,୨୩ ମାର୍ଚ୍ଚ ପରଠାରୁ ପ୍ରାୟ ୬.୬ ଲକ୍ଷ ଛୋଟ ସିଲିଣ୍ଡର ବିକ୍ରି ହୋଇଛି। କେବଳ ଏପ୍ରିଲ ୪ ତାରିଖରେ ୯୦,୦୦୦ ୟୁନିଟ୍ ବିକ୍ରି ହୋଇଥିଲା। ତେବେ ଗ୍ରାହକଙ୍କ ଚିନ୍ତା ଦୂର କରିବା ପାଇଁ ଅଧିକାରୀମାନେ କହିଛନ୍ତି ଯେ ଡିଷ୍ଟ୍ରବ୍ୟୁଟର ପେଏଣ୍ଟରେ ଷ୍ଟକର କୌଣସି ଅଭାବ ନାହିଁ।

କଳାବଜାରୀ ବିରୋଧରେ କାର୍ଯ୍ୟାନୁଷ୍ଠାନ

କୌଣସି ବିପଦ ସମୟରେ ଭାରତରେ କିଛି ଆତ୍ମସ୍ୱାର୍ଥୀ ଲୋକଙ୍କର ଆପେ ବଞ୍ଚିଲେ ବାପର ନାଁ ସୋଭାବ ଅଧିକ ବଢ଼ି ଯାଇଥାଏ। ତେଣୁ ସଂକଟ ବେଳେ ଜୁରରୀ ସାମଗ୍ରୀକୁ ସେମାନେ ଛପେଇ ରଖିଦିଅନ୍ତି। ଲୋକେ ହଇରାଣ ହୁଅନ୍ତୁ ପଛେ ଏମାନେ ବ୍ୟବସାୟ କରି ଲାଭ ପାଆନ୍ତି। ଏଭଳି କଳବାଜାରୀ କରୁଥିବା ଲୋକଙ୍କ ବିରୁଦ୍ଧରେ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।   ଫଳରେ ସାରା ଦେଶରୁ ୫୦ ହଜାର ସିଲିଣ୍ଡର ଜବତ ହେବା ସହ ୩୬ ଏଜେନ୍ସି ନିଲମ୍ବିତ  କରାଯାଇଛି।

Also Read- Pakistan Energy Crisis: ପାକିସ୍ତାନର ସ୍ଥିତି ସଂକଟାପନ୍ନ, ୬ ମାସ ବନ୍ଦ ହେଲା କ୍ୟାବିନେଟ୍ ମନ୍ତ୍ରୀଙ୍କ ଦରମା, ସବ୍‌ସିଡି ଘୋଷଣା



ବୁଲେଟ ପଏଣ୍ଟରେ ବୁଝନ୍ତୁ

• ମାର୍ଚ୍ଚ ମାସରୁ, ଜମାଖୋରୀ ବିରୋଧୀ ଅଭିଯାନରେ ଏପର୍ଯ୍ୟନ୍ତ ୫୦ ହଜାରରୁ ଅଧିକ ସିଲିଣ୍ଡର ଜବତ କରାଯାଇଛି।

• ନିୟମ ଉଲ୍ଲଂଘନ କରିଥିବାରୁ ୧୪୦୦ ରୁ ଅଧିକ ଡିଷ୍ଟ୍ରୁବ୍ୟୁଟରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି।

• ୩୬ ଟି ଗ୍ୟାସ୍ ଡିଲରସିପ୍ ତୁରନ୍ତ ପ୍ରଭାବରୁ ନିଲମ୍ବିତ କରାଯାଇଛି।
• ଘରୋଇ ସପ୍ଲାଏରେ ବାଧା ସୃଷ୍ଟି କରୁଥିବା ଲୋକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି।

ଘରୋଇ ଯୋଗାଣ ଓ ହସ୍ପିଟାଲକୁ ପ୍ରାଥମିକତା, ବାଣିଜ୍ୟିକ ସପ୍ଲାଏ ୩୦% ହ୍ରାସ

ରନ୍ଧନ ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ, ସରକାର ଯୋଗାଣକୁ ପ୍ରାଥମିକତା ଦେଇଛନ୍ତି। ଘରୋଇ ଗ୍ରାହକ ଏବଂ ହସ୍ପିଟାଲ ଏବଂ ସ୍କୁଲ ଭଳି ଅତ୍ୟାବଶ୍ୟକୀୟ ପ୍ରତିଷ୍ଠାନଗୁଡ଼ିକୁ ପର୍ଯ୍ୟାପ୍ତ ଯୋଗାଣ କରାଯାଉଛି। ଏଥିପାଇଁ, ବାଣିଜ୍ୟିକ ଏଲପିଜି ଯୋଗାଣକୁ ହ୍ରାସ କରି ପ୍ରି-କ୍ରାଇସିସ ଲେବଲ ୭୦% କୁ ହ୍ରାସ କରାଯାଇଛି। ତେବେ ସାର କାରଖାନାଗୁଡ଼ିକ ପାଇଁ କିଛି ଆଶ୍ୱସ୍ତି ରହିଛି। ସେମାନେ ଏପ୍ରିଲ ୬ ତାରିଖରୁ ସେମାନଙ୍କର ୯୦% ଗ୍ୟାସ ଯୋଗାଣ ପାଇପାରିବେ।