Rambha Police Station: ଶ୍ରେଷ୍ଠ ଥାନା ଚୟନ ଦୌଡ଼ରେ ରମ୍ଭା ଥାନା, ସ୍ୱଚ୍ଛତା ଓ ପୋଲିସର କାର୍ଯ୍ୟଦକ୍ଷତା ଦେଖି ରିସର୍ଚ୍ଚ ଟିମ୍ ମୁଗ୍ଧ

ଦେଶର ଶ୍ରେଷ୍ଠ ଥାନା ଚୟନ ଦୌଡ଼ରେ ରହିଛି ଗଞ୍ଜାମ ପୋଲିସ୍ ଜିଲ୍ଲାର ରମ୍ଭା ଥାନା । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଦିଲ୍ଲୀରୁ ଆସିଥିବା ରିସର୍ଚ୍ଚ ଟିମ୍ ରମ୍ଭା ଥାନା ପରିଦର୍ଶନ କରି ବିଭିନ୍ନ ଦିଗରେ ମୂଲ୍ୟାୟନ କରିଛନ୍ତି । କେସ୍ ଡାଏରୀ, ଏଫ୍‌ଆଇଆର୍ ରେଜିଷ୍ଟର, ଚାର୍ଜସିଟ୍ ଫାଇଲ, ତଦନ୍ତ ପ୍ରକ୍ରିୟା ସହ ଅଭିଯୋଗକାରୀଙ୍କ ପ୍ରତି ପୋଲିସ୍‌ର ବ୍ୟବହାର ଓ ମହିଳା, ବୟସ୍କ ଏବଂ ଶିଶୁଙ୍କ ପାଇଁ ଥିବା ସୁବିଧା ଯାଞ୍ଚ କରାଯାଇଥିଲା ।
NEWS7
Rambha Police Station