ଘଟଗାଁ ୬।୯: ସାଙ୍ଗଙ୍କ ସହ ମଦ୍ୟପାନ ବେଳେ ଝଗଡ଼ା । ୱାର୍ଡମେମ୍ବରଙ୍କ ମାଡ଼ ଅଭିଯୋଗ । ଗୁରୁତର ଅବସ୍ଥାରେ ମେଡିକାଲ ନେବା ବାଟରେ ମୃତ୍ୟୁ । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍ ଦୈତାରୀ ଥାନା ଅନ୍ତର୍ଗତ ରେବଣାପଳାଶପାଳ ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ହେଲେ ରେବଣାପଳାଶପାଳ ପଞ୍ଚାୟତର ୩ ନମ୍ବର ୱାର୍ଡମେମ୍ବର ମନୋଜ କୁମାର ନାଏକ ଓରଫ ନାଳୁ ।

Also Read:- ବାଲିଯାତ୍ରାକୁ ପ୍ଲାଷ୍ଟିକ୍ ମୁକ୍ତ କରିବାକୁ ସରକାରଙ୍କ ପଦକ୍ଷେପ, ଲୋକଙ୍କ ସହଯୋଗ ଲୋଡ଼ିଲେ ମନ୍ତ୍ରୀ

ଶନିବାର ସନ୍ଧ୍ୟାରେ ମନୋଜ କିଛି ସାଙ୍ଗଙ୍କ ସହ ବସି ମଦ୍ୟପାନ କରୁଥିଲେ । କୌଣସି କାରଣକୁ ନେଇ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ମନୋଜଙ୍କ ଛାତିରେ ଗୋଇଠା ମାରିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ମନୋଜଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ରେବଣାପଳାଶପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ପରେ ହରିଚନ୍ଦନପୁର ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ତେବେ ଡାକ୍ତର ମନୋଜଙ୍କୁ ମୃତ ଘୋଷଣା କରିଥିଲେ । ପରିବାରର ଲିଖିତ ଅଭିଯୋଗ ପରେ ଦୈତାରୀ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Watch Video: