ନୂଆଦିଲ୍ଲୀ ୦୪।୦୪: ଭାରତୀୟ ସିନେମାର ବହୁ ପ୍ରତୀକ୍ଷିତ ଫିଲ୍ମ ମଧ୍ୟରୁ ଗୋଟିଏ ‘ରାମାୟଣ’। ଏହାକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳୁଛି। ଫିଲ୍ମର ଷ୍ଟାରକାଷ୍ଟ ଠାରୁ ଆରମ୍ଭ କରି ଏହାର ଭିଜୁଆଲ ସ୍କେଲ ପର୍ଯ୍ୟନ୍ତ, ସବୁକିଛି ଆଲୋଚନାର ବିଷୟ ପାଲଟିଛି। ଏବେ ଚଳଚ୍ଚିତ୍ରରେ ରାମ ଭୂମିକାରେ ଅଭିନୟ କରୁଥିବା ରଣବୀର କପୁରଙ୍କ ଏକ ବୟାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି, ଯାହା ପ୍ରଶଂସକଙ୍କ ଉତ୍ସାହକୁ ଆହୁରି ବଢ଼ାଇ ଦେଇଛି। ସେ ଫିଲ୍ମରେ ସାଇ ପଲ୍ଲବୀଙ୍କ କାଷ୍ଟିଂ ବିଷୟରେ ଆଲୋଚନା କରିଛନ୍ତି।

ନିତେଶ ତିୱାରୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ରାମାୟଣ’କୁ ନେଇ ଅନେକ ଦିନ ଧରି ଚର୍ଚ୍ଚା ଜାରି ରହିଛି। ଏହି ଫିଲ୍ମରେ ଅନେକ ବଡ ନାମ ସାମିଲ ରହିଛି, ଯିଏକି ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି। ନିକଟରେ ଫିଲ୍ମର ଟିଜର ସାମ୍ନାକୁ ଆସିଥିଲା, ଯାହାକି ଭଗବାନ ରାମଙ୍କ ଭୂମିକାରେ ରଣବୀର କପୁର ଅଭିନୟ କରିଛନ୍ତି। ଲସ୍ ଆଞ୍ଜେଲସ୍ରେ ଏକ ସ୍ୱତନ୍ତ୍ର ସ୍କ୍ରିନିଂ ସମୟରେ ଫିଲ୍ମର ଟିଜର ଲଞ୍ଚ କରାଯାଇଥିଲା। ସ୍କ୍ରିନିଂ ସମୟରେ, ରଣବୀର କପୁର ଫିଲ୍ମ ବିଷୟରେ ଗଣମାଧ୍ୟମ ସହିତ କଥା ହୋଇଥିଲେ। ଏହି ସମୟରେ ସେ ସାଇ ପଲ୍ଲବୀଙ୍କୁ ସୀତା ଭୂମିକା ପାଇଁ ପରଫେକ୍ଟ କାଷ୍ଟିଂ ବୋଲି ବର୍ଣ୍ଣନା କରିଥିଲେ।

ରଣବୀର ସାଇଙ୍କୁ ପ୍ରଶଂସା କରି କହିଥିଲେ ଯେ ସୀତା ଭୂମିକା ପାଇଁ ସାଇଙ୍କ ଠାରୁ ଭଲ କାଷ୍ଟ ଆଉ କେହି ହୋଇପାରିବେ ନାହିଁ। ଯେତେବେଳେ ସେ ପ୍ରଥମ ଥର ପାଇଁ ସାଇ ପଲ୍ଲବୀଙ୍କୁ ଏହି ଭୂମିକାରେ ଦେଖିଲେ, ସେ ତୁରନ୍ତ ନିର୍ଦ୍ଦେଶକଙ୍କ ଆଡ଼କୁ ଚାହିଁଲେ ଏବଂ ଉଭୟ ନିଶ୍ଚିତ ହେଲେ ଯେ ଏହି ଭୂମିକା ପାଇଁ ଅନ୍ୟ କାହାକୁ କାଷ୍ଟ କରାଯାଇପାରିବ ନାହିଁ। ଖାଲି ଏତିକି ନୁହେଁ ସାଇ ପଲ୍ଲବୀଙ୍କ ଅଭିନୟ ଏବଂ ବ୍ୟକ୍ତିତ୍ୱର ପ୍ରଶଂସା କରି କହିଥିଲେ ଯେ ସେ ଜଣେ ଅତ୍ୟନ୍ତ ପ୍ରତିଭାଶାଳୀ ଏବଂ ସୁନ୍ଦର ଅଭିନେତ୍ରୀ ଯାହାଙ୍କ ପାଖରେ ଏହି ପୌରାଣିକ ଚରିତ୍ରକୁ ଜୀବନ୍ତ କରିବାର କ୍ଷମତା ଅଛି।

ଏତିକି ହିଁ ନୁହେଁ ରଣବୀର, ସାଇ ପଲ୍ଲବୀଙ୍କ ସହିତ, ରାବଣ ଭୂମିକାରେ ଅଭିନୟ କରୁଥିବା ଦକ୍ଷିଣ ସୁପରଷ୍ଟାର ୟଶଙ୍କ ବିଷୟରେ କହିଥିଲେ କହିଥିଲେ ଯେ ୟଶଙ୍କର ଷ୍ଟାରଡମ୍ ଅଛି, ଏବଂ ରାବଣ ଭୂମିକା ପାଇଁ ଏପରି ବ୍ୟକ୍ତିତ୍ୱ ଆବଶ୍ୟକ ଥିଲା । ଯାହାଙ୍କର କମାଲ ସ୍କ୍ରିନ୍ ପ୍ରେଜେନ୍ସ ରହିଥିବ। ୟଶଙ୍କ ବ୍ୟକ୍ତିତ୍ଵ ଯେମିତି ସେ ଅଭିନୟରେ ମଧ୍ୟ ଖୁବ୍ ପାରାଙ୍ଗମ । ସେ ସାଉଥ ଚଳଚ୍ଚିତ୍ରକୁ ନେଇ ଭୁରି ଭୁରି ପ୍ରଶଂସା କରିଥିଲେ ।

Also Read-Ramayana starcast:୧୬୦୦ କୋଟିରେ ନିର୍ମିତ ମେଗାବଜେଟ ଫିଲ୍ମ ‘ରାମାୟଣ’; ରଣବୀର ନା ୟଶ, କାହାକୁ ମିଳିଛି ସବୁଠୁ ଅଧିକ ଫି’