ନୂଆଦିଲ୍ଲୀ ୦୨।୦୪; ହନୁମାନ ଜୟନ୍ତୀ ଅବସରରେ, ନିତେଶ ତିୱାରୀଙ୍କ ‘ରାମାୟଣ’ ର ଟିଜର ରିଲିଜ୍ ହୋଇଛି। ଏହି ଟିଜରରେ ରଣବୀର କପୁରଙ୍କୁ ଭଗବାନ ରାମ ଭୂମିକାରେ ଦେଖିବା ଏକ ଅଦ୍ଭୁତ ଅନୁଭବ।

ଟିଜର ଦେଖିବା ପରେ, ଦର୍ଶକମାନେ ଫିଲ୍ମ ପାଇଁ ଉତ୍ସାହିତ ଥିବା ନେଇ ସ୍ପଷ୍ଟ ଭାବରେ ଦେଖାଯାଉଛନ୍ତି। ୧୬୦୦ କୋଟି ବଜେଟରେ ନିର୍ମିତ ଏହି ଫିଲ୍ମ ପାଇଁ କିଏ ସର୍ବାଧିକ ପାରିଶ୍ରମିକ ପାଇଛନ୍ତି ତାହା ଆସନ୍ତୁ ଉପରେ ନଜର ପକାଇବା।

ରାମାୟଣରେ, ରଣବୀର କପୁର ଭଗବାନ ରାମ ଭୂମିକାରେ ଅଭିନୟ କରିଛନ୍ତି। ସେ ଫିଲ୍ମର ଉଭୟ ପାର୍ଟ ପାଇଁ ପ୍ରାୟ ୧୫୦ କୋଟି ଟଙ୍କା ନେଇଛନ୍ତି।

ଫିଲ୍ମରେ ୟଶ ରାବଣ ଚରିତ୍ରରେ ଅଭିନୟ କରିଛନ୍ତି। ସେ ରାବଣ ଭୂମିକାରେ ଅଭିନୟ କରିବା ପାଇଁ ୧୦୦ କୋଟି ଟଙ୍କା ନେଇଛନ୍ତି।

ସାଇ ପଲ୍ଲବୀ ସୀତା ଚରିତ୍ରରେ ନଜର ଆସିଛନ୍ତି। ସେ ଦେବୀ ସୀତା ଭୂମିକା ପାଇଁ ପ୍ରାୟ ୧୨ କୋଟି ଟଙ୍କା ନେଇଛନ୍ତି।

ଏହା ସହ ସନି ଦେଓଲ ବଜରଙ୍ଗ ବାଲି ହନୁମାନ ଭୂମିକାରେ ନଜର ଆସିବେ। ଏହି ଭୂମିକା ପାଇଁ ତାଙ୍କୁ ୨୦ କୋଟିରୁ ୪୦ କୋଟି ଟଙ୍କା ମଧ୍ୟ ଦିଆଯାଇଛି।

ରବି ଦୁବେଙ୍କ ପାଇଁ ଏହା ଏକ ବଡ଼ ସଫଳତା। ଯେଉଁଥିରେ ସେ ଲକ୍ଷ୍ମଣ ଭୂମିକାରେ ଅଭିନୟ କରୁଛନ୍ତି। ଏହି ଭୂମିକା ପାଇଁ ତାଙ୍କର ପାରିଶ୍ରମିକ ୨ ରୁ ୪କୋଟି ମଧ୍ୟରେ ମିଳିଥିବା ନେଇ ଜଣାପଡ଼ିଛି।

ଅଭିନେତ୍ରୀ ରକୁଲ ପ୍ରୀତ ସିଂହ ରାମାୟଣରେ ଶୁପଣରେଖା ଭୂମିକାରେ ଅଭିନୟ କରିଛନ୍ତି। ତାଙ୍କର ଫି ଏପର୍ଯ୍ୟନ୍ତ କନଫର୍ମ ହୋଇନାହିଁ, କିନ୍ତୁ କୁହାଯାଉଛି କି ସେ ଏହି ଫିଲ୍ମ ପାଇଁ ୧ କୋଟିରୁ ୨ କୋଟି ମଧ୍ୟରେ ନେଇଛନ୍ତି।

ବିବେକ ଓବେରୟ ଶୁପଣରେଖାଙ୍କ ସ୍ୱାମୀ ବିଦ୍ୟୁଜ୍ଜିହ୍ବା ଭୂମିକାରେ ଅଭିନୟ କରିଛନ୍ତି। ତାଙ୍କର ପାରିଶ୍ରମିକ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ। ରଣବୀର କପୁରଙ୍କ ଅଭିନୀତ ଏହି ଫିଲ୍ମଟି ଚଳିତ ବର୍ଷ ଡିସେମ୍ବରରେ ମୁକ୍ତିଲାଭ କରିବ।

Also Read-Ramayana Teaser: ଭକ୍ତି, ଭାବନା-ଭବ୍ୟତାର ଅଦ୍ଭୁତ ସଙ୍ଗମ ଫିଲ୍ମ ରାମାୟଣ; ରାମଙ୍କ ଚରିତ୍ରରେ ନଜର ଆସିଲେ ରଣବୀର, ଫ୍ୟାନ୍ସଙ୍କ ହୃଦୟ ଜିତିଲେ ୟଶ