ଜୟପୁର,୧୩|୦୬:ରାଜସ୍ଥାନ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବିବାଦୀୟ ବୟାନ । ଗର୍ଭବତୀଙ୍କ ମୃତ୍ୟୁକୁ ନେଇ ଦେଲେ ଅମାନବୀୟ ବୟାନ । ସଙ୍ଗୀନ ପ୍ରସଙ୍ଗକୁ ହାଲୁକା ଭାବେ ନେଇ ବିବାଦରେ ଫସିଛନ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଖିମସର୍ । କୋଟା ଏବଂ ବୀକାନିରରେ ପ୍ରସୂତୀଙ୍କ ମୃତ୍ୟୁଙ୍କୁ ନେଇ ସେ ଦେଇଥିବା ବୟାନ ଏବେ ଚର୍ଚ୍ଚାରେ ।

ମନ୍ତ୍ରୀଙ୍କ ପ୍ରତିକ୍ରିୟା

ଗତ କିଛି ଦିନ ଧରି ବୀକାନିରର ପିବିଏସ ହସ୍ପିଟାଲରେ ଅନେକ ପ୍ରସୂତୀ ମୃତ୍ୟୁବରଣ କରୁଛନ୍ତି । ଏହାସହ କିଡନୀ ଫେଲ୍ ଜନିତ ମୃତ୍ୟୁ ମାମଲା ମଧ୍ୟ ବୃଦ୍ଧି ପାଉଛି । ଏହି ଘଟଣାକୁ ନେଇ ପ୍ରତିକ୍ରିୟା ରଖିଥିଲେ ମନ୍ତ୍ରୀ । ସେ କହିଥିଲେ ଯେ, ମୃତକଙ୍କ ସ୍ୱାସ୍ଥ୍ୟବସ୍ଥା ପୂର୍ବରୁ ଭଲ ନଥିଲା । ସେମାନେ ଚାଲି ଚାଲି ଆସିଥିଲେ ନା ନାଚି ନାଚି ଆସିଥିଲେ ନା ଅସୁସ୍ଥ ହୋଇ ଆସିଥିଲେ । ତେବେ ମନ୍ତ୍ରୀଙ୍କ ଏହି ବୟାନକୁ ସବୁଠି ନିନ୍ଦା କରାଯାଉଛି ।

ବିରୋଧ ପରେ ସେ କହିଥିଲେ ଯେ, ସେମାନେ ଏତେ ମାତ୍ରାରେ ଲୋକଙ୍କ ଜୀବନ ରକ୍ଷା କରୁଛନ୍ତି । ସେହି ସମୟରେ କେହି କିଛି କହୁ ନାହାଁନ୍ତି । ସମସ୍ତେ କେବଳ ମୃତକଙ୍କ କଥା କହୁଛନ୍ତି । ପ୍ରତିଦିନ ୧୦୦୦ରୁ ଅଧିକ ରୋଗୀ ହସ୍ପିଟାଲ ଆସୁଛନ୍ତି । ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଥାଏ । ଅନ୍ୟମାନେ ସୁସ୍ଥ ହୋଇ ଘରକୁ ଯାଆନ୍ତି । ସେତେବେଳେ କେହି କିଛି କହୁ ନାହାଁନ୍ତି ।

Also Read :-ତିନି ବର୍ଷ ଧରି ନାବାଳିକାଙ୍କୁ ଦୁଷ୍କର୍ମ କରୁଥିଲେ ଫୁଟବଲ କୋଚ୍, ଚାନ୍ସ୍ ଦେବା ବାହାନାରେ ଦେଉଥିଲେ ନିର୍ଯାତନା

ଅନ୍ୟ ପ୍ରସଙ୍ଗ ପାଇଁ ଅଡୁଆରେ ମନ୍ତ୍ରୀ

ବୀକାନିର ପୂର୍ବରୁ କୋଟାରେ ଜଣେ ପ୍ରସୂତୀଙ୍କ ମୃତ୍ୟୁ ହୋଇଥିଲା । ଏହି ସମୟରେ ସେ ଅକ୍ସିଟୋସିନ୍ ଇଞ୍ଜେକ୍ସନକୁ ନେଇ ମଧ୍ୟ ବୟାନ ଦେଇଥିଲେ । ସେ କହିଥିଲେ ଯେ, ଅକ୍ସିଟୋସିନ୍ ମଧ୍ୟରେ କେବଳ ପାଣି ଥାଏ । ଯଦି ଔଷଧ ନାହିଁ ତେବେ ବାହାରୁ କିଣି ହେବ । ଇଞ୍ଜେକ୍ସନକୁ ମାର୍କେଟରୁ କିଣା ଯାଇଥିଲା । ଏହା ମଧ୍ୟରେ ଔଷଧର ମାତ୍ରା ଖୁବ୍ କମ୍ ଥିଲା ।

ସେ ଆହୁରି କହିଥିଲେ ଯେ, ଡାକ୍ତର ଯେଉଁ ଇଞ୍ଜେକ୍ସନ ଦିଅନ୍ତି ତାହା ପ୍ରସବ ପରେ ରକ୍ତସ୍ରାବକୁ ବନ୍ଦ କରିଥାଏ । କିନ୍ତୁ ଯେଉଁ ଇଞ୍ଜେକ୍ସନ ଦିଆଯାଇଥିଲା ତାହା ମଧ୍ୟରେ ଔଷଧ ନଥିଲା । ଖାଲି ପାଣି ଥିଲା । ତେଣୁ ରକ୍ତସ୍ରାବ ବନ୍ଦ ହୋଇନଥିଲା । ଏହାପରେ ଔଷଧର ଗୁଣବତ୍ତା ଯାଞ୍ଜ୍ ପାଇଁ ବିରୋଧି ଦାବି କରିଥିଲେ । ଏପରିକି ତଦନ୍ତ ରିପୋର୍ଟ ସାର୍ବଜନୀନ କରିବାକୁ ସେମାନେ କହିଥିଲେ ।