ନୂଆଦିଲ୍ଲୀ, ୨୧/୧୦:ମୂର୍ତ୍ତି ବିସର୍ଜନ ବେଳେ ବଡ଼ ଅଘଟଣ । ରାଜସ୍ଥାନ କୋଟାର କୋଟଡି ସହରରେ ଡଙ୍ଗାରେ ବିସର୍ଜନ ପାଇଁଯାଉଥିବା୬ଜଣ ବୁଡି ଯାଇଛନ୍ତି । ସେମାନଙ୍କ ମଧ୍ୟରୁ ଦୁଇ ଜଣ ଉଦ୍ଧାର ହୋଇଥିବା ବେଳେ୪ଜଣ ନିଖୋଜ ଅଛନ୍ତି । ନିଖୋଜଙ୍କ ସନ୍ଧାନ ପାଇଁ ଅଗ୍ନିଶମ ବାହିନୀ ଏବଂ ପୋଲିସ ପକ୍ଷରୁ ଉଦ୍ୟମ ଜାରି ରହିଛି ।

ରିପୋର୍ଟ ଅନୁସାରେ, କିଛି ଯୁବକ ଡଙ୍ଗା ଜରିଆରେ ମା ଦୁର୍ଗାଙ୍କ ପ୍ରତିମାକୁ ବିସର୍ଜନ କରିବାକୁ ପହଁଚିଥିଲେ । ଏହି ସମୟରେ ଡଙ୍ଗାଟି ଓଲଟି ପଡିଥିଲା । ଏଥିରେ ସମସ୍ତେ ବୁଡି଼ ଯାଇଥିଲେ । ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ଅନ୍ୟ୪ଜଣଙ୍କ କୌଣସି ପତ୍ତା ମିଳୁନି ।

Also Read :- 'ବଡ଼ ନିଷ୍ପତ୍ତି ନେଉଥିଲେ ଆଶୁତୋଷ ଏବଂ ସୌରଭ, ଦୀପାବଳି ଯାଏଁ ଆନ୍ଦୋଳନ ବନ୍ଦ'...ଏମିତି କାହିଁକି କହିଲେ ଅଭିଜିତ ?

ନିଖୋଜ ଥିବା ଯୁବକମାନେ ହେଲେ ରାହୁଲ, ୟେଶୁ, ଗୋଲୁ ଏବଂ ସୁରେଶ । ଡଙ୍ଗାବୁଡି ପରେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

ଘଟଣାକୁ ନେଇ ରାଜସ୍ଥାନ ସରକାରଙ୍କ ମନ୍ତ୍ରୀ ମଦନ ଦିଲଓ୍ୱାର କହିଛନ୍ତି ଯେ, ଅଘଟଣ ପରେ ଉଦ୍ଧାରକାର୍ଯ୍ୟ ଏବଂ ସର୍ଚ୍ଚ ଅପରେସନ ଜାରି ରହିଛି । ପ୍ରଶାସନିକ ଟିମ୍ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି । ନିଖୋଜଙ୍କ ସନ୍ଧାନ ପାଇଁ ସ୍କୁବା ଡାଇଭରଙ୍କ ସାହାଯ୍ୟ ନିଆଯାଇଥିବା ସେ ପ୍ରକାଶ କରିଛନ୍ତି ।