ନୂଆଦିଲ୍ଲୀ, ୨୧/୧୦:କକରୋଚ୍ ଜନତା ପାର୍ଟିର ନେତା ଆଶୁତୋଷ ରାଙ୍କା ଏବଂ ସୌରଭ ଦାସ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଉଥିଲେ । ଅଭିଜିତ ଦୀପକେ ସେମାନଙ୍କ ନିର୍ଦ୍ଦେଶ ପାଳନ କରୁଥିଲେ । ଦଶହରା ଅବସରରେ ଜାରି କରିଥିବା ୧୬ମିନିଟର ଭିଡିଓ ସନ୍ଦେଶରେ ଏପରି କହିଛନ୍ତି ଅଭିଜିତ । ଏହାସହ ଆଶୁତୋଷ ଏବଂ ସୌରଭ ଭାଇ ଭଳି ଆନ୍ଦୋଳନକୁ ଆଗକୁ ନେଉଥିଲେ ବୋଲି ଦୀପକେ ପ୍ରକାଶ କରିଛନ୍ତି ।

Also Read :- କ୍ଷମତା ପରିବର୍ତ୍ତନ ହେବ, ସେ ଫେରିବା ଯାଏଁ ଅପେକ୍ଷା କର... ସଞ୍ଜୟ ରାଉତଙ୍କ ବିସ୍ଫୋରକ ଦାବି

ଦୀପକେ ମଙ୍ଗଳବାର ଏକ୍ସରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଏଥିରେ ସେ କହୁଛନ୍ତି ଯେ, ଦୀପାବଳି ଯାଏଁ ସିଜେପି କୌଣସି ଆନ୍ଦୋଳନ କରିବ ନାହିଁ । ଏହି ସମୟରେ ଆନ୍ଦୋଳନକାରୀମାନେ ବ୍ରେକ୍ ନେଇ ପରିବାର ସହ ସମୟ ଅତିବାହିତ କରନ୍ତୁ । ଯଦି କେହି ଆନ୍ଦୋଳନକୁ ଆଗକୁ ନେଇଥାଏ ସେହେଉଛନ୍ତି ଆଶୁତୋଷ ଏବଂ ସୌରଭ । ବାହାରୁ ସେ ନେତା ବୋଲି ସମସ୍ତଙ୍କୁ ଲାଗୁଛି । କିନ୍ତୁ ସୌରଭ ଏବଂ ଆଶୁତୋଷ ହିଁ ସବୁ କିଛି ନିର୍ଧାରଣ କରିଥାନ୍ତି ।

ଅଭିଜିତ ଆହୁରି ମଧ୍ୟ କହିଛନ୍ତି ଯେ, ଉଭୟଙ୍କ ନିଷ୍ପତ୍ତି ନେବା କ୍ଷମତା ତାଙ୍କଠାରୁ ଅଧିକ । ସେମାନେ କେବଳ ତାଙ୍କ ସହଯୋଗୀ ନୁହେଁ ବରଂ ଭାଇ । ଉଭୟଙ୍କ ଗିରଫଦାରୀ ପରେ ଆନ୍ଦୋଳନ ପ୍ରଭାବିତ ହୋଇଛି । ସେମାନଙ୍କର ଏକ ଭିନ୍ନ ହ୍ୱାଟସଆପ୍ ଗ୍ରୁପ୍ ମଧ୍ୟ ଥିଲା । ଯେଉଁଥିରେ ସେମାନେ ମିମ୍ ସେୟାର କରୁଥିଲେ । ଏବେ ସେହି ଗ୍ରୁପକୁ ଖୋଲିଲେ ଭଲ ଲାଗୁନି । ସେମାନେ ଥିବା ଭଳି ମନେ ହେଉଛି ।

ଫ୍ରାନ୍ସର ଦଙ୍ଗାକୁ ନେଇ ଦୀପକେ କହିଛନ୍ତି ଯେ, ସୌରଭ ଏବଂ ଆଶୁତୋଷ ଜେଲ୍ ଗଲେ ମଧ୍ୟ ଶାନ୍ତିପୂର୍ଣ୍ଣ ରାସ୍ତା ବାଛିଥିଲେ । ରାଗ, ଘୃଣା ବଦଳରେ ସେମାନେ ଶାନ୍ତିପୂର୍ଣ୍ଣ ଭାବେ ଜେଲ୍ ଯିବାକୁ ସ୍ୱୀକାର କରିଛନ୍ତି । ଏପରି ଦିନେ ମହାତ୍ମା ଗାନ୍ଧୀ କରୁଥିଲେ । ସିଜେପି ମଧ୍ୟ ଅହିଂସା ରାସ୍ତା ଛାଡିନଥିବା ଦୀପକେ କହିଛନ୍ତି ।