ଭୁବନେଶ୍ୱର, ୨୪/୦୮ :ଅତି ପ୍ରବଳ ବର୍ଷାରେ ବେହାଲ ହୋଇଛି ଦକ୍ଷିଣ ଓଡ଼ିଶାର ୪ ଜିଲ୍ଲା । ବର୍ଷା ବିତ୍ପାତରେ ନବରଙ୍ଗପୁର,କୋରାପୁଟ,ମାଲକାନଗିରି ଓ ରାୟଗଡ଼ା ଜିଲ୍ଲା କ୍ଷତିଗ୍ରସ୍ତ ହୋଇଛି। ଶତାଧିକ ଲୋକେ ପାଣି ଘେରରେ ଅଛନ୍ତି । ରାସ୍ତା ଭାସିଯିବାରୁ ଓ ସେତୁ ଉପରେ ପାଣି ଚାଲିବାରୁ ଅନେକ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ନବରଙ୍ଗପୁର ଚନ୍ଦାହାଣ୍ଡି ବରୀ ନଦୀ ବନ୍ୟା ପାଣିରେଭାସି ଯାଇ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି। ତୁହାକୁ ତୁହା ବର୍ଷାରେ ଅନେକ ଘର ଭାଙ୍ଗିବା ସହ ହଜାର ହଜାର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଛି।

୨୫ ତାରିଖ ଯାଏ ଦକ୍ଷିଣରେ ଚାଲିବ ଏ ବର୍ଷା ବିତ୍ପାତ । ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ରବିବାର ଲଘୁଚାପ ସୃଷ୍ଟି ହୋଇଛି। ଅଗଷ୍ଟ ମାସରେ ଓଡ଼ିଶା ଉପକୂଳରେ ଏହା ଚତୁର୍ଥ ଲଘୁଚାପ। ଏହାର ପ୍ରଭାବରେ ସାରା ରାଜ୍ୟରେ ବର୍ଷା ବଢ଼ିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ ଦେଇଛି। ମାସ ଶେଷରେ ଆଉ ଏକ ଲଘୁଚାପ ଦାନାବାନ୍ଧିବ ବୋଲି କୃଷି ପାଣିପାଗ ବିଷାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି । ଏକଥା ସତ ହେଲେ ବର୍ଷା ଆଉ ବନ୍ୟା ଓଡ଼ିଶା ପିଛା ଛାଡ଼ିବ ନାହିଁ ।

Also Read :- ଘର ବୁଡି ପାଣି ଆଣ୍ଠୁଏ, ସାଉଦି-ପାକିସ୍ତାନ-ତୁର୍କୀ ପ୍ରତିରକ୍ଷା ମେଣ୍ଟରେ ସାମିଲ ହେବ ବାଂଲାଦେଶ ! ଭାରତ ପାଇଁ ବଢିଲା ବିପଦ

ଗତ ୨୪ ଘଣ୍ଟାରେ ନବରଙ୍ଗପୁରରେ ସର୍ବାଧିକ ୧୯୦.୬ ମିମି ବର୍ଷା ରେକର୍ଡ ହୋଇଛି। ଗଜପତି ପାରଳାଖେମୁଣ୍ଡିରେ ୧୧୯,ମାଲକାନଗିରିରେ ୮୬,କୋରାପୁଟରେ ୭୧.୮,ଗଞ୍ଜାମ ଛତ୍ରପୁରରେ ୭୬ ଓ ରାୟଗଡ଼ାରେ ୭୫ ମିମି ବର୍ଷା ହୋଇଥିଲା। ପ୍ରବଳ ବର୍ଷାରେ ନବରଙ୍ଗପୁର ଓ କୋରାପୁଟ ଜିଲ୍ଲା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ନବରଙ୍ଗପୁର ସହରର ୨୬ନଂ ଜାତୀୟ ରାଜପଥ ଉପରେ ୨ ଫୁଟର ପାଣି ପ୍ରବାହିତ ହେଉଛି। ଉମରକୋଟ ସହରରେ କୃତ୍ରିମ ବନ୍ୟା ସ୍ଥିତି ସୃଷ୍ଟି ହୋଇ ଅନେକ ଦୋକାନରେ ପାଣି ପଶିଥିଲା। ମୈଦଲପୁରର ଅନେକ ସ୍ଥାନ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ଭାରତମାଳା ପ୍ରକଳ୍ପର ରାୟପୁର-ବିଶାଖାପାଟଣା ଜାତୀୟ ରାଜପଥ ଉପରେ ୩ ଫୁଟ ଉଚ୍ଚର ପାଣି ଚାଲିଥିଲା।

ସୋମବାର ଅଧିକ ବର୍ଷା ଆଶଙ୍କା ଥିବାରୁ ନବରଙ୍ଗପୁର ଜିଲ୍ଲାର ସବୁ ଶିକ୍ଷାନୁଷ୍ଠାନ ଷ୍ଠାନ ଛୁଟି ଘୋଷଣା ହୋଇଛି। କୋରାପୁଟ ଜିଲ୍ଲାର ତଳିଆ ଅଞ୍ଚଳରେ ପାଣି ଜମିବା ସହ ବିଭିନ୍ନ ନଦୀ,ନାଳ ଓଜଳାଶୟରେ ଜଳସ୍ତର ବଢ଼ିଛି। ଅନେକ ଲୋକଙ୍କ ଘର ଭାଙ୍ଗିଛି। ରାୟଗଡ଼ା ଜିଲ୍ଲାର କାଶୀପୁର,ରାମନାଗୁଡ଼ା,ଗୁଣପୁର,ପଦ୍ମପୁର ଓ ଗୁଡ଼ାରୀ ବ୍ଳକରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଲଘୁଚାପ ସୃଷ୍ଟି ହୋଇଛି। ଏହା ପ୍ରଭାବରେ ପଶ୍ଚିମ ଓ ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆସନ୍ତା ୩୧ ବା ସେପ୍ଟେମ୍ବର ୧ ତାରିଖ ଭିତରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇପାରେ ବୋଲି ବରିଷ୍ଠ କୃଷି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥଶୁପାଳକ କହିଛନ୍ତି।

ପାଣିପାଗ ବିଭାଗର ଆକଳନ ଅନୁସାରେ,୨୪ ତାରିଖ ସୁନ୍ଦରଗଡ଼,ଝାରସୁଗୁଡ଼ା,ବରଗଡ଼,ସମ୍ବଲପୁର,ସୋନପୁର,ବୌଦ୍ଧ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। 

ପ୍ରଫେସର ପଶୁପାଳକ ନୂଆ ଆକଳନ କରି କହିଛନ୍ତି,ଅଗଷ୍ଟ ଶେଷ ଆଡ଼କୁ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି। ଆସନ୍ତା ୧ ତାରିଖ ବେଳକୁ ଏହା ଲଘୁଚାପ ରୂପ ନେଇପାରେ। ଏହା ପ୍ରଭପ୍ରଭାବରେ ଅଗଷ୍ଟ ୩୦ ରୁ ସେପ୍ଟେମ୍ବର ୨ ଭିତରେ ଭିତରେ ମୟୂରଭଞ୍ଜ,କେନ୍ଦୁଝର,,ବାଲେଶ୍ଵର,ଯାଜପୁର,ସୁନ୍ଦରଗଡ଼,ସମ୍ବଲପୁର,ସୋନପୁର,ବରଗଡ଼,ବଲାଙ୍ଗୀର ଓ କଳାହାଣ୍ଡିରେ ପୁଣି ପ୍ରବଳ ବର୍ଷା ହେବ। କିନ୍ତୁ ଦକ୍ଷିଣ ଓଡ଼ିଶାରେ ବିଶେଷ ବର୍ଷା ହେବନି। ସେଠାରେ ନିଅଣ୍ଟିଆ ସ୍ଥିତି ଜାରି ରହିପାରେ।

ରବିବାରଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ୨ ରୁ ୩ ଦିନ ଭିତରେ ଉତ୍ତର ଓଡ଼ିଶା ଦେଇ ଛତିଶଗଡ଼ ଆଡ଼କୁ ଯିବ। ଅଗଷ୍ଟ ୨୪ ରୁ ୨୬ ଭିତରେ ମୟୂରଭଞ୍ଜ,କେନ୍ଦୁଝର,ବାଲେଶ୍ୱର,ଭଦ୍ରକ,ସୁନ୍ଦରଗଡ଼,ଝାରସୁଗୁଡ଼ା ଓମହାନଦୀର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ୨୭ରୁ ୨୮ ତାରିଖ ବେଳକୁ ବର୍ଷା କମିଯିବ। କେବଳ ପଶ୍ଚିମ ସୀମାନ୍ତ ଜିଲ୍ଲା ବରଗଡ଼,ଝାରସୁଗୁଡ଼ା,ନୂଆପଡ଼ା,କଳାହାଣ୍ଡି ଓ ବଲାଙ୍ଗୀରରେ ବର୍ଷା ହେବ।

ଲଘୁଚାପ ଦୁର୍ବଳ ପରେ ରାଜ୍ୟରେ ବର୍ଷା ପରିମାଣ କମିବ। ଉତ୍ତର ଓ ପଶ୍ଚିମ ଓଡ଼ିଶାର ଚାଷୀମାନେ ଧାନ ଜମିରୁ ବଳକା ପାଣି ନିଷ୍କାସନ ବ୍ୟବସ୍ଥା କରିବାକୁ ସେ ପରାମର୍ଶ ଦେଇଛନ୍ତି। ବର୍ଷା ସମୟରେ ସାର ବା କୀଟନାଶ ପ୍ରୟୋଗ କରନ୍ତୁନି । ସେପଟେ ରବିବାର ରାଜ୍ୟର ବିକ୍ଷିପ୍ତ ସ୍ଥାନରେ ବର୍ଷାହୋଇଥିବା ଜଣାପଡିଛି ।