ମୁମ୍ବାଇ: କମେଡିୟାନ ସମୟ ରୈନା ଶୁକ୍ରବାର ‘ଇଣ୍ଡିଆଜ ଗଟ ଲାଟେଣ୍ଟ’ ସିଜିନ-୨ର ଆଉ ଏକ ଇପିସୋଡ ରିଲିଜ କରିଛନ୍ତି। ଏହାର କିଛି ଅଂଶ ପରେ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି। ଏହି ଇପିସୋଡ ବିହାର ଜନତା ଓ କାଶ୍ମୀର ପଣ୍ଡିତଙ୍କ ସମ୍ପର୍କରେ କରାଯାଇଥିବା କଥିତ ଟିପ୍ପଣୀ ଲାଗି ଏବେ ଚର୍ଚ୍ଚାକୁ ଆସିଛି। ଏହି ସବୁ ଟିପ୍ପଣୀ ରୈନା ଓ ଷ୍ଟାଣ୍ଡ-ଅପ କମେଡିଆନ ଶୈରନ ବର୍ମାଙ୍କ ମଧ୍ୟରେ କଥୋପକଥନ କାଳରେ ହୋଇଛି।

ଏହି କଥାବାର୍ତ୍ତା ଆରମ୍ଭରେ ସମୟ ତାଙ୍କ ଖାସ ଅନ୍ଦାଜରେ ଦର୍ଶକଙ୍କୁ ଶୈରନଙ୍କ ସହ ପରିଚୟ କରାଇଥିଲେ ଓ ସେ ବିହାରର ହୋଇଥିବାରୁ ବ୍ୟଙ୍ଗ କରିଥିଲେ। ରୈନା କହିଥିସେ ‘ସେ ବିହାରରୁ ଆସିଛନ୍ତି’, ସେ ଏତେ ବିହାରୀ ଯେ ତାଙ୍କୁ ଲାଗୁଛି ‘ଇବୋଲା’ର ଅର୍ଥ କିଏ କିଛି କହିବା। ଏଥିରେ ଶୈରନ ମଧ୍ୟ ରୈନା କାଶ୍ମୀର ମୂଳର ହୋଇଥିବାରୁ କହିଥିଲେ ଯେ ସେ ଏତେ କାଶ୍ମୀରୀ ଯେ ତାଙ୍କୁ ‘ଷ୍ଟୋନ’(ନିଶାରେ ବୁଡି ରହିବା)ହେବାକୁ ଭଲ ଲାଗେ। ପରିହାସ ଜାରି ରଖି ସମୟ କହିଛନ୍ତି ଯେ ଶୈରନ ବର୍ମା ଜଣେ ବିହାରୀ ଓ ଚାକିରୀ ସନ୍ଧାନରେ ମୁମ୍ବାଇ ଆସିଛନ୍ତି। ଏହା ବିହାର ଭଳି କଥା। ଏହାର ଜବାବରେ ଶୈରନ କହିଛନ୍ତି ଯେ ଅନୁନ୍ୟ ମୁଁ ମୋ ଇଛାରେ ମୋ ରାଜ୍ୟ ଛାଡିଛି।

ତେବେ ବିଜେପି ବିଧାୟକ ରାମ କଦମ ଏହି କଥିତ ଟିପ୍ପଣୀର ସମାଲୋଚନା କରିଛନ୍ତି। କହିଛନ୍ତି ପବ୍ଲିସିଟି ପାଇବା ପାଇଁ ଏହା କରାଯାଇଛି। ସମାଜରେ ଏପରି କିଛି ଲୋକେ ଅଛନ୍ତି ଯେଉଁମାନେ କେବଳ ପବ୍ଲିସିଟି ପାଇଁ ଜାଣିଶୁଣି ବିବାଦୀୟ ଟିପ୍ପଣୀ କରନ୍ତି। ସେମାନଙ୍କ ଏକମାତ୍ର ଉଦ୍ଦେଶ୍ୟ ପ୍ରସିଦ୍ଧି ଅର୍ଜନ କରିବା। ତେବେ ଆମେ ବୁଝିବା ଦରକାର ଯେ ସନାତନ ହିନ୍ଦୁ ଦେବୀ ଦେବତା ଓ କାଶ୍ମୀର ପଣ୍ଡିତଙ୍କୁ ପରିହାସ କରିପାରିବା ନାହିଁ। କାରଣ ସେମାନେ ପରିହାସର ବିଷୟ ନୁହନ୍ତି। କଦମ କହିଛନ୍ତି ଯେ କେହି ଜାଣିଶୁଣି ଭୁଲ କରି ପରେ କେବଳ କ୍ଷମାଯାଚନା କରିପାରନ୍ତି। ହେଲେ ସେତିକି ସମୟ ମଧ୍ୟରେ ପୁରା ଦେଶରେ ମାଗଣା ପବ୍ଲିସିଟି ମିଳିଯାଇଥାଏ।

ଏଥିରେ ଜଣେ କାଶ୍ମୀର ପଣ୍ଡିତ ଟିପ୍ପଣୀ ଉପରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ ‘ସମୟ ରୈନା ଯାହା ବି କହିଛନ୍ତି ତା ଉପରେ ଗୁରୁତ୍ୱ ଦେବାର କୌଣସି ଆବଶ୍ୟକତା ନାହିଁ। ଏହା ଏକ କମେଡି ସୋ ଏହାକୁ କମେଡି ସୋ ହିଁ କୁହାଯିବ। ଯଦି ମୁଁ ଜଣେ କାଶ୍ମୀର ପଣ୍ଡିତ ତେବେ ବିଶ୍ୱରେ ମୁଁ କେଉଁଠାକୁ ଯିବାକୁ ବି ମୁକ୍ତ। ଏହା ଆମର ମୌଳିକ ଅଧିକାର’। ସେହିପରି ଯଦି ବିହାରର କୌଣସି ବ୍ୟକ୍ତି ମୁମ୍ବାଇ ଯାଏ ଏହା ତାର ମୌଳିକ ଅଧିକାର। ସେ ଦେଶର କେଉଁଠାକୁ ମଧ୍ୟ ଯାଇ ପାରନ୍ତି। ଚାକିରୀ ଅଥବା ଅନ୍ୟ କୌଣସି କାରଣରୁ କେଉଁଠାରେ ବି ରହି ପାରନ୍ତି। ଯେଉଁ ପର୍ଯ୍ୟନ୍ତ ଦୁଇଜଣଙ୍କ ମଧ୍ୟରେ କଥୋପକଥନର କଥା ଉଠୁଛି ଯଦି ଆପଣ କୌଣସି କମେଡି ସୋକୁ ଯାଆନ୍ତି ତେବେ ମୌଜ ମସ୍ତି ତ ହୋଇଥାଏ। ଏଣୁ ଏହାକୁ ବ୍ୟକ୍ତିଗତ ରୂପେ ଗ୍ରହଣ କରିବା ଉଚିତ ନୁହେଁ କି ଏ କଥାକୁ ଏତେଟା ଗୁରୁତ୍ୱ ଦେବା ବି ଉଚିତ ନୁହେଁ।

Also Read:“୧୪ ମହଲାରୁ ଖସିବା ପରେ ବି କେବଳ ଦାନ୍ତ ଭାଙ୍ଗିଥିଲା ?” ଦିଶା ସାଲିଆନ୍ ମୃତ୍ୟୁ ମାମଲାରେ ପ୍ରଶ୍ନ ଉଠାଇଲେ ହାଇକୋର୍ଟ