ସ୍କୋ,୧୦/୦୮:ଋଷ ଏବଂ ୟୁକ୍ରେନ ମଧ୍ୟରେ ଉତ୍ତେଜନା କମିବାର ନାଁ ନେଉନାହିଁ । ପରସ୍ପର ଉପରେ ଡ୍ରୋନ୍ ଏବଂ ମିସାଇଲ୍ ମାଡ଼ କରୁଛନ୍ତି । ସାମରିକ ଘାଟି ସମେତ ବେସାମରିକ ଅଞ୍ଚଳକୁ ଟାର୍ଗେଟ୍ କରାଯାଉଛି । ଯାହା ଯୁଦ୍ଧକୁ ଅଧିକ ଭୟଙ୍କର କରିଦେଇଛି । ରବିବାର ଏପରି କିଛି ଦେଖିବାକୁ ମିଳିଛି ଋଷିଆର ବେଲଗୋରୋଡ୍ ସହରରେ ।

ବେଲଗୋରୋଡ ସହରରେ ୟୁକ୍ରେନ ପକ୍ଷରୁ ଭୟଙ୍କର ଆକ୍ରମଣ କରାଯାଇଛି । ଏଥିରେ ଜଣ ଋଷୀୟ ନାଗରିକ ପ୍ରାଣ ହରାଇଥିବା ବେଳେ ୨୫ଜଣ ଆହତ ହୋଇଛନ୍ତି । ,ସ୍ଥାନୀୟ ଗଭର୍ଣ୍ଣର ଆଲେକଜାଣ୍ଡର୍ ସୁଭାୟେଭଙ୍କ କହିବାନୁସାରେ, ସାଧାରଣ ଲୋକ ରହୁଥିବା ଆପାର୍ଟମେଣ୍ଟ ଉପରେ ଦୁଇଟି ଡ୍ରୋନ୍ ମାଡ଼ ହୋଇଥିଲା । ଘଟଣା ପରେ ତୁରନ୍ତ ଜରୁରୀକାଳୀନ ଟିମ୍ ପହଁଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ । ଏହାପୂର୍ବରୁ ଋଷର ଏୟାର ଡିଫେନ୍ସ ସିଷ୍ଟମ ୧୨ଟି ଡ୍ରୋନକୁ ଆକାଶରେ ନଷ୍ଟ କରିଦେଇଥିଲା । ତେବେ ମୃତକଙ୍କୁ ସେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

ବୈଦେଶିକ ମନ୍ତ୍ରୀ ମିଖାଲି ଗାଲୁଜିନ୍ କହିଛନ୍ତି ଯେ, ପ୍ରସଙ୍ଗର ସମାଧାନ ନହେଲେ କୌଣସି ଆଲୋଚନା କରାଯିବ ନାହିଁ । ଜେଲେନସ୍କି ବାସ୍ତବତାକୁ ବୁଝୁନାହାଁନ୍ତି । ସେ କନ୍ଦଳକୁ ଆହୁରି ବଢାଇବାକୁ ଚାହୁଁଛନ୍ତି । କିଭ୍ ଋଷ୍ ଅପେକ୍ଷା ନିଜ ସହଯୋଗୀଙ୍କ ସହ ବେଶି ଆଲୋଚନା କରୁଛି ।

Also Read :- ଆତ୍ମ ସମର୍ପଣ କଲେ ଟ୍ରମ୍ପ୍, ହାରିଲା ଆମେରିକା ! ଇରାନର ସବୁ ସର୍ତ୍ତ ମାନିବାକୁ ରାଜି ୟୁଏସଏ

ୟୁକ୍ରେନରେ ମଧ୍ୟ ଆକ୍ରମଣ

ସୋମବାର ସକାଳେ ଋଷ ୟୁକ୍ରେନର ସଲ୍ଟିଭାସ୍କି ଅଞ୍ଚଳରେ ସାଧାରଣ ଲୋକେ ରହୁଥିବା ଅଞ୍ଚଳରେ ଆକ୍ରମଣ କରିଛି । ଏଥିରେଜଣ ପ୍ରାଣ ହରାଇଛନ୍ତି । ଏହାସହ ୨୩ ଜଣ ଆହତ ହୋଇଛନ୍ତି ।ଜଣ ଆହତଙ୍କୁ ହସ୍ପିଟାଲରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଛି । ଏମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।

ସେହିପରି କୃଷ୍ଣ ସାଗରରେ ଥିବା ୟୁକ୍ରେନର କିଛି ଭିତ୍ତିଭୂମି ଉପରେ ଋଷ୍ ଆକ୍ରମଣ କରିଛି । ଏଥିରେ ଇନ୍ଧନ ଭଣ୍ଡାର ସାମିଲ ଅଛି । ଓଡେଶା ଏବଂ କୋରନୋମୋରସ୍କ ଅଞ୍ଚଳରେ ମଧ୍ଯ ୟୁକ୍ରେନର କିଛି ସୈନ୍ୟ ଆଡ୍ଡା ଉପରେ ମସ୍କୋ ପକ୍ଷରୁ ଆକ୍ରମଣ କରାଯାଇଛି ।