ପୁରୀ: ପୁଣି ପୁରୀ ସମୁଦ୍ରରେ ସ୍ନାନ କରୁଥିବା ବେଳେ ଅଘଟଣ। ବ୍ଲୁ ଫ୍ଲାଗ ବିଚରେ ସ୍ନାନ କରୁଥିବା ବେଳେ ଘଟିଛି ଅଘଟଣ। ରିପ୍ କରେଣ୍ଟରେ ପଡ଼ି ଜଣେ ନାବାଳକ ପର୍ଯ୍ୟଟକର ଚାଲିଯାଇଛି ଜୀବନ। ମୃତ ପର୍ଯ୍ୟଟକ ଜଣକ ହେଲେ ଛତିଶଗଡ଼ର ପୀୟୂଷ କୁମାର। ଅଗ୍ନିଶମ ବିଭାଗ କର୍ମଚାରୀ ଓ ଲାଇଫ ଗାର୍ଡ ମୃତଦେହ ଉଦ୍ଧାର କରି ପୁରୀ ହସ୍ପିଟାଲ କୁ ପଠାଇଛନ୍ତି। ଶବ ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ସୂଚନା ଦେଇଛି।

ଆଜି ଅପରାହ୍ନରେ ବ୍ଲୁ ଫ୍ଲାଗ ବିଚରେ ପୀୟୂଷ ସ୍ନାନ କରୁଥିଲେ। ଏକ ବଡ଼ ଲହଡ଼ି ଆସିବାରୁ ପିୟୁଷ ରିପ୍ କରେଣ୍ଟରେ ପଡ଼ି ସମୁଦ୍ର ଭିତରକୁ ଭାସି ଯାଇଥିଲେ। ପରିବାର ଲୋକେ ଚିତ୍କାର କରିବା ପରେ ସେଠାରେ ଉପସ୍ଥିତ ଥିବା ଲାଇଫ ଗାର୍ଡ ତୁରନ୍ତ ସମୁଦ୍ର ଭିତରକୁ ଯାଇ ତାଙ୍କୁ ଉଦ୍ଧାର କରିଥିଲେ। ତେବେ ହସ୍ପିଟାଲରେ ନାବାଳକକୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ପୁଅର ମୃତ୍ୟୁକୁ ପରିବାର ଲୋକଙ୍କ ମଧ୍ୟରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Also Read: ଶ୍ରୀମନ୍ଦିରରେ ବଢ଼ି ଚାଲିଛି ଦଲାଲଙ୍କ ପ୍ରାଦୁର୍ଭାବ, ଭିଆଇପି ଦର୍ଶନ କରାଇଦେବା ନାଁରେ ଦାବି କରୁଛନ୍ତି ୫ଶହ ଟଙ୍କା

ଏହା ପୂର୍ବରୁ ଗତକାଲି ମଧ୍ୟ ସ୍ନାନ ବେଳେ ଜଣେ ବ୍ୟକ୍ତି ବୁଡ଼ି ଯାଇଥିଲେ। ସଠିକ ସମୟରେ ଲାଇଫଗାର୍ଡ ଟିମ୍ ସମୁଦ୍ର ଭିତରକୁ ପଶି ଯୁବକଙ୍କ ଜୀବନ ବଞ୍ଚାଇଥିଲେ। ସମୁଦ୍ରରୁ ଉଦ୍ଧାର ହୋଇଥିବା ପର୍ଯ୍ୟଟକ ହେଲେ ମଥୁରା ଅଞ୍ଚଳର ଶେଖର ଚୌଧୁରୀ। ତେବେ ଲାଇଫ ଗାର୍ଡ ଓ ଅଗ୍ନିଶମ ବିଭାଗ ପର୍ଯ୍ୟଟକଙ୍କୁ ଉଦ୍ଧାର କରିବା ପରେ ପ୍ରାଥମିକ ଚିକିତ୍ସା ଯୋଗାଇଥିଲେ। ପର୍ଯ୍ୟଟକ ଜଣକ ସୁରକ୍ଷିତ ଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।