ଖଲ୍ଲିକୋଟ: ସ୍ନାନ ପୂର୍ଣ୍ଣିମାରେ ଅଘଟଣ।ପହଞ୍ଚି ପାରିଲେନି ପୁରୀରେ। ଅଧାରେ ରହିଗଲା ଜଗା ଦର୍ଶନ। କେତେ ହସଖୁସିରେ କଳା ସାଆନ୍ତେକୁ ସ୍ନାନବେଦୀରେ ଦର୍ଶନ କରିବାକୁ ବାହାରିଥିଲେ। ହେଲେ ସେତକ ବି ପୂରଣହେଲାନି। କାର ଭିତରେ ହୃଦଘାତ ରେ ଚାଲିଗଲା ବୃଦ୍ଧଙ୍କ ଜୀବନ।ପବିତ୍ର ସ୍ନାନ ମଣ୍ଡପରେ ଶ୍ରୀ ଜୀଉ ମାନଙ୍କୁ ଦର୍ଶନ କରିବାକୁ ପୁରୀ ଯାଉଥିବା ବେଳେ ରାସ୍ତା ରେ କାର ଭିତରେ ହିଁ ହୃଦଘାତରେ ଜଣେ ବୃଦ୍ଧଙ୍କ ଜୀବନ ଚାଲିଯାଇଛି।

ସୂଚନା ମୁତାବକ ଆଜି ପବିତ୍ର ସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ରଙ୍ଗେଇଲୁଣ୍ଡାରୁ ପୁରୀ ଯିବା ପାଇଁ ଜଣେ ବୃଦ୍ଧ ଓ ୪ ଜଣ ମହିଳାଙ୍କୁ ନେଇ ସକାଳୁ ଗୋଟିଏ କାର ଯାତ୍ରା ଆରମ୍ଭ କରିଥିଲା। ହେଲେ ସକାଳ ପ୍ରାୟ ୬ ଟା ସମୟ ରେ ୧୬ ନମ୍ବର ଜାତୀୟ ରାଜପଥର ବଡକୁଳ ନିକଟରେ କାରର ଆଗ ସିଟରେ ବସିଥିବା ଟି. ବୁଦ୍ଧିଆ ରେଡ୍ଡୀଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା ଓ ସେ ବେହୋସ ହୋଇ ଯାଇଥିଲେ। ତୁରନ୍ତ ଡ୍ରାଇଭର ସେଠାରୁ କାରକୁ ବୁଲାଇ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ।

ହେଲେ କାର ଭିତରେ ହିଁ ବୃଦ୍ଧ ଙ୍କ ଜୀବନ ଚାଲି ଯାଇଥିଲା। ଡାକ୍ତର ବୁଦ୍ଧିଆ ଙ୍କୁ ମୃତ ଘୋଷଣା କରିଥିଲେ। ପୁରୀ ଯାଇ ଜଗା ଦର୍ଶନ କରିବାକୁ ଖୁସିରେ ଘରୁ ବାହାରିଥିବା ମହିଳା ମାନଙ୍କୁ ଏଭଳି ଦୁଃଖଦ ପରିସ୍ଥିତି ର ସାମ୍ନା କରିବାକୁ ପଡିଥିଲା।