ICC Test Ranking: ଆଇସିସି ପୁରୁଷ ଟେଷ୍ଟ ବୋଲିଂ ରାଙ୍କିଙ୍ଗରେ ଜସପ୍ରୀତ ବୁମ୍ରା ନମ୍ବର-୧ ସ୍ଥାନର ନିକଟତର ହୋଇଛନ୍ତି। ୩ ସ୍ଥାନ ଉପରକୁ ଉଠି ବୁମ୍ରା ଇଂଲଣ୍ଡର ଓଲି ରବିନସନଙ୍କ ସହ ଦ୍ୱିତୀୟ ସ୍ଥାନ ରହିଛନ୍ତି। ସେହିପରି ନମ୍ବର-୧ ସ୍ଥାନରେ ରହିଛନ୍ତି ଅଷ୍ଟ୍ରେଲିଆର ମିଚେଲ ଷ୍ଟାର୍କ। ବୁମ୍ରା ଓ ରବିନଶନ ଯୋଡ଼ିଙ୍କ ଠାରୁ ସେ ୨୫ ରେଟିଂ ପଏଣ୍ଟ ଆଗରେ ରହିଛନ୍ତି।

ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍ରେ ଭଲ ପ୍ରଦର୍ଶନ ଯୋଗୁ ବୁମ୍ରାଙ୍କ ରାଙ୍କିଙ୍ଗରେ ଉନ୍ନତି ହୋଇଛି। ଉଭୟ ଇନିଂସରେ ବୁମ୍ରା ଜବରଦସ୍ତ ବୋଲିଂରେ ୫ଟି ୱିକେଟ୍ ନେଇଥିଲେ। ପ୍ରଥମ ଇନିଂସରେ ୯୨ ରନ୍ ଦେଇ ୪ଟି ୱିକେଟ ନେଇଥିଲେ। ଯେଉଁଥିରେ ସେ କ୍ୟାପ୍ଟେନ୍ ଟମ ଲାଥମ, ଡିରେଲ ମିଚେଲ, ଟମ ବ୍ଲଣ୍ଡେଲ ଏବ ମ୍ୟାଟନ ହେନରିଙ୍କ ୱିକେଟ୍ ନେଇଥିଲେ। ସେହିପରି ଦ୍ୱିତୀୟ ଇନିଂସରେ ପୁଣିଥରେ ଲାଥମଙ୍କ ୱିକେଟ ନେବା ସହ ମୋଟ ୱିକେଟ ହାସଲ କରିଥିଲେ।

ବୁମ୍ରା ଅଗଷ୍ଟ ମାସରେ ଶେଷ ଥର ପାଇଁ ଆଇସିସି ପୁରୁଷ ଟେଷ୍ଟ ବୋଲିଂ ରାଙ୍କିଙ୍ଗରେ ନମ୍ବର-୧ ସ୍ଥାନରେ ଥିଲେ। ସେପ୍ଟେମ୍ବର ମାସରେ ମିଚେଲ ଷ୍ଟାର୍କ ତାଙ୍କୁ ହଟାଇ ନମ୍ବର-୧ ଗଦିରେ ବସିଥିଲେ। ତେବେ ୨୦୨୪ ଫେବ୍ରୁଆରୀରେ ସେ ପ୍ରଥମ ଥର ପାଇଁ ଆଇସିସି ପୁରୁଷ ଟେଷ୍ଟ ବୋଲିଂ ରାଙ୍କିଙ୍ଗରେ ନମ୍ବର-୧ ସ୍ଥାନ ହାସଲ କରିଥିଲେ। ସେବେଠାରୁ ସେ ପୂରା ୬୯୭ ଦିନ ପର୍ଯ୍ୟନ୍ତ ନମ୍ବର-୧ ଟେଷ୍ଟ ବୋଲର ଥିଲେ।

ଜୟସ୍ୱାଲ,ପନ୍ତ ଓ ଗିଲ୍ ବି ଉପରକୁ ଉଠିଲେ

ନ୍ୟୁଜିଲାଣ୍ଡ ବିପକ୍ଷ ୱଲିଂଟନ ଟେଷ୍ଟରେ ଭଲ ପ୍ରଦର୍ଶନ ଯୋଗୁ ବ୍ୟାଟିଂ ରାଙ୍କିଙ୍ଗରେ ଜୟସ୍ୱାଲ, ପନ୍ତ ଓ ଗିଲଙ୍କ ପଏଣ୍ଟରେ ବି ସୁଧାର ଆସିଛି। ଏମାନେ ବ୍ୟାଟିଂ ତାଲିକାରେ ଶୀର୍ଷ-୧୦କୁ ଫେରିଛନ୍ତି। ଭାରତ ପକ୍ଷରୁ ପନ୍ତ ରେଟିଂରେ ସର୍ବାଗ୍ରେ ୬ ନମ୍ବର ସ୍ଥାନରେ ରହିଛନ୍ତି। ସେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ୧୫୩ ବଲରେ ୧୨୮ ରନ୍ କରିଥିଲେ। ଯେଉଥିରେ ସେ ୧୦ଟି ଚୌକା ଓ ୬ଟି ଛକା ମାରିଥିଲେ।

ସେହିପରି ଗିଲ୍ ୩ଟି ସ୍ଥାନ ଉପରକୁ ଉଠି ସପ୍ତମ ସ୍ଥାନରେ ପହଞ୍ଚିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ସେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ। ୧୪୬ ବଲ୍ ଖେଳି ୯୮ ରନ୍ କରିଥିଲେ। ଯେଉଁଥିରେ ସେ ୯ ଚୌକା ଓ ଦୁଇଟି ଚକା ମାରିଥିଲେ।

Also Read- ୨୮ ଛକା, ୭ ଚୌକା... ବେବି ବସ ବୈଭବଙ୍କ ରେକର୍ଡ ବ୍ୟାଟିଂ: ୫୨ ବଲ୍ରେ ଡବଲ ସେଞ୍ଚୁରି.. ଭାଙ୍ଗିଲା ଏକାଧିକ ବିଶ୍ୱ ରେକର୍ଡ

ତେବେ ରେଟିଂରେ ସବୁଠାରୁ ବଡ଼ ଜମ୍ପ ମାରିଛନ୍ତି ଜୟସ୍ୱାଲ। ସେ ୫ଟି ସ୍ଥାନ ଉପରକୁ ଉଠି ନବମ ସ୍ଥାନ ହାସଲ କରିଛନ୍ତି। ନ୍ୟୁଜିଲାଣ୍ଡି ବିପକ୍ଷ ମ୍ୟାଚରେ ଜୟସ୍ୱାଲ ୮୯ଟି ବଲରୁ ୮୫ ରନ୍ ସଂଗ୍ରହ କରିଥିଲେ। ଯେଉଁଥିରେ ସେ ୧୬ଟି ଚୌକା ମାରିଥିଲେ। କେଏଲ. ରାହୁଲଙ୍କ ସହ ମିଶି ଭାରତକୁ ଏକ ଦ୍ରୁତ ଓପନିଂ ଦେଇଥିଲେ। ଉଭୟ ମିଶି ଦଳ ପାଇଁ ପ୍ରଥମେ ୧୩୦ ରନ୍ ଯୋଡ଼ିଥିଲେ। ଫଳରେ ମଧ୍ୟକ୍ରମର ବ୍ୟାଟରମାନେ ଏକ ଏକ ବଡ଼ ସ୍କୋର କରିପାରିଥିଲେ। ଏବେ ଆସନ୍ତୁ ଜାଣିବା ଆଇସିସି ଟେଷ୍ଟ ରାଙ୍କିର ଶ୍ରେଷ୍ଠ ୫ ବ୍ୟାଟର ଓ ବୋଲରଙ୍କ ତାଲିକା

ଶ୍ରେଷ୍ଠ ୫ ବ୍ୟାଟର (୨୫ ନଭେମ୍ବର, ୨୦୨୬ ସୁଦ୍ଧା)

୧. ହ୍ୟାରି ବ୍ରୁକ୍ (ଇଂଲଣ୍ଡ): ୮୬୧ ରେଟିଂ ପଏଣ୍ଟ
୨. ଜୋ ରୁଟ୍ (ଇଂଲଣ୍ଡ): ୮୧୬୩
୩. ତେମ୍ବା ବାଭୁମା (ଦକ୍ଷିଣ ଆଫ୍ରିକା): ୮୦୭୪.
୪. ଟ୍ରାଭିସ୍ ହେଡ୍ (ଅଷ୍ଟ୍ରେଲିଆ): ୭୯୯୫
୫. ଷ୍ଟିଭ୍ ସ୍ମିଥ୍ (ଅଷ୍ଟ୍ରେଲିଆ): ୭୯୦

ଶ୍ରେଷ୍ଠ ୫ ବୋଲର

୧. ମିଚେଲ ଷ୍ଟାର୍କ (ଅଷ୍ଟ୍ରେଲିଆ): ୮୮୧ ରେଟିଂ ପଏଣ୍ଟ
୨. ଯଶପ୍ରୀତ ବୁମରାହ (ଭାରତ): ୮୫୬୨
୩. ଅଲି ରବିନସନ (ଇଂଲଣ୍ଡ): ୮୫୬୪.
୪. ମାର୍କୋ ଜାନସେନ (ଦକ୍ଷିଣ ଆଫ୍ରିକା): ୮୫୩୫
୫. ମ୍ୟାଟ୍ ହେନରୀ (ନ୍ୟୁଜିଲ୍ୟାଣ୍ଡ): ୮୪୬