ଲାହୋର, ୦୮/୦୪ : ଚାଲିଛି ପାକିସ୍ତାନ ସୁପର ଲିଗ୍ । ହେଲେ ବିନା ଦର୍ଶକରେ ଖେଳାଯାଉଛି ମ୍ୟାଚ୍ । ଷ୍ଟାଡିୟମକୁ ଫ୍ୟାନ୍ସଙ୍କୁ ଅନୁମତି ନାହିଁ । ତେଣୁ ଟ୍ରୋଲ୍ ହେଉଛନ୍ତି ଆୟୋଜକ ଏବଂ ପାକ୍ କ୍ରିକେଟ୍ ବୋର୍ଡ୍ । ତେବେ ବାରମ୍ବାର ଟ୍ରୋଲ୍ ହେବା ପରେ ସଫେଇ ଦେଇଛନ୍ତି ଇସଲାମାବାଦ୍ ୟୁନାଇଟେଡର ମୁଖ୍ୟ ଅଲି ନକଭୀ ।

ଅଲ୍ଲୀ କହିଛନ୍ତି ଯେ, ଆମେରିକା ଏବଂ ଇରାନ ମଧ୍ୟରେ ଭୟଙ୍କର ଯୁଦ୍ଧ ଚାଲିଥିଲା । ଏହାକୁ ରୋକିବା ଦିଗରେ ପାକିସ୍ତାନ ଖୁବ୍ ପ୍ରୟାସ କରିଛି । ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ଦିଗରେ ପାକିସ୍ତାନ ଗୁରୁତ୍ୱ ଦେଇଥାଏ । ଏହା ଷ୍ଟାଡିୟମରେ ଦର୍ଶକଙ୍କ ପ୍ରବେଶଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ ।

Also Read :-ପରାଜୟ ପରେ ଦୋଷ ଲଦିଲେ ପାଣ୍ଡ୍ୟା : କହିଲେ -'ଏମାନଙ୍କ ପାଇଁ ଆମେ ହାରିଗଲୁ'

ନକଭୀ ଆହୁରି କହିଛନ୍ତି ଯେ, ରାଓ୍ୱଲପିଣ୍ଡିରେ କୌଣସି ପିଏସଏଲ ମ୍ୟାଚ୍ ଖେଳିବା ପାଇଁ ନିର୍ଧାରଣ କରାଯାଇ ନଥିଲା । ଯାହାର କାରଣ ହେଉଛି ଇସାଲାମବାଦରେ ଅନେକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବାର ଥିଲା । ବିଶ୍ୱଶାନ୍ତି ପାଇଁ ଏଠାରେ ଅନେକ ଜରୁରୀ ବୈଠକ ବସିଛି । ସୁରକ୍ଷାକୁ ଅଧିକ ପ୍ରାଥମିକତା ଦିଆଯାଇଛି । ଏହି ବୟାନରେ ସେ ଭାରତ ଏବଂ ଆଇପିଏଲକୁ ପରୋକ୍ଷରେ କଟାକ୍ଷ କରିଛନ୍ତି ।

ସଫେଇରେ ଭିନ୍ନ କଥା

ତେବେ ନକଭୀଙ୍କ ଏହି ସଫେଇ ପିସିବି ପୂର୍ବରୁ କହିଥିବା କଥାର ଓଲଟା ବୋଲି କେହି କେହି କହୁଛନ୍ତି । ପିସିବି ମୁଖ୍ୟ ମହସିନ୍ ନକଭୀ କହିଥିଲେ ଯେ, ଦେଶରେ ତୈଳ ସଙ୍କଟ ରହିଛି । ତେଣୁ ଖାଲି ଷ୍ଟାଡିୟମରେ ମ୍ୟାଚ୍ ଖେଳାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହଓ୍ୱାଜ ସରିଫ ମଧ୍ୟ ତୈଳ ସଙ୍କଟ ମଧ୍ୟରେ ଜନତାଙ୍କ ଚଳପ୍ରଚଳ ଉପରେ ରୋକ୍ ଲଗାଇବାକୁ କହିଥିଲେ । ତେଣୁ ପିଏସଏଲକୁ ଦର୍ଶକଙ୍କ ଅନୁମତି ଉପରେ କଟକଣା ଲଗାଯାଇଛି । ସବୁ ମ୍ୟାଚ୍ କରାଚୀ ଏବଂ ଲାହୋରରେ ଖେଳାଯିବ ବୋଲି ନକଭୀ କହିଥିଲେ ।