ନୂଆଦିଲ୍ଲୀ: ମଧ୍ୟପ୍ରଦେଶର କୁନୋ ରାଷ୍ଟ୍ରୀୟ ଉଦ୍ୟାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଚିତାବାଘ ପରିଯୋଜନାକୁ ଚାରି ବର୍ଷ ହୋଇଛି । ଯୋଜନାର ସଫଳତାର ଚାରି ବର୍ଷରେ ଚିତାଙ୍କ ସଂଖ୍ୟା ଏଠାରେ ଏବେ ୫୨ ହୋଇଛି, ଯେଉଁଥିରେ ଦେଶରେ ୩୨ ଚିତା ଜନ୍ମ ନେଇଛନ୍ତି । ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୨ ସେପ୍ଟେମ୍ୱର ୧୭ରେ ନାମିବିଆରୁ ଅଣାଯାଇଥିବା ଆଠ ଚିତାବାଘକୁ ମଧ୍ୟପ୍ରଦେଶର କୁନୋ ରାଷ୍ଟ୍ରୀୟ ଉଦ୍ୟାନରେ ଛଡ଼ିଥିଲେ । ମଧ୍ୟପ୍ରଦେଶ ଏବଂ ରାଜସ୍ଥାନ ସୀମା ସ୍ଥିତ ଶ୍ୟୋପୁର ଜିଲ୍ଲାର ଏହି ଉଦ୍ୟାନକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜୁନ୍ ୨୧ରେ ଗସ୍ତ କରିଥିଲେ ।

ମୁଖ୍ୟମନ୍ତ୍ରୀ ମୋହନ ଯାଦବ ମଧ୍ୟ ଚିତାଙ୍କ ସହ ଘଡ଼ିଆଳଙ୍କୁ ଛାଡ଼ିବା ପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ବି ସାମିଲ ହୋଇଥିଲେ । ଏହା ଏଠାକାର ପର୍ଯ୍ୟଟନକୁ ଗତି ଦେଇଛି ବୋଲି ଅଧିକାରୀମାନେ କହିଛନ୍ତି । ଏହା ମଧ୍ୟ କହିଛନ୍ତି ଯେ ଜୈବ ବିବିଧତା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଏହି ଯୋଜନାକୁ ଆଜି ଚାରି ପୂରଣ ହୋଇଛି । ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ପ୍ରକଳ୍ପ କାର୍ଯ୍ୟକାରୀ ହେବା ପରେ ଆଜି ଦେଶରେ ଚିତା ସଂଖ୍ୟା ୫୨ ହୋଇଛି, ଏଥିରୁ ୪୯ ଚିତା ଶ୍ୟୋପୁର ଜିଲ୍ଲାର କୁନୋ ଜାତୀୟ ଉଦ୍ୟାନରେ ଏବଂ ତିନି ଚିତା ଗାନ୍ଧୀ ସାଗର ମନ୍ଦସୋରରେ ବିଚରଣ କରୁଛନ୍ତି ।

Also Read:Orangutan Health: ଓରାଙ୍ଗଉଟାନଙ୍କ ଯତ୍ନ ଓ ପୋଷଣ ଯାଞ୍ଚ କଲା ଟେକ୍ନିକାଲ କମିଟି, ଆଜି ଦାଖଲ ହେବ ରିପୋର୍ଟ

ସେ କହିଛନ୍ତି, କୁନୋର ଜଙ୍ଗଲ ଚିତାଙ୍କ ପ୍ରଜନନ ପାଇଁ ସକାରାତ୍ମକ ରହିଛି । ପ୍ରଧାନମନ୍ତ୍ରୀ ଏହି ଉପହାର ପାଇଁ ବନ ବିଭାଗର ତତ୍ୱାବଧାନରେ ହଜାର ହଜାର ଦୀପ ପ୍ରଜ୍ୱଳନ କରାଯାଇ କୃତଜ୍ଞତା ଜ୍ଞାପନ କରାଯିବ । ସେ ଏହା ବି କହିଛନ୍ତି, ଭାରତରେ ବିଲୁପ୍ତ ହୋଇଥିବା ଚିତାଙ୍କ ପୁର୍ନବାସର ଏହି ସଫଳତା କୁନୋକୁ ସାରା ବିଶ୍ୱରେ ପରିଚିତ କରାଇଛି ।