ଭୁବନେଶ୍ବର ୧୬।୯: ବାଲେଶ୍ୱର ଭୋଗରାଇ ବିଚିତ୍ରପୁର ଜଙ୍ଗଲରୁ ୫ ଓରାଙ୍ଗଉଟାନ ଉଦ୍ଧାର ଘଟଣାରେ ତନାଘନା ଜାରି ରହିଛି । ଏ ପର୍ଯ୍ୟନ୍ତ ଧରାପଡିନାହାନ୍ତି ମାଷ୍ଟର ମାଇଣ୍ଡ ବାପା-ପୁଅ । ୫ରୁ ୭ ଦିନ ମଧ୍ୟରେ ଖୁଲାସା ହେବା ନେଇ ବରିଷ୍ଠ ଅଧିକାରୀ କହିଥିବା ବେଳେ ଏପର୍ଯ୍ୟନ୍ତ STF ହାତ ଖାଲି । ଓଡ଼ିଶା, ପଶ୍ଚିମବଙ୍ଗ ପୋଲିସ ସହାୟତାରେ STF ଟିମ୍ ଜୋରଦାର ତଦନ୍ତ ଚଳାଇଛି ।

ଏହାରି ଭିତରେ ଅନେକ ତଥ୍ୟର ଖୁଲାସା ହୋଇଛି । କଳା ଥାରର ନମ୍ବର, କେଉଁ ହୋଟେଲରେ ହୋଇଥିଲା ଡିଲ୍ ଏବଂ ହୋଟେଲ କର୍ମଚାରୀ ଓ ମାଆ-ଝିଅଙ୍କୁ ଜେରା କରିଛି । ଏଥିସହିତ ଜଳ ପଥରେ ଓରାଙ୍ଗଉଟାନ ଚାଲାଣ ନେଇ ଚର୍ଚ୍ଚା ହେଉଥିବା ବେଳେ ବାଂଲାଦେଶ ଲିଙ୍କ୍ ମଧ୍ୟ ସାମ୍ନାକୁ ଆସିଛି । ହେଲେ ମାଷ୍ଟରମାଇଣ୍ଡ ଜି. ମାଇତି ଓ ପୁଅ ଏସ୍. ମାଇତିଙ୍କ ପତ୍ତା ମିଳୁନି । ଅଭିଯୁକ୍ତ ବାପା-ପୁଅ ଧରାପଡିଲେ ହିଁ ଓରାଙ୍ଗଉଟାନ ସ୍ମଗଲିଂ ଉପରୁ ପରଦା ହଟିବ ।

Also Read:- ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ମହାସ୍ନାନ, ଘଣ୍ଟାଏ ବନ୍ଦ ରହିଲା ସାଧାରଣ ଦର୍ଶନ

ଏପଟେ ନନ୍ଦନକାନନରେ ସ୍ବତନ୍ତ୍ର କେୟାରରେ ଅଛନ୍ତି ୫ ଓରାଙ୍ଗଉଟାନ । ପିସିସିଏଫ ଓ୍ବାଇଲ୍ଡ ଲାଇଫ୍ ପକ୍ଷରୁ ଗଠନ ହୋଇଥିବା ଟେକ୍ନିକାଲ କମିଟି ନନ୍ଦନକାନନ ଯାଇ ନନ୍ଦନକାନନର ଶିଶୁ ଲାଳନ ପାଳନ କେନ୍ଦ୍ର ପରିଦର୍ଶନ କରିଛନ୍ତି । ବୁଧବାର ସକାଳୁ ନନ୍ଦନକାନନର ଶିଶୁ ପାଳନ କେନ୍ଦ୍ରରେ ପହଞ୍ଚିଥିଲା ଏହି କମିଟି । ମଙ୍ଗଳବାର ଶିଶୁ ଲାଳନ ପାଳନ କେନ୍ଦ୍ର ଓ କ୍ୱାରେଣ୍ଟାଇନ୍ ଅଞ୍ଚଳ କମିଟି ପରିଦର୍ଶନ କରିଥିଲେ । ଓରଙ୍ଗଉଟାନଙ୍କୁ କେଉଁଭଳି ରଖାଯାଇଛି ଏବଂ ସେମାନଙ୍କର ପୋଷଣ ଆଦି କିପରି ରହିଛି ଯାଞ୍ଚ କରିଛି ଏହି ଟିମ୍ । ଆଜି ୫ ଓରାଙ୍ଗଉଟାନ ଶାବକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ସ୍ୱାସ୍ଥ୍ୟ ପରୀକ୍ଷା ପରେ ଆଲୋଚନା କରି ସମସ୍ତ ତଥ୍ୟ ଓ ଅନୁଧ୍ୟାନ ରିପୋର୍ଟ ଦାଖଲ କରିବ କମିଟି ।

Watch Video: