ରାଇରଙ୍ଗପୁର/ବାରିପଦା: ମୟୂରଭଞ୍ଜ ମାଟିରେ ପ୍ରଥମ ଥର ଲାଗି ଏକାଠି ହେବେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ । ସଜେଇ ହେଉଛି ପାହାଡପୁର,, ଅପେକ୍ଷା କରିଛି ରାଇରଙ୍ଗପୁର। ଚୂଡାନ୍ତ ହେଉଛି ପ୍ରସ୍ତୁତି , କଡ଼ା ସୁରକ୍ଷା ବଳୟ ଭିତରେ ହେବ ପୁରା କାର୍ଯ୍ୟକ୍ରମ। ଏଣେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭିଓ; ଆସନ୍ତା ୧୯ ଓ ୨୦ ତାରିଖ ମୟୂରଭଞ୍ଜ ଲାଗି ହେବାକୁ ଯାଉଛି ଏକ ଐତିହାସିକ ଦିନ। ପ୍ରଥମଥର ଲାଗି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକା ସାଙ୍ଗରେ ମୟୂରଭଞ୍ଜ ମାଟିରେ ପାଦ ଦେବେ। ଜୁନ୍ ୨୦ ତାରିଖ ରାଷ୍ଟ୍ରପତି ତାଙ୍କ ଜନ୍ମଦିନ ଅବସରରେ ପ୍ରଧାନ ମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଛନ୍ତି ତାଙ୍କ ଜନ୍ମମାଟିକୁ। ନିମନ୍ତ୍ରଣ ରକ୍ଷା କରି ପ୍ରଧାନମନ୍ତ୍ରୀ ମଧ୍ୟ ଆସନ୍ତା ୨୦ ତାରିଖରେ ରାଷ୍ଟ୍ରପତିଙ୍କ ଗାଁ ପାହାଡପୁରକୁ ଆସୁଛନ୍ତି। ଯାହାକୁ ନେଇ ସମଗ୍ର ଜିଲ୍ଲାରେ ବର୍ତ୍ତମାନ ତତ୍ପରତା ସହିତ ଉତ୍ସାହର ମାହୋଲ ଦେଖାଦେଇଛି।