ପୁରୀ ୦୮।୦୯ : ମଙ୍ଗଳବାର ଶ୍ରୀମନ୍ଦିରରେ ହେବ ପ୍ରଳମ୍ବାସୁର ବଧ ନୀତି । ମହାପ୍ରଭୁଙ୍କ ଶ୍ରୀକୃଷ୍ଣ ଲୀଳା ପାଳନ ଅବସରରେ ମଙ୍ଗଳବାର ଶ୍ରୀମନ୍ଦିରରେ ହେବ ପ୍ରଳମ୍ବାସୁର ବଧ ନୀତି। ପ୍ରଳମ୍ବାସୁରକୁ ମାରିବେ ବଡ଼ଠାକୁରେ। ଏଥିସହ ଶ୍ରୀବିଗ୍ରହଙ୍କ ସ୍ବତନ୍ତ୍ର ବେଶ ହେବ। ରାତ୍ର କାଳରେ ବଡ଼ଦେଉଳରେ ଠାକୁରଙ୍କ ସନ୍ଧ୍ୟାଧୂପ ପରେ ଏହି ସବୁ ନୀତି ପାଳନ ହେବ। ରତ୍ନସିଂହାସନରେ ଶ୍ରୀବଳଭଦ୍ର ପ୍ରଳମ୍ବାସୁରକୁ ବଧ କରିବା ବେଶରେ ଶୋଭା ପାଇବେ। ହଳମୂଷଳ ଧାରଣ କରିଥିବେ ବଡ଼ଠାକୁର । ଠାକୁରଙ୍କ ନିମ୍ନରେ ପ୍ରଳମ୍ବାସୁ ର ରହିଥିବ। ଦ୍ଵିତୀୟ ଭୋଗମଣ୍ଡପ ସରିବା ପରେ ମଇଲମ ଓ ମେକାପ ସର୍ବାଙ୍ଗ ସରି ଠାକୁରଙ୍କ ବେଶ ଆରମ୍ଭ ହେବ। ଦୋଳମଣ୍ଡପ ସାହିଆଙ୍କ ପକ୍ଷରୁ ପ୍ରଳମ୍ବାସୁର ଓ ରାମ କୃଷ୍ଣଙ୍କ ଚରିତ୍ର ବାହାରି ଠାକୁରଙ୍କ ନୀତିରେ ସାମିଲ ହେବେ।

Also Read:-ଟଙ୍କପାଣି ବ୍ରିଜରେ ପୁଣି ଅଘଟଣ, ନଦୀକୁ ଡେଇଁ ଯୁବକ ନିଖୋଜ