Polymarket Bets West Bengal Assembly Election: ନିର୍ବାଚନ ପଶ୍ଚିମବଙ୍ଗରେ ହେଉଛି, ଫଳାଫଳ ନେଇ ଆମେରିକାର ବାଜି ଲାଗିଛି। ଆମେରିକା ସ୍ଥିତ ପଲିମାର୍କେଟରେ (Polymarket) ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ନେଇ କୋଟି କୋଟି ଟଙ୍କାର ବାଜିଲ ଗାଯାଇଛି। ୨୯ ଏପ୍ରିଲ,୨୦୨୬ ସୁଦ୍ଧା,ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ଉପରେ ଅନଲାଇନ୍ ପୂର୍ବାନୁମାନ ବଜାରରେ (ଅନ ଲାଇନ ପ୍ରିଡିକ୍ସନ ମାର୍କେଟ୍) ପଲିମାର୍କେଟ୍‌ରେ ପ୍ରାୟ ୪.୮ ମିଲିଅନ ଡଲାର ବାଜି ଲାଗିଥିବା ଖବର ସାମ୍ନାକୁ ଆସିଛି।

ମାର୍କେଟ୍ରେ ୫୬ ପ୍ରତିଶତରେ ବାଜି ବିଜେପି ସପକ୍ଷରେ ଲାଗିଥିବା ବେଲେ ୪୩ ପ୍ରତିଶତରେ ଏଆଇଟିସିକୁ ସମର୍ଥନ ମିଳିଛି। ସେହିପରି ସିପିଆଇ,ସିପିଆଇ(ଏମ୍),ଆଇଏନସି ଏବଂ ବିଜିଏମପି ୧ ପ୍ରତିଶତରୁ କମ୍ ମୂଲ୍ୟରେଟ୍ରେଡ୍ କରାଯାଉଛି।

Also Read- Cigarette Price Hike: ମେ ମାସ ଠାରୁ ମହଙ୍ଗା ହେବ ଧୂମପାନ: ଶିଗାରେଟ ମୂଲ୍ୟରେ ହୋଇପାରେ ୧୭% ବୃଦ୍ଧି 

ପଲି ମାର୍କେଟ୍ ଟ୍ରେଣ୍ଡ୍ ବ୍ରେକ୍‌ଡାଉନ

ପଲିମାର୍କେଟରେ ଏକ ଆନୁମାନିକ ଟ୍ରେଣ୍ଡର ଏକ କ୍ୱିକ୍ ବ୍ରେକ୍ଡାଉନ ଏହା ଦର୍ଶାଉଛି ଯେ ଏଆଇଟିସି ର ଟ୍ରେଡିଂ ପିରମାଣ BJP ତୁଳନାରେ ଅଧିକ ରହିଛି। ବିଜେପିର ଟ୍ରେଡ୍ ଭଲ୍ୟୁମ ପ୍ରାୟ $୧.୧ ମିଲିଅନ ରହିଥିବା ବେଳେ ଏଆଇଟିସିର ଟ୍ରେଡ୍ ପ୍ରାୟ $୧.୮ ମିଲିଅନ ଡଲାର ରହିଛି। ବିଜେପି ଜିତିବା ପାଇଁ ପ୍ରତ୍ୟେକ ବାଜି ୫୭.୨ ସେଣ୍ଟରେ ଟ୍ରେଡ୍ କରୁଥିବା ବେଲେ ଏଆଇଟିସି ୪୪.୧ ପରସେଣ୍ଟରେ ଟ୍ରେଡିଂ କରୁଛି। ମାର୍କେଟ୍ ଟ୍ରେଣ୍ଡରୁ ଏହା ଜଣାପଡ଼ୁଛି ଯେ ଏପ୍ରିଲ ଆରମ୍ଭରେ ଏଆଇଟିସି ୭୫-୮୦ ପ୍ରତିଶତ ଏବଂ ବିଜେପି ୨୦-୨୫ ପ୍ରତିଶତ ସପୋର୍ଟ ରହିଥିଲା। ଏହାପରେ ବିଜେପି ପଟକୁ ୫୪ ପ୍ରତିଶତରେ ସପୋର୍ଟ ଯାଇଥିଲା। ଏଥିରେ ହଠାତ୍ ଏକ ବୃଦ୍ଧି ଦେଖିବାକୁ ମିଳିଥିଲା।

ତା'ପରେ ଏପ୍ରିଲ ୨୬-୨୭ ମଧ୍ୟରେ ଗୋଟିଏ ଦିନରେ ବିପୁଳ ପରିମାଣର ଟଙ୍କା $୬୦୦,୦୦୦+ ସହିତ ଏଆଇଟିସି କୁ ଯାଇଥିଲା, ଯାହା ସୂଚାଇ ଦେଉଛି ଯେ କିଛି ବ୍ୟବସାୟୀ ଭାବିଥିଲେ ଯେ ପ୍ରଥମ ପର୍ଯ୍ୟାୟ ପରେ ବିଜେପିକୁ ଅଧିକ ମୂଲ୍ୟ ଦିଆଯାଇଛି। ଦ୍ୱିତୀୟ ପର୍ଯ୍ୟାୟରେ ଭୋଟ୍ରେ ହିଂସାତ୍ମକ ପରିବର୍ତ୍ତନ ଦେଖାଯିବା ପରେ, ବିଜେପିକୁ ପୁଣି ୫୬ ପ୍ରତିଶତରେ ସପୋର୍ଟ ଯାଇଛି। ତଥାପି, ପୂରା ପିରିୟଡରେ ଏଆଇଟିସି ସହିତ ଟ୍ରେଡ୍ ଭଲ୍ୟୁମ ଅଧିକ ରହିଥିଲା।