Cigarette Price Hike: ଆସନ୍ତା ମାସଠାରୁ ଭାରତରେ ସିଗାରେଟ୍ ପିଇବା ମହଙ୍ଗା ହୋଇପାରେ। ମିଡିଆ ରିପୋର୍ଟ ଅନୁଯାୟୀ,ପ୍ରମୁଖ ସିଗାରେଟ୍ କମ୍ପାନୀ ଆଇଟିସିଏବଂ ଗଡଫ୍ରେ ଫିଲିପ୍ସ ମେ ମାସରେ ୧୭% ପର୍ଯ୍ୟନ୍ତ ମୂଲ୍ୟ ବୃଦ୍ଧି କରିପାରନ୍ତି। ଏହି ଖବର ସାମ୍ନାକୁ ଆସିବା ପରେ ସୋମବାର ଏପ୍ରିଲ ୨୯ ତାରିଖରେ ଏହି କମ୍ପାନୀଗୁଡ଼ିକର ଶେୟାର ୬.୫% ପର୍ଯ୍ୟନ୍ତ ବୃଦ୍ଧି ପାଇଛି।

Also Read- FIA Flags ATF Cost Rise: ଇନ୍ଧନ ଚିନ୍ତାରେ ଏୟାରଲାଇନ୍ସ; ସଂଘ କହିଲା, ସମାଧାନ କର ନ ହେଲେ ବନ୍ଦ ହୋଇଯିବ ସେବା

ମେ ମାସରେ୨୦ ଟଙ୍କା ପର୍ଯ୍ୟନ୍ତ ବଢ଼ିପାରେ ମୂଲ୍ୟ
ଡିଷ୍ଟ୍ରିବ୍ୟୁଟରଙ୍କ ମତାମତ ଏବଂ ଚ୍ୟାନେଲ ଚେକ୍ ଉପରେ ଆଧାର କରି, ଏନଡିଟିଭି ପ୍ରଫିଟ ରିପୋର୍ଟରେ ସିଗାରେଟ ମୂଲ୍ୟ ବୃଦ୍ଧି ନେଇ ଖବର ପ୍ରକାଶ କରିଛି। ଏଥିରେ କୁହାଯାଇଛି ଯେ ମୂଲ୍ୟ ପରିବର୍ତ୍ତନ କେବଳ ପ୍ରିମିୟମ୍ ଉତ୍ପାଦ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ। କମ୍ପାନୀଗୁଡ଼ିକ ଭାଲ୍ୟୁ-ଆଣ୍ଡ ବ୍ରାଣ୍ଡସ (ଶସ୍ତା ସିଗାରେଟ୍) ର ମୂଲ୍ୟ ମଧ୍ୟ ବୃଦ୍ଧି କରିପାରନ୍ତି। ଉଦାହରଣ ସ୍ୱରୂପ, ମେ ୨୦୨୬ରେ ITC ର ଗୋଲ୍ଡଫ୍ଲେକ୍ ପ୍ରିମିୟମର ଏକ ପ୍ୟାକେଟର ମୂଲ୍ୟ ୧୧୫ ଟଙ୍କାରୁ ପ୍ରାୟ ₹୧୩୫ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିପାରେ।

ଏମାନେ ହେଲେ ବଜାର ପ୍ରମୁଖ ସିଗାରେଟ କମ୍ପାନୀ

୨୯ ଏପ୍ରିଲରେ, ଆଇଟିସି ଶେୟାର ପ୍ରାୟ ୪% ବୃଦ୍ଧି ପାଇ ବନ୍ଦ ହୋଇଥିଲା, ଏବଂ ଗଡଫ୍ରେ ଫିଲିପ୍ସର ଶେୟାର ୭% ବୃଦ୍ଧି ପାଇଥିଲା। ନିଫ୍ଟି FMCG ସୂଚକାଙ୍କ ମଧ୍ୟ ୨% ବୃଦ୍ଧି ପାଇଥିଲା, ITC ଏଥିରେ ଆଗୁଆ ରହିଥିଲା। ଜିଓଜିତ ଇନଭେଷ୍ଟମେଣ୍ଟର ଗବେଷଣା ମୁଖ୍ୟ ବିନୋଦ ନାୟାରଙ୍କ ଅନୁଯାୟୀ, ସିଗାରେଟ୍ କମ୍ପାନୀଗୁଡ଼ିକ ପାଖରେ ମୂଲ୍ୟକୁ ନିୟନ୍ତ୍ରଣ କରିବା ପାଇଁ ଭଲ କ୍ଷମତା ରହିଛି। ଯାହା ସେମାନଙ୍କୁ ଟିକସ ବୃଦ୍ଧି ସତ୍ତ୍ୱେ ସେମାନଙ୍କର ଲାଭକୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରିଥାଏ। ତେଣୁ ଏହି ଦୁଇ କମ୍ପାନୀ ସିଗାରେଟ ବ୍ୟବସାୟ କ୍ଷେତ୍ରରେ ନିଜର ପ୍ରଧାନ୍ୟ ବିସ୍ତାର କରି ଚାଲିଛନ୍ତି।

Also Read- Eco-friendly Gutkha Packaging: ପ୍ଲାଷ୍ଟିକ୍ ପାଉଚ୍ ନୁହେଁ, ଏବେ କାଗଜ କିମ୍ବା ପେପରବୋର୍ଡ ପ୍ୟାକ୍ ହୋଇ ଆସିବ ଗୁଟଖା ଓ ପାନ ମସଲା

ଉତ୍ପାଦ ଶୁଳ୍କ ବୃଦ୍ଧି ଯୋଗୁ ବଢ଼ୁଛି ଖର୍ଚ୍ଚ

ଏହି ବର୍ଷ ଆରମ୍ଭରେ, ସଂସଦ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ (ସଂଶୋଧନ) ବିଲ୍ ୨୦୨୫ କୁ ଅନୁମୋଦନ କରିଥିଲା, ଫଳରେ ସିଗାରେଟ୍ ଏବଂ ତମାଖୁ ଉତ୍ପାଦ ଉପରେ ଶୁଳ୍କ ବୃଦ୍ଧି ହୋଇଥିଲା। ଫେବୃଆରୀ ୧ ରୁ ଲାଗୁ ହୋଇଥିବା ଏହି ନିୟମ ଅନୁସାରେ, ସିଗାରେଟର ଲମ୍ବ ଆଧାରରେ ପ୍ରତି ୧୦୦୦ ଷ୍ଟିକ୍ ପାଇଁ ₹୨୦୫୦ ରୁ ₹୮,୫୦୦ ଟଙ୍କା ପର୍ଯ୍ୟନ୍ତ ଉତ୍ପାଦ ଶୁଳ୍କ ଲାଗୁ କରାଯାଇଛି। ଏଥିରେ ଆହୁରି ୪୦% GST ବି ରହିଛି।

ଲମ୍ବା ଶିଗାରେଟ ଖର୍ଚ୍ଚରେ ୨୨-୨୮ ପ୍ରତିଶତ ବୃଦ୍ଧି

ICICI ସିକ୍ୟୁରିଟିଜର ବିଶ୍ଳେଷକମାନେ କହିଛନ୍ତି ଯେ ୭୫-୮୫ ମିମି ଲମ୍ବା ସିଗାରେଟର ମୋଟ ଖର୍ଚ୍ଚରେ ୨୨-୨୮% ବୃଦ୍ଧି ପାଇଛି। ITCର ମୋଟ ବିକ୍ରିରେ ୭୫ ମିମିରୁ ଅଧିକ ଲମ୍ବା ସିଗାରେଟ୍ ଭାଗ ପ୍ରାୟ ୧୬% ରହିଥାଏ। ନୂଆ ଶୁଳ୍କ ବୃଦ୍ଧି ପରେ ଏହି ବର୍ଗର ଆସୁଥିବା ପ୍ରତି ସିଗାରେଟ ମୂଲ୍ୟରେ ₹୨ ରୁ ₹୩ ଟଙ୍କା ଅଧିକ ଖର୍ଚ୍ଚ ହୋଇପାରେ। ତେବେ ଏହି ମୂଲ୍ୟ ବୃଦ୍ଧି ପରେ ଏହାର ବିକ୍ରି ଉପରେ ସାମାନ୍ୟ ଚାପ ପଡ଼ିପାରେ। ହେଲେ କମ୍ପାନୀଗୁଡ଼ିକ ଦୀର୍ଘକାଳୀନ ଭାବରେ ଲାଭ ବଜାୟ ରଖିବେ।

Also read- Sun Pharma buy Organon: ଆମେରିକା ଔଷଧ କମ୍ପାନୀକୁ କିଣିବ ଭାରତୀୟ କମ୍ପାନୀ ସନ ଫାର୍ମା; ବିଶ୍ୱରେ ହେବ ଶକ୍ତିଶାଳୀ