ସୋନପୁର ୨୪।୦୫: ସେକ୍ସ ରାକେଟ ସନ୍ଦେହରେ ପୋଲିସର ବଡ଼ଧରଣର ଚଢାଉ । ସୁବର୍ଣ୍ଣପୁର ସହରର ଏକ ଘରୋଇ ହୋଟେଲରେ ଚଢାଉ। ରେଡ୍ ବେଳେ ୭ ଜଣ ଯୁବକ ଓ ୫ ଜଣ ଯୁବତୀଙ୍କୁ ଉଠାଇନେଲା ପୁଲିସ।

ଖବର ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ସୋନପୁର ଥାନା ଅଞ୍ଚଳ ଏକ ହୋଟେଲରେ ସେକ୍ସ୍ ରାକେଟ ଚାଲିଥିବା ନେଇ ପୋଲିସକୁ ସୂଚନା ମିଳିଥିଲା। ପୋଲିସ ସନ୍ଦେହ କରି ହୋଟେଲରେ ଚଢାଉ କରି ୧୨ ଜଣକୁ ଉଠାଇ ଆଣିଥିଲା । ୭ ଯୁବକ ଓ ୫ ଯୁବତୀଙ୍କୁ ଥାନାରେ ଅଟକ ରଖିବା ସହିତ ପଚରାଉଚରା କରୁଛି । ପ୍ରକୃତରେ ତାହା ସେକ୍ସ୍ ରାକେଟ କି ନୁହେଁ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ଜଣାପଡିନାହିଁ। ତେବେ ପୋଲିସ ତଦନ୍ତ ଚାଲିଥିବା ସୂଚନା ମିଳିଛି।

Also Read:-US Iran Peace Deal Donald Trump MoU Strait of Hormuz Pakistan: ଯୁଦ୍ଧ ସମାପ୍ତି ନେଇ ଟ୍ରମ୍ପଙ୍କ ବଡ଼ ଦାବି, ପାକିସ୍ତାନରେ ହେବ ପରବର୍ତ୍ତୀ ବୈଠକ