ଝାରସୁଗୁଡ଼ା ୧୨।୦୪ : ମା ନା ପିଶାଚୀ । ଯେଉଁ ଛୁଆକୁ ଗର୍ଭରେ ରଖି ଅସହ୍ୟ ଯନ୍ତ୍ରଣା ସହି ଦୁନିକାକୁ ଆଣିଲା । ଆଜି ସେହି ଛୁଆକୁ ମାରିବାକୁ ବି ପଛାଇଲାଣି । ପୁଅ-ଝିଅକୁ ଅତି ନୃଶଂସ ଭାବେ ହାଣିଛି ମା । ସୁନ୍ଦରଗଡ଼ ଜିଲ୍ଲା ବିମାନବନ୍ଦର ଥାନା ଟାଙ୍ଗରପାଲି ଗାଁରୁ ଆସିଛି ଏହିତି ହୃଦୟ ବିଦାରକ ଚିତ୍ର । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Also Read:-US-Iran Peace Talks : ବିନା ଡିଲ୍‌ରେ ପାକିସ୍ତାନରୁ ଫେରିଗଲେ ଜେଡି ଭାନ୍ସ, ଆମେରିକା ସର୍ତ୍ତରେ ରାଜି ହେଲାନି ଇରାନ...

ଖବର ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ପରିବାରର ସମସ୍ତେ ଖାଇ ସାରି ଶୋଇବାକୁ ଯାଇଥିଲେ । ଏହି ସମୟରେ ମା ରଞ୍ଜିତା ଓରାମ ନିଜ ସ୍ୱାମୀଙ୍କୁ ଉଠାଇଥିଲେ । ସ୍ୱାମୀ ଘର କବାଟ ଖୋଲି ବାହାରକୁ ପରିସ୍ରା କରିବାକୁ ଯାଇଥିଲେ । ଏହି ସମୟରେ ଭିତର ପଟୁ କବାଟ ବନ୍ଦ କରିଥିଲେ ମା ରଞ୍ଜିତା । କବାଟ ବନ୍ଦ ପରେ ନିଜର ଦୁଇ ଶିଶୁଙ୍କୁ ଟାଙ୍ଗିଆରେ ହାଣିଥିଲେ, ଏହାପରେ ନିଜେ ନିଜ ବେକକୁ କଟୁରୀ ସହାୟତାରେ ହାଣିଥିଲେ । ଦୁଇ ଛୁଆଙ୍କୁ ମାରିବା ପରେ ନିଜ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ଯାହାକୁ ଦେଖି ସ୍ୱାମୀ ପଡ଼ୋଶୀଙ୍କ ସହାୟତାରେ ଝରକା ତାଡ଼ି ଘର ମଧ୍ୟ ପ୍ରବେଶ କରିଥିଲେ । ଏହାପରେ ତାଙ୍କୁ ଉଦ୍ଧାର କରି ପୋଲିସର ଜିମା ଦେଇଥିଲେ । ଗୁରୁତର ଅବସ୍ଥାରେ ରଞ୍ଜିତାକୁ ପ୍ରଥମେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କ ଅବସ୍ଥା ଗୁରୁତର ଥିବାକୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

ଅନ୍ୟପଟେ ବର୍ତ୍ତମାନ ଯାଏଁ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ବିମାବନ୍ଦର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । କାହିଁକି ଏବଂ କେଉଁ ପରିସ୍ଥିତିରେ ହତ୍ୟା କରାଗଲା । ସେନେଇ ଛାନ୍ଭିନ୍ ଜାରି ରହିଛି । ଆବଶ୍ୟକ ପଡ଼ିଲେ ସାଇଣ୍ଟିଫିକ୍ ଟିମ୍ର ସହଯୋଗ ନେଇପାରେ ପୋଲିସ । ମୃତକ ଦୁଇ ଜଣ ହେଲେ ଝିଅ ଜିଜ୍ଞାଶା ଓରାମ, ପୁଅ ବିଭାଂଶୁ ଓରାମ ।