ମେଷ - ଆଜି ଆପଣଙ୍କ ପାଇଁ ଦିନଟି ଉତ୍ସାହ ଓ ଆତ୍ମବିଶ୍ୱାସରେ ଭରପୂର ରହିବ। କର୍ମକ୍ଷେତ୍ରରେ ନିଜର ଦକ୍ଷତା ପ୍ରମାଣ କରିବାର ସୁଯୋଗ ମିଳିବ। ଦୀର୍ଘଦିନରୁ ଅଟକି ରହିଥିବା କାର୍ଯ୍ୟରେ ଅଗ୍ରଗତି ହେବ। ଆର୍ଥିକ ଦିଗରେ ଆୟ ବୃଦ୍ଧିର ସମ୍ଭାବନା ରହିଛି। ପାରିବାରିକ ଜୀବନରେ ଖୁସିର ବାତାବରଣ ରହିବ। ଦୂରଯାତ୍ରା ପାଇଁ ଯୋଜନା କରିପାରନ୍ତି।

ବୃଷ - ଆଜି ଆପଣଙ୍କୁ ପ୍ରତ୍ୟେକ କାର୍ଯ୍ୟରେ ଧୈର୍ଯ୍ୟ ଓ ସଂଯମ ରକ୍ଷା କରିବାକୁ ପଡ଼ିବ। କର୍ମକ୍ଷେତ୍ରରେ କିଛି ନୂତନ ଦାୟିତ୍ୱ ମିଳିପାରେ। ବ୍ୟବସାୟରେ ଆଶାନୁରୂପ ଲାଭ ପାଇବା ପାଇଁ ଅଧିକ ପରିଶ୍ରମ କରିବାକୁ ହେବ। ଅଯଥା ଖର୍ଚ୍ଚ ବୃଦ୍ଧି ହେବାରୁ ଆର୍ଥିକ ସ୍ଥିତି ଉପରେ ଚାପ ପଡ଼ିପାରେ। ଜୀବନସାଥୀଙ୍କ ସହଯୋଗ ମନୋବଳ ବଢ଼ାଇବ। ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ରୁହନ୍ତୁ।

ମିଥୁନ - ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ଫଳଦାୟକ ରହିବ। ନୂତନ ଲୋକଙ୍କ ସହିତ ସମ୍ପର୍କ ସ୍ଥାପନ ହେବା ସହିତ ଭବିଷ୍ୟତରେ ଲାଭ ମିଳିବାର ସୁଯୋଗ ରହିଛି। ଚାକିରି କ୍ଷେତ୍ରରେ ଅଧିକାରୀଙ୍କ ସହଯୋଗ ପାଇବେ। ବ୍ୟବସାୟରେ ନୂତନ ଯୋଜନା ଆରମ୍ଭ କରିପାରନ୍ତି। ଅର୍ଥ ଦେଣନେଣ ସମୟରେ ସତର୍କ ରୁହନ୍ତୁ। ପରିବାରରେ ଛୋଟମୋଟ କଥାକୁ ନେଇ ମତଭେଦ ହୋଇପାରେ।

କର୍କଟ - ଆଜି ଆପଣଙ୍କ ପାଇଁ କର୍ମକ୍ଷେତ୍ରରେ ନୂତନ ସମ୍ଭାବନା ସୃଷ୍ଟି ହେବ। ଦୀର୍ଘଦିନରୁ ଅପେକ୍ଷା କରିଥିବା କୌଣସି ଶୁଭ ଖବର ପାଇପାରନ୍ତି। ଆର୍ଥିକ ସ୍ଥିତିରେ ଧୀରେ ଧୀରେ ସୁଧାର ଆସିବ। ବ୍ୟବସାୟୀମାନେ ନୂତନ ଗ୍ରାହକଙ୍କଠାରୁ ଲାଭ ପାଇବେ। ପାରିବାରିକ ଜୀବନରେ ସୁଖଶାନ୍ତି ରହିବ। ମାନସିକ ଚିନ୍ତାରୁ ଦୂରେଇ ରହିବା ସହିତ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

ସିଂହ - ଆଜି ଆପଣଙ୍କ ପାଇଁ ଭାଗ୍ୟର ସହଯୋଗ ରହିବ। ଚାକିରି କ୍ଷେତ୍ରରେ ପଦୋନ୍ନତି କିମ୍ବା ନୂତନ ସୁଯୋଗ ମିଳିବାର ଆଶା ରହିଛି। ଉଚ୍ଚଶିକ୍ଷା ଓ ପ୍ରତିଯୋଗିତାମୂଳକ କ୍ଷେତ୍ରରେ ଶୁଭ ଫଳ ମିଳିବ। ଆର୍ଥିକ ଦିଗରେ ଲାଭବାନ ହେବା ସହିତ ପୁରୁଣା ଅର୍ଥ ଫେରିପାଇପାରନ୍ତି। ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବଢ଼ିବ। ଗୁରୁଜନଙ୍କ ଆଶୀର୍ବାଦ ଆପଣଙ୍କୁ ସଫଳତା ଦେବ।

କନ୍ୟା - ଆଜି ଆପଣଙ୍କୁ କର୍ମକ୍ଷେତ୍ରରେ ଅଧିକ ସତର୍କତାର ସହିତ କାର୍ଯ୍ୟ କରିବାକୁ ହେବ। ନିଜର ବୁଦ୍ଧି ଓ ବିଚାରଶକ୍ତି ବଳରେ କଠିନ ସମସ୍ୟାର ସମାଧାନ କରିପାରିବେ। ବ୍ୟବସାୟରେ ନୂତନ ନିବେଶ କରିବା ପୂର୍ବରୁ ଭଲଭାବେ ଚିନ୍ତା କରନ୍ତୁ। ଅର୍ଥ ଆଗମନ ରହିଥିଲେ ମଧ୍ୟ ଖର୍ଚ୍ଚ ବଢ଼ିପାରେ। ଦାମ୍ପତ୍ୟ ଜୀବନରେ ବୁଝାମଣା ରହିବ। ନିଜର କଥାବାର୍ତ୍ତା ଉପରେ ନିୟନ୍ତ୍ରଣ ରଖନ୍ତୁ।

ତୁଳା - ଆଜି ଆପଣଙ୍କ ପାଇଁ ଦିନଟି ଶୁଭ ଓ ଲାଭଦାୟକ ରହିବ। ବ୍ୟବସାୟରେ ନୂତନ ଚୁକ୍ତି କିମ୍ବା ଲାଭଜନକ ସୁଯୋଗ ମିଳିପାରେ। ଚାକିରି କ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ପାଇବେ। ଦାମ୍ପତ୍ୟ ଜୀବନରେ ମଧୁରତା ବୃଦ୍ଧି ପାଇବ। ପୁରୁଣା ବିବାଦର ସମାଧାନ ହେବାର ସମ୍ଭାବନା ରହିଛି। ସାମାଜିକ କ୍ଷେତ୍ରରେ ଆପଣଙ୍କ ସମ୍ମାନ ଓ ପ୍ରତିଷ୍ଠା ବଢ଼ିବ।

ବିଛା - ଆଜି ଆପଣଙ୍କୁ କିଛି କାର୍ଯ୍ୟରେ ବାଧାବିଘ୍ନର ସାମ୍ନା କରିବାକୁ ପଡ଼ିପାରେ। କର୍ମକ୍ଷେତ୍ରରେ ନିଜର ପରିଶ୍ରମ ଅନୁସାରେ ଫଳ ପାଇବାରେ ବିଳମ୍ବ ହୋଇପାରେ। ଆର୍ଥିକ କାରବାରରେ ସତର୍କ ରୁହନ୍ତୁ ଏବଂ କାହାକୁ ଅତ୍ୟଧିକ ଭରସା କରନ୍ତୁ ନାହିଁ। ପାରିବାରିକ ଜୀବନରେ ଧୈର୍ଯ୍ୟ ରଖିବା ଆବଶ୍ୟକ। ନୂତନ କାର୍ଯ୍ୟ ଆରମ୍ଭ କରିବାରେ ତରବର ହୁଅନ୍ତୁ ନାହିଁ। ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

ଧନୁ - ଆଜି ଆପଣଙ୍କ ରାଶିରେ ଚନ୍ଦ୍ରଙ୍କ ଅବସ୍ଥାନ ଯୋଗୁଁ ଆତ୍ମବିଶ୍ୱାସ ଓ ମନୋବଳ ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ ନିଜର ଯୋଜନାକୁ ସଫଳତାର ସହିତ କାର୍ଯ୍ୟକାରୀ କରିପାରିବେ। ନୂତନ କାର୍ଯ୍ୟ ଓ ବ୍ୟବସାୟ ଆରମ୍ଭ ପାଇଁ ଉତ୍ସାହ ମିଳିବ। ଆର୍ଥିକ ଦିଗରେ ଶୁଭ ଫଳ ପାଇବାର ଯୋଗ ରହିଛି। ପ୍ରେମ ଓ ଦାମ୍ପତ୍ୟ ଜୀବନରେ ଆନନ୍ଦ ରହିବ। ନିଜର ନିଷ୍ପତ୍ତି ଉପରେ ଭରସା ରଖନ୍ତୁ।

ମକର - ଆଜି ଆପଣଙ୍କ ପାଇଁ ଦିନଟି କିଛିଟା ବ୍ୟସ୍ତତାପୂର୍ଣ୍ଣ ରହିପାରେ। କର୍ମକ୍ଷେତ୍ରରେ ଅଧିକ ଦାୟିତ୍ୱ ମିଳିବା ସହିତ କାର୍ଯ୍ୟଚାପ ବଢ଼ିପାରେ। ଆର୍ଥିକ କ୍ଷେତ୍ରରେ ଅଯଥା ଖର୍ଚ୍ଚକୁ ନିୟନ୍ତ୍ରଣ କରନ୍ତୁ। ଗୁପ୍ତ ଶତ୍ରୁଙ୍କଠାରୁ ସତର୍କ ରହିବା ଆବଶ୍ୟକ। ପାରିବାରିକ ଜୀବନରେ କିଛି ଚିନ୍ତା ଦେଖାଦେଇପାରେ। ଭଗବାନ ଶନିଦେବଙ୍କ ଆରାଧନା ମନକୁ ଶାନ୍ତି ଦେବ।

କୁମ୍ଭ - ଆଜି ଆପଣଙ୍କ ପାଇଁ ଆୟର ନୂତନ ମାର୍ଗ ଖୋଲିପାରେ। ବ୍ୟବସାୟରେ ଆଶାଜନକ ଲାଭ ମିଳିବା ସହିତ ପୁରୁଣା ଯୋଜନା ସଫଳ ହୋଇପାରେ। ଚାକିରି କ୍ଷେତ୍ରରେ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହଯୋଗ ମିଳିବ। ବନ୍ଧୁ ଓ ପରିଚିତଙ୍କ ସହଯୋଗରେ ନୂତନ କାର୍ଯ୍ୟର ସୁଯୋଗ ପାଇବେ। ପରିବାରରେ ଶୁଭ ଖବର ମିଳିପାରେ। ଦୀର୍ଘଦିନର ମନୋକାମନା ପୂରଣ ହେବାର ଆଶା ରହିଛି।

ମୀନ - ଆଜି ଆପଣଙ୍କ ପାଇଁ କର୍ମକ୍ଷେତ୍ରରେ ସଫଳତାର ସମ୍ଭାବନା ରହିଛି। ନିଜର କାର୍ଯ୍ୟଦକ୍ଷତା ଯୋଗୁଁ ଉଚ୍ଚ ଅଧିକାରୀଙ୍କ ପ୍ରଶଂସା ପାଇବେ। ଆର୍ଥିକ ସ୍ଥିତିରେ ଉନ୍ନତି ହେବା ସହିତ ନୂତନ ଆୟର ଉତ୍ସ ସୃଷ୍ଟି ହୋଇପାରେ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ଭଲ ଫଳ ପାଇବେ। ଧାର୍ମିକ କାର୍ଯ୍ୟ ଓ ଆଧ୍ୟାତ୍ମିକ ଚିନ୍ତାଧାରା ପ୍ରତି ଆଗ୍ରହ ବଢ଼ିବ। ପରିବାରରେ ସୁଖଶାନ୍ତି ଓ ସମ୍ମାନ ବୃଦ୍ଧି ପାଇବ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ
ଯୋଗାଯୋଗ - 8249826682