ବ୍ରହ୍ମପୁର: ଡକାୟତି ଯୋଜନା ବେଳେ ମାଡ଼ିବସିଲା ପୋଲିସ। ଅପରାଧୀଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ମାରଣାସ୍ତ୍ର ସହ ଅନେକ ସାମଗ୍ରୀ ଜବତ କରିଛି ବ୍ରହ୍ମପୁର ପୋଲିସ। ସୂଚନା ଅନୁସାରେ, ମଙ୍ଗଳବାର କିଛି ଅପରାଧୀ ବ୍ରହ୍ମପୁର ବଡ଼ବଜାର ଥାନା ଆଇନାବନ୍ଧ ନିକଟ ତଳମେଣ୍ଟୁ ଛକଠାରେ ଏକାଠି ହୋଇ ଡକାୟତି ଯୋଜନା କରୁଥିଲେ। ଏତିକି ବେଳେ ଖବର ପାଇ ଏମାନଙ୍କୁ ଧରିବାକୁ ରେଡ୍ କରିଥିଲା ପୋଲିସ।

ସେମାନଙ୍କ ଠାରୁ ଗୋଟିଏ ପିସ୍ତଲ, ତିନୋଟି ଖଣ୍ଡା, ତିନୋଟି ଜୀବନ୍ତ ବୋମା, ଗୋଟିଏ ଲୁହା ରଡ, ମରିଚଗୁଣ୍ଡ, ଟର୍ଚ୍ଚ ଲାଇଟ ଜବତ କରିଛି ପୋଲିସ। ତେବେ ଏମାନେ ପୁରୁଣା ବ୍ରହ୍ମପୁର ଅଞ୍ଚଳରେ ଡକାୟତି ପାଇଁ ଯୋଜନା କରୁଥିଲେ ମାତ୍ର ଏହି ଯୋଜନା ପଣ୍ଡ ହୋଇଥିବା ନେଇ ସୂଚନା ଦେଇଛନ୍ତି ବ୍ରହପୁର ଏସପି।

Also Read: ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ମାମଲା, ଦୁଇ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ପୋଲିସର ଏନ୍‌କାଉଣ୍ଟର