ଭୁବନେଶ୍ୱର ୧୮।୦୧ : ଗୁମର ଖୋଲିବେ ପ୍ରେମିକା । ପ୍ରେମିକ ଅପହରଣ ନାଟକର ଖୋଲିବ ଗୁମର । ସାତ ବର୍ଷ ପ୍ରେମରେ କିପରି ଉଠିଲା ପ୍ରତାରଣାର ଝଡ଼ । ତାର ଛାନ୍‌ଭିନ୍‌ କରୁଛି ପୋଲିସ । ଏପିରିକି ଅଭିଯୁକ୍ତ ପ୍ରେମିକାକୁ ରିମାଣ୍ଡରେ ନେଇଛି କମିଶନରେଟ୍‌ ପୋଲିସ ।

୨୦୧୯ ମସିହା । ବ୍ୟବସାୟୀ ବଳରାମ ସାହାଣୀଙ୍କୁ କରାଯାଇଥିଲା ଅପହରଣ । ଏହି କିଡନାପ ପଛରେ ବଳରାମଙ୍କ ଗାର୍ଲଫ୍ରେଣ୍ଡ ଥିବା ପୋଲିସ ସନ୍ଦେହ କରିଥିଲା । ପରେ ଘଟଣାର ତଦନ୍ତ କରି ପୋଲିସକୁ ବଳରାମଙ୍କ ପ୍ରେମିକାଙ୍କୁ ଗିରଫ କରିଥିଲା । ଶନିବାର କମିଶନରେଟ ପୋଲିସ ପ୍ରେମିକାକୁ ଗିରଫ କରି ହେପାଜତକୁ ପଠାଇଥିଲା । ଏବେ ବଳରାମଙ୍କ ପ୍ରେମିକା ପୋଲିସ ରିମାଣ୍ଡରେ। ଝାରପଡ଼ା ଜେଲ୍‌ରୁ ଦୁଇ ଦିନିଆ ରିମାଣ୍ଡରେ ନେଇଛି ଚନ୍ଦକା ଥାନା ପୋଲିସ । ଏହି ରିମାଣ୍ଡ ସମୟରେ ପୁରା ଅପହରଣ ନାଟକର ଗୁମର ଖୋଲିବା ନେଇ ଆଶା ରଖିଛି ପୋଲିସ। ତେବେ ଦୀର୍ଘ ବର୍ଷ ମାନ ସାତ ବର୍ଷ ଧରି ଉଭୟଙ୍କ ମଧ୍ୟରେ ଥିବା ଲଭ ଷ୍ଟୋରୀ କିପରି ହେଟ୍‌ ଷ୍ଟୋରୀରେ ପରିଣତ ହେଲା, ତାର ଖିଅ ଖୋଜୁଛି ପୋଲିସ ।  

ସେପଟେ ପ୍ରେମିକ ଅପହରଣ ଏବଂ ପ୍ରେମିକା ଗିରଫ ଘଟଣାରେ ଭୁବନେଶ୍ୱର ଡିସିପି ଜଗମୋହନ ମୀନା କହିଛନ୍ତି ଯେ, ଘଟଣାରେ ସଂପୃକ୍ତ ଥିବା ଗାର୍ଲଫ୍ରେଣ୍ଡକୁ ୧୫ ଦିନ ତଳେ ଗଞ୍ଜାମରୁ ଗିରଫ କରିଥିଲେ ପୋଲିସ । ଏବେ ଯାଏଁ ନିଖୋଜ ହୋଇଥିବା ବ୍ୟବସାୟୀ ବଳରାମ ସାହାଣୀଙ୍କର କୌଣସି ପତ୍ତା ମିଳିନାହିଁ । ଯାହାଙ୍କୁ ଖୋଜିବାକୁ ଲାଗି ପୁରୁଣା କେସ୍‌କୁ ରି-ଓପନ କରିଛି କମିଶନରେଟ ପୋଲିସ ।